ନୂଆଦିଲ୍ଲୀ: ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା । ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ । ଯିଏ ଜନତାଙ୍କ ଦାୟିତ୍ବ ନେବାକୁ ମଞ୍ଚ ଉପରେ କହୁଥିଲେ, ତାଙ୍କରି ଆଖି ସାମ୍ନାରେ ମୃତ୍ୟୁ ରଚିଥିଲା ଆତଙ୍କ । ତାମିଲନାଡୁ କରୁର୍ରେ ଦଳଚକଟା ହୋଇ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୧୭ ମହିଳା ଓ ୧୦ ଶିଶୁ ରହିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ହେଲେ କିଛି ପ୍ରତ୍ୟକ୍ଷଦର୍ଶୀ ଅଘଟଣର କାରଣ ବିଷୟରେ କହିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେବ ।
ପ୍ରତ୍ୟକ୍ଷଦର୍ଶୀ ଅଘଟଣକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ରାଲିରେ ବିଳମ୍ବରେ ପହଞ୍ଚିଥିଲେ ବିଜୟ। ଏହା ପରେ ଗୀତ ଗାଇବାକୁ ଲାଗିଥିଲେ ଭି.ସେନ୍ଥିଲବାଲାଜୀଙ୍କୁ ୧୦ ଟଙ୍କିଆ ମନ୍ତ୍ରୀ କହି ଗୀତ ଗାଇଥିଲେ । ଏହା ପରେ ସ୍ଥିତି ବିଗିଡିଥିଲା । ଭିଡ ଭିତରେ ସ୍ଥିତି ଅସମ୍ଭାଳ ହୋଇଥିଲା । ପୁଲିସ ଲାଠିଚାର୍ଜ କରିଥିଲା । ଏହାପରେ ଲୋକମାନେ ଭୟରେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ। ପରସ୍ପରକୁ ଠେଲାପେଲା କରିଥିଲେ । କିଛି ବାପାମାଆ ସେମାନଙ୍କ ପିଲାଙ୍କୁ ଧରିଥିଲେ । ସେମାନେ ବି ଭିଡ ଭିତରେ ଫସି ଯାଇଯାଇଥିଲେ । କିନ୍ତୁ ଏଆଇଏଡିଏମକେ ଜେନେରାଲ ସେକ୍ରେଟାରୀ ଇଡାପାଡ୍ଡୀ ପଲାନିସ୍ୱୀମୀ ଭିନ୍ନ ବୟାନ ଦେଇଛନ୍ତି। କହିଛନ୍ତି କରେଣ୍ଟ ଲାଗିବାରୁ ଦଳାଚକଟା ହୋଇଥିଲା।
ବିଜୟଙ୍କ ରାଲିରେ ହୋଇଥିବା ଅଘଟଣକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ତାମିଲନାଡୁର କରୁର୍ରେ ଟିଭିକେ । ପୁଲିସ୍ କାହିଁକି ଲାଠି ଚଲାଇଲା ବୋଲି ପ୍ରଶ୍ନ କରିଛି ଟିଭିକେ। ଦଳଚକଟା ପଛରେ ଡିଏମକେର ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରିଛି ଦଳ। ରାଲିକୁ ଅସଫଳ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି ଦଳ।




