ପାଟନା ୯।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୫ ନିମନ୍ତେ ପ୍ରଶାନ୍ତ କିଶୋରଙ୍କ ପାର୍ଟି ‘ଜନସୁରାଜ’ ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ମୋଟ ୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହି ୯ ଜଣଙ୍କ ମଧ୍ୟରେ କେତେଜଣ ଚର୍ଚିତ ଚେହାରା ମଧ୍ୟ ଅଛନ୍ତି। ଏଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ରୋହତାସ ଜିଲ୍ଲା କରଗହର ବିଧାନସଭା ଆସନରୁ ଭୋଜପୁରୀ ଗାୟକ ଓ ଅଭିନେତା ରିତେଶ ପାଣ୍ଡେଙ୍କୁ ଟିକେଟ୍ ଦିଆଯାଇଛି।
ତେବେ ପୂର୍ବରୁ ଏହି ଆସନରେ ନିଜେ ପ୍ରଶାନ୍ତ କିଶୋର ଲଢିବେ ବୋଲି ଆକଳନ କରାଯାଉଥିଲା। ଜନସୁରାଜର ପ୍ରଥମ ପ୍ରାର୍ଥୀ ତାଲିକାରେ ସମାଜର ବିଭିନ୍ନ ବର୍ଗ ଓ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଛି। ଗୋପାଲଗଞ୍ଜ ଜିଲ୍ଲା ଭୋରେ ସିଟରୁ ପାର୍ଟି ପ୍ରିତି କିନ୍ନରଙ୍କୁ ଟିକେଟ ଦେଇ ସାମାଜିକ ସମାବେଶନର ବାର୍ତ୍ତା ଦେଇଛି। ସେହିପରି ଦରଭଙ୍ଗା ସଦର ସିଟରୁ ଆର.କେ.ମିଶ୍ର, ସହରସା ସହରରୁ କିଶୋର ମୁନ୍ନା, ଛପରା ସହରରୁ ପୂର୍ବତନ ଏଡିଜି ଜେ.ପି. ସିଂହ ଓ ଇମାମଗଞ୍ଜ ସିଟରୁ ଅଜିତ ରାମଙ୍କୁ ପାର୍ଟି ଟିକେଟ୍ ଦେଇଛି।
Jan Suraaj Candidate List 2025 जन सुराज के 51 उम्मीदवारों की पहली लिस्ट, भोजपुरी स्टार रितेश पांडेय से लेकर गणितज्ञ केसी सिन्हा भी शामिल, देंखे लिस्ट #TripleZeroDealOnGalaxyA36 #AwesomeIntelligence #GeminiLive pic.twitter.com/gEBbvsKldR
— India first (@AnubhawMani) October 9, 2025
ଏହା ଛଡା ଗୟାଜିଲ୍ଲାର ସେରଘାଟୀ ଆସନରେ ପବନ କିଶୋର, କୁମହାର ସିଟ୍ ରେ କେ.ସି.ସିହ୍ନା, ସାରଣ ଜିଲ୍ଲା ମାଁଝୀ ସିଟରେ ୱାଇ.ବି.ଗିରିଙ୍କୁ ଟିକେଟ୍ ଦିଆଯାଇଛି। ଏହି ନାମଗୁଡିକ ସହିତ ଜନସୁରାଜ ସ୍ପଷ୍ଟ ସଂକେତ ଦେଇଛି ଯେ ପାର୍ଟି ପାରମ୍ପରିକ ରାଜନୀତି ବଦଳେ ଯୋଗ୍ୟତା, ସାମାଜିକ ପ୍ରତିନିଧିତ୍ୱ ଓ ଜନତାଙ୍କ ସହ ପ୍ରାର୍ଥୀଙ୍କ ସମ୍ପୃକ୍ତିକୁ ଗୁରୁତ୍ୱ ଦେଉଛି। ତେବେ ପାର୍ଟି ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋରଙ୍କ ପ୍ରାର୍ଥୀତ୍ୱକୁ ନେଇ କୌଣସି ଅଧିକାରୀକ ଘୋଷଣା ହୋଇ ନାହିଁ।
କୁହାଯାଉଛି ଜନସୁରାଜର ପ୍ରଥମ ପ୍ରାର୍ଥୀ ତାଲିକାରେ ୫୧ ଜଣଙ୍କ ନାମ ଆସିବାର ଥିଲା। ହେଲେ ଏବେ ୯ ଜଣଙ୍କ ନାମ ଘୋଷଣା ହୋଇଛି। ଏଥିରୁ ପ୍ରଶାନ୍ତ କିଶୋରଙ୍କ ନାମ ଦ୍ୱିତୀୟ ପ୍ରାର୍ଥୀତାଲିକାରେ ଆସିବ ବୋଲି ଅନୁମାନ କରାଯାଉଛି। ପ୍ରଶାନ୍ତ କିଶୋର ପ୍ରଥମରୁ ସ୍ପଷ୍ଟ କରିସାରିଛନ୍ତି ଯେ ଯଦି ସେ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ଜନ୍ମ ଭୂମି କରଗହର ଅଥବା କର୍ମଭୂମି ରାଘୋପୁରରୁ ପ୍ରାର୍ଥୀ ହୋଇ ପାରନ୍ତି। ଏଥିରେ କରଗହର ଆସନ ରିତେଶଙ୍କୁ ମିଳିସାରିଥିବା ବେଳେ ପ୍ରଶାନ୍ତ ହୁଏତ ରାଘୋପୁରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆକଳନ କରାଯାଉଛି।




