ଚେକିଂ ବେଳେ କାର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଦୁଇ ଜଣ ଗିରଫ

ଚେକିଂ-ବେଳେ-କାର୍‌ରୁ-ମିଳିଲା-ଲକ୍ଷାଧିକ-ଟଙ୍କାର-ଗଞ୍ଜେଇ,-ଦୁଇ-ଜଣ-ଗିରଫ

Published By: Ruby – Prameya-News7 Bureau | September 27, 2025 02:20 PM

NEWS7

Arrest

ଗଞ୍ଜେଇ ୨୭।୯: ପାର୍ବଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଟାଙ୍ଗି ପୋଲିସର ଅପରେସନ ପ୍ରହାର । ଜତୀୟ ରାଜପଥ ଉପରେ ଚେକିଂ ଜୋରଦାର କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ସମୟରେ ଚେକିଂ ଚାଲିଥିବା ବେଳେ ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକରେ ଗୋଟେ କାର୍‌କୁ ସନ୍ଦେହ କରି ଧରିବାରେ ସେଥିରୁ ୨୭କେଜି ଗଞ୍ଜେଇ ମିଳିଥିଲା । ଗାଡ଼ି ସମେତ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଦୁଇଟି ମୋବାଇଲ ଫୋନ୍ ଓ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗାଡ଼ିଟି ଢେଙ୍କାନାଳରୁ ବାଲେଶ୍ଵର ଯାଉଥିବା ବେଳେ ଏଥିରେ ଏହି ଦୁଇ ଜଣଙ୍କ ସମେତ ଏହି ଚୋରା ଗଞ୍ଜେଇ ବେପାର ଚେର କେତେ ବାଟ ଲମ୍ବିଛି ତାକୁ ନେଇ ଅଧିକ ତଦନ୍ତ ହେଉଥିବା ଚୌଦ୍ଵାର ଏସ୍‌ଡିପିଓ ଉମାକାନ୍ତ ନାୟକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।

Scroll to Top