ୱାଶିଂଟନ : ପାକିସ୍ତାନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକର୍ଷିତ କରିବାରେ ଲାଗିଛି। ଏଥିପାଇଁ ସେ ସବୁ ପ୍ରକାରର ପ୍ରୟାସ କରୁଛି। ଏହି କ୍ରମରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଫିଲ୍ଡ ମାର୍ଶଲ ଅସିମ୍ ମୁନିର ଟ୍ରମ୍ପଙ୍କ ପାଇଁ ବିଶେଷ ଉପହାର ନେଇ ପହଞ୍ଚିଛନ୍ତି। ସୂଚନା ମୁତାବିକ ଉଭୟ ଏକ କାଠ ବାକ୍ସରେ ବିରଳ ମାଟି ଜିନିଷ ରଖି ଟ୍ରମ୍ପଙ୍କ ପାଇଁ ଦେଇଛନ୍ତି। କୁହାଯାଉଛି ଯେ, ତାଙ୍କର ଏହି ଚେଷ୍ଟା ଆମେରିକାର ନଜରରେ ବିଶେଷ ଷ୍ଟାଟସ୍ ହାସଲ କରିବା ପାଇଁ ହୋଇଛି। କହି ରଖୁଛୁ କି , ଟ୍ରମ୍ପ ଏହି ପ୍ରମୁଖ ମିନେରାଲ ସପ୍ଲାଇ ଚେନ୍ରେ ଚୀନର ପ୍ରଭୁତ୍ୱକୁ ଶେଷ କରିବାକୁ ଚାହାନ୍ତି।
ହ୍ୱାଇଟ୍ ହାଉସ୍ ଏକ ଫଟୋ ଜାରି କରିଛି। ଏଥିରେ ପାକିସ୍ତାନୀ ଫିଲ୍ଡ ମାର୍ଶଲ ଅସୀମ ମୁନିର ଏକ ବିଶେଷ କାଠର ବାକ୍ସ ଧରିଥିବା ନଜର ଆସୁଛି। କୁହାଯାଉଛି ଯେ, ଏହି ବାକ୍ସରେ ବିରଳ ମାଟି ଜିନଷ ମଧ୍ୟ ରଖାଯାଇଛି। ଅନ୍ୟପଟେ , ପାଖରେ ଠିଆ ହୋଇଥିବା ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ହସିବାର ନଜର ଆସୁଛି। ଏହି ଫଟୋ ଆମେରିକା ଓ ପାକିସ୍ତାନ ମଧ୍ୟରେ ରୁଦ୍ଧ ଦ୍ୱାର କୋଠରୀରେ ହୋଇଥିବା ମିଟିଂ ପରେ ଆସିଛି। ସପ୍ତାହ ପୂର୍ବେ ୫୦୦ ମିଲିୟନ ଡଲାର ଡିଲ୍ ଏକ ଆମେରିକାନ ମେଟାଲ୍ସ କମ୍ପାନୀ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା।
ଚଳିତ ମାସର ଆରମ୍ଭରେ ପାକିସ୍ତାନର ଏକ ଆର୍ମୀ ଇଞ୍ଜିନିୟରିଂ ସଂସ୍ଥା ମିସୋରୀ –ସ୍ଥିତ ୟୁଏସ ଷ୍ଟ୍ରାଟେଜିକ୍ ମେଟଲ୍ସ ଦେଶରେ ଏକ ପଲି-ମେଟେଲିକ୍ ରିଫାଇନାରୀ ସ୍ଥାପିତ କରିବା ପାଇଁ ସାଥିରେ ଏକ ଚୁକ୍ତନାମା ପତ୍ର ସ୍ୱାକ୍ଷର କରିଥିଲା। ଅଗଷ୍ଟରେ , ଇସଲାମାବାଦ ଆମେରିକା ସାମ୍ନାରେ ମୁନିରଙ୍କ ଧନ ସଂପତ୍ତି ପ୍ରଦାନ କରିଥିଲା ଏବଂ ଚୁକ୍ତିନାମାରେ ପହଞ୍ଚି ଥିଲେ।
ପାକିସ୍ତାନକୁ ଆଶା ଥିଲା ଯେ, ସେ ତାର ଖଣିଜ ଓ ତୈଳ ଭଣ୍ଡାରରେ ଆମେରିକୀୟ ନିବେଶକୁ ଆକର୍ଷିତ କରିବ। ମୁନିର ପାକିସ୍ତାନୀ ମିଡ଼ିଆ ଆଉଟଲେଟ୍ ଜିୟୋ ଗ୍ରୁପ୍ର ବରିଷ୍ଠ ସମ୍ପାଦକ ସୁହେଲ ୱାରେଚ୍ଙ୍କୁ କହିଥିଲେ ଯେ, ପାକିସ୍ତାନ ପାଖରେ ଦୁର୍ଲଭ ପୃଥିବୀର ଭଣ୍ଡାର ରହିଛି। ଏହି ଭଣ୍ଡାରରେ ପାକିସ୍ତାନର ଋଣ ମଧ୍ୟ ହ୍ରାସ ହେବ ଏବଂ ପାକିସ୍ତାନ ଖୁବ୍ ଶୀଘ୍ର ସବୁଠୁ ସମୃଦ୍ଧ ହୋଇଯିବ।




