ପୋଲିସ ହାବୁଡ଼ରେ ପଡ଼ିଲେ ବ୍ରାଉନ ସୁଗାର ବେପାରୀ, ଜବତ ହେଲା ୨ ଲକ୍ଷ ଟଙ୍କାର ଧଳା ଜହର

ପୋଲିସ-ହାବୁଡ଼ରେ-ପଡ଼ିଲେ-ବ୍ରାଉନ-ସୁଗାର-ବେପାରୀ,-ଜବତ-ହେଲା-୨-ଲକ୍ଷ-ଟଙ୍କାର-ଧଳା-ଜହର

ଖୋର୍ଦ୍ଧା: ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାକୁ କଡ଼ା ଆଭିମୁଖ୍ୟ ନେଇଛି ପୋଲିସ। ଏହି କ୍ରମରେ ଗୁରୁବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସର ଗୋଶାଳା ପଡିଆ ନିକଟରେ ଚଢ଼ାଉ କରି ୨୪ ଗ୍ରାମର ବ୍ରାଉନ ସୁଗାର ସହ ନଗଦ ୧୫ ଶହ ଟଙ୍କା  ଏବଂ  ୨ଟି ମୋବାଇଲ ଫୋନ ଜବତ। ଏଥିରେ ସଂପୃକ୍ତ ୩ ଜଣଙ୍କ ମଧ୍ଯରୁ ଜଣେ ବାଇକରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ତେବେ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ଶିଳ୍ପାଞ୍ଚଳ ଥାନା ପୋଲିସ।

ତେବେ ଜବତ ବ୍ରାଉନସୁଗାର୍‌ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା। ଗିରଫ ଯୁବକମାନେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର। ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ଘଟଣାରେ ସଂପୃକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଯୁବକକୁ ଧରିବା ନେଇ ପୋଲିସ ଭିଭିନ୍ନ ସ୍ଥାନରେ ଜାଲ ବିଛେଇଥିବା କହିଛି ପୋଲିସ।

Scroll to Top