ଜଣେ ପାକିସ୍ତାନୀ ଝିଅ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏହାପରେ ଗ୍ରେଟର ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କୁ ଗିରଫ କରିଛି। ହାଇଦରଙ୍କୁ ବେକେନହାମ ଖେଳପଡ଼ିଆରେ ଗିରଫ କରାଯାଇଛି । ପାକିସ୍ତାନ ଶାହୀନ୍ସ ଏବଂ MCSAC ମଧ୍ୟରେ ଏକ ମ୍ୟାଚ ଚାଲିଥିଲା ବେଳେ ସେ ଗିରଫ ହୋଇଛନ୍ତି ।
ପାକିସ୍ତାନୀ କ୍ରିକେଟର ହାଇଦର ଅଲୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହାପରେ ବ୍ରିଟେନର ଗ୍ରେଟର ମାଞ୍ଚେଷ୍ଟର ପୋଲିସ ତାଙ୍କୁ ପଡ଼ିଆରୁ ଉଠାଇ ନେଇଛି । ତାଙ୍କୁ ଗିରଫ କରାଯାଇଛି ।
ବ୍ରିଟିଶ ପୋଲିସ ତାଙ୍କୁ ମାଞ୍ଚେଷ୍ଟରରୁ ଗିରଫ କରିଛି। ହାଇଦର ଅଲୀ ପାକିସ୍ତାନ A ଦଳ ସହିତ ଇଂଲଣ୍ଡ ଗସ୍ତରେ ଥିଲେ। ରିପୋର୍ଟ ଅନୁସାରେ, ଜଣେ ପାକିସ୍ତାନୀ ଝିଅ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏହାପରେ ଗ୍ରେଟର ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କୁ ଗିରଫ କରିଛି।
Also Read
ହାଇଦରଙ୍କୁ ବେକେନହାମ ଖେଳପଡ଼ିଆରେ ଗିରଫ କରାଯାଇଛି । ପାକିସ୍ତାନ ଶାହୀନ୍ସ ଏବଂ MCSAC ମଧ୍ୟରେ ଏକ ମ୍ୟାଚ ଚାଲିଥିଲା ବେଳେ ସେ ଗିରଫ ହୋଇଛନ୍ତି ।
ଗ୍ରେଟର ମାଞ୍ଚେଷ୍ଟର ପୋଲିସ ଦୁଷ୍କର୍ମର ରିପୋର୍ଟ ମିଳିଥିବା ସ୍ପଷ୍ଟ କରିଛି। ପୋଲିସ କହିଛି ଯେ ଅଭିଯୋଗ ମିଳିବା ପରେ ଆମେ ଜଣେ ୨୪ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଅଭିଯୋଗ ଅନୁସାରେ, ଏହି ଘଟଣା ୨୦୨୫ ଜୁଲାଇ ୨୩ରେ ମାଞ୍ଚେଷ୍ଟରର ଏକ ସ୍ଥାନରେ ଘଟିଥିଲା। ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରାଯାଉଛି।
ଗ୍ରେଟର ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କ ପାସପୋର୍ଟ ଜବତ କରିଛି। ଏହି ଅଭିଯୋଗ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମଧ୍ୟ ହାଇଦର ଅଲୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। PCB ହାଇଦରଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରିଛି। PCB ମୁଖପାତ୍ର ଆହୁରି କହିଛନ୍ତି ଯେ ବୋର୍ଡ ଆଇନଗତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବ ଏବଂ ହାଇଦରଙ୍କୁ ଆଇନଗତ ସହାୟତା ମଧ୍ୟ ପ୍ରଦାନ କରିବ।
୨୪ ବର୍ଷୀୟ ହାଇଦର ଅଲୀ ଜଣେ ଡାହାଣହାତୀ ବ୍ୟାଟସମ୍ୟାନ । ସେ ପ୍ରାୟତଃ ମିଡଲ ଅର୍ଡରରେ ଖେଳନ୍ତି। ସେ ପାକିସ୍ତାନ ପାଇଁ ଏପର୍ଯ୍ୟନ୍ତ ୨ଟି ଦିନିକିଆ ଏବଂ ୩୫ଟି T20 ମ୍ୟାଚ ଖେଳିଛନ୍ତି। ୨ଟି ଦିନିକିଆରେ ସେ ୪୨ ରନ ଏବଂ T20ରେ ୫୦୫ ରନ ସଂଗ୍ରହ କରିଛନ୍ତି। ହାଇଦର ୨୦୨୦ ସେପ୍ଟେମ୍ବର ୧ ରେ ଇଂଲଣ୍ଡ ବିରୁଦ୍ଧରେ T20 ମ୍ୟାଚ ଖେଳି ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହାପୂର୍ବେ ମଧ୍ୟ ସେ ବିବାଦରେ ଫସିଛନ୍ତି। ୨୦୨୧ରେ PSL ସମୟରେ Covid-19 ପ୍ରୋଟୋକଲ ଭାଙ୍ଗିବା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିଲା।




