କୁରର୍‌ ଦଳାଚକଟା ପରେ ସାମ୍ନାକୁ ଆସିଲା ଅଭିନେତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ- ମୋ ହୃଦୟ ଭାଙ୍ଗିଯାଇଛି…

କୁରର୍‌-ଦଳାଚକଟା-ପରେ-ସାମ୍ନାକୁ-ଆସିଲା-ଅଭିନେତାଙ୍କ-ପ୍ରଥମ-ପ୍ରତିକ୍ରିୟା,-କହିଲେ-ମୋ-ହୃଦୟ-ଭାଙ୍ଗିଯାଇଛି…

ନୂଆଦିଲ୍ଲୀ,୨୮/୦୯: ତାମିଲନାଡୁ କୁରର୍‌ ବଡ ଅଘଟଣ ଘଟିଛି । ତାମିଲଗା ଭେଟ୍ରି କାଝଗମ ଦଳର ମୁଖ୍ୟ ତଥା ସାଉଥ ସିନେ ସୁପରଷ୍ଟାର ବିଜୟ ଥାଲାପତିଙ୍କ ରାଲିରେ ଦଳାଚକଟା ହୋଇଛି । ଯେଉଁଥିରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଆହତ ହେବା ସହ ଆଇସିୟୁରେ ଅଛନ୍ତି । ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଅଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି। ଏହି ଘଟଣାକୁ ନେଇ ବିଜୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।

ସୋସିଆଲ ମଡିଆ ଏକ୍ସରେ ସେ କହିଛନ୍ତି,” ମୋ ହୃଦୟ ଭାଙ୍ଗି ଯାଇଛି । ମୁଁ ଅସହ୍ୟ, ଯନ୍ତ୍ରଣା ଏବଂ ଦୁଃଖରେ ଛଟପଟ ହେଉଛି । ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । କରୁରରେ ପ୍ରାଣ ହରାଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ମୋର ଗଭୀର ସମବେଦନା ଜଣାଉଛି। ହସ୍ପିଟାଲରେ ଚିକିତ୍ସା ହେଉଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।

ସେପଟେ ଅଭିନେତା ବିଜୟ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ବିଜୟ କହିଛନ୍ତି ଯେ ସେ ପ୍ରଭାବିତ ପରିବାରକୁ ୨୦ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଆର୍ଥିକ ସହାୟତା ଘୋଷଣା କରିଥିଲେ, ଯେତେବେଳେ ଆହତମାନଙ୍କୁ ଲକ୍ଷ ପାଇବାକୁ କୁହାଯାଇଥିଲା।

Scroll to Top