ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ପାଇଁ ଗୌରବର ବିଷୟ, ୭୫ ଲକ୍ଷ ଗଛ ଲଗାଇବାର ଥିଲା, ଦିନକରେ ଦେଢ଼ କୋଟି ଲଗାଇଲୁ…

ପ୍ରଧାନମନ୍ତ୍ରୀଙ୍କ-ଉପସ୍ଥିତି-ଆମ-ପାଇଁ-ଗୌରବର-ବିଷୟ,-୭୫-ଲକ୍ଷ-ଗଛ-ଲଗାଇବାର-ଥିଲା,-ଦିନକରେ-ଦେଢ଼-କୋଟି-ଲଗାଇଲୁ…

ଝାରସୁଗୁଡ଼ା ୨୭।୦୯ : ଝାରସୁଗୁଡ଼ାରେ ଜନସେବା ସମାବେଶ । ଏହି କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ସ୍ୱାଗତ ଜଣାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୮ ବର୍ଷ ପୂର୍ବେ ଝାରସୁଗୁଡ଼ା ଏୟାରପୋର୍ଟ ଉଦ୍‌ଘାଟନ ପାଇଁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ କେବଳ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ନଥିଲା, ଦେଶ ପ୍ରତି ୫୦ ବର୍ଷ ଧରି ସେବା କରିବାର ସନ୍ଦେଶ । ୨୦୧୪ ପରେ ଦେଶର ଯୁବ ପିଢ଼ି ପାଇଁ ଆଦର୍ଶ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ପେଡ ମା କେ ନାମ 2.0 କାର୍ଯ୍ୟକ୍ରମରେ ୭୫ ଲକ୍ଷ ବୃକ୍ଷରୋପଣ ଲାଗି ଟାର୍ଗେଟ ଥିବା ବେଳେ ଦେଢ଼ କୋଟି ଗଛ ଲଗାଇଥିଲେ ଓଡ଼ିଶାବାସୀ ଏଥିରୁ ମୋଦିଙ୍କ ପ୍ରତି ଓଡ଼ିଆ ଲୋକଙ୍କ ଭଲ ପାଇବା ପ୍ରଦର୍ଶିତ ହେଉଛି ବ୍ରହ୍ମପୁରରୁ ସୁରଟ ଯାଏଁ ନୂଆ ଅମୃତ ଭାରତ ଟ୍ରେନ ଆରମ୍ଭ ହୋଇଚି । ବିଗତ ୧୧ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶର ଶିଖରରେ ପହଞ୍ଚିଛି

Scroll to Top