Published By: Kirti – Prameya-News7 Bureau | September 28, 2025 11:47 AM
NEWS7
ବାଙ୍କୀ ୨୮।୦୯ : ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ସମସ୍ତ ଶକ୍ତି ପୀଠରେ ଚାଲିଛି ନବରାତ୍ରୀ ପୂଜା। ଏହା ମଧ୍ୟରୁ ଅନ୍ୟତମ ଶକ୍ତି ପୀଠ ହେଉଛି ବାଙ୍କୀ ର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠ। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ରୂପରେ ମା ଦର୍ଶନ ଦିଅନ୍ତି ନିଜର ଭକ୍ତଙ୍କୁ। ଆଜି ହେଉଛି ସପ୍ତମୀ। ସପ୍ତମୀ ଦିନରେ ମା କାତ୍ୟାୟନୀ ବେଶ ଅର୍ଥାତ୍ ଷୋଳ ଦିନାତ୍ମକରେ ମା ମହାଲକ୍ଷ୍ମୀ ରୂପରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ। ସପ୍ତମୀ ଦିନରେ ମା ଙ୍କର ସକାଳ ଧୂପ ଅର୍ଥାତ୍ ମଙ୍ଗଳ ଆଳତି ଶେଷ ହୋଇଛି।




