କଟକ ସହରର ଚାନ୍ଦି ମେଢ଼ କ୍ଲବ୍‌ରେ ସାମିଲ ହେଲା ମଠ ସାହିର ନବ ନିର୍ମିତ ମେଢ଼, ବ୍ୟବହାର ହୋଇଛି ୯୦କିଲୋରୁ ଉର୍ଦ୍ଧ୍ବ ଚାନ୍ଦି

କଟକ-ସହରର-ଚାନ୍ଦି-ମେଢ଼-କ୍ଲବ୍‌ରେ-ସାମିଲ-ହେଲା-ମଠ-ସାହିର-ନବ-ନିର୍ମିତ-ମେଢ଼,-ବ୍ୟବହାର-ହୋଇଛି-୯୦କିଲୋରୁ-ଉର୍ଦ୍ଧ୍ବ-ଚାନ୍ଦି

କଟକ ୨୮।୯: କଟକ ସହରର ଚାନ୍ଦି ମେଢ଼ କ୍ଲବ୍‌ରେ ସାମିଲ ହେଲା ଚୌଧୁରୀ ବଜାର ଗୋପାଳ ଜୀଉ ଲେନ୍ ମଠ ସାହିର ନବ ନିର୍ମିତ ଚାନ୍ଦି ମେଢ଼ । ସାହିର ହର ପାର୍ବତୀଙ୍କ ମେଢ଼ରେ ଏହି ଚାନ୍ଦି ମେଢ଼ରେ ପାଖାପାଖି ୯୦ କିଲୋରୁ ଉର୍ଦ୍ଧ୍ବ ଚାନ୍ଦି ବ୍ୟବହାର ହୋଇଥିବା ବେଳେ ଆନୁଷ୍ଠାନିକ ଭାବରେ ରବିବାର ଶାନ୍ତି କମିଟି, ପୂଜା କମିଟି ପୂର୍ବତନ ବିଧାୟକ, ସ୍ଥାନୀୟ କର୍ପୋରେଟର ଓ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ଚାନ୍ଦି ମେଢ଼ର ଉଦ୍ଘାଟନ କରାଯାଇଥିଲା ।

ଅନ୍ୟପଟେ କଟକ ସହରର ପଶ୍ଚିମ ପଟ ବାମ୍ଫି ସାହିର କୁମ୍ଭାର ସାହିର ହର ପାର୍ବତୀଙ୍କ ପିତ୍ତଳ ମେଢ଼ର ଶୁଭ ଉଦ୍ଘାଟନ କରାଯାଇଛି । ୧୫୦ କେଜି ପିତ୍ତଳ ଲାଗିଥିବା ବେଳେ ପଖାପାଖି ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଏହାକୁ କଟକର ମୁରବୀ ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା ।

Scroll to Top