ନୂଆଦିଲ୍ଲୀ – ପେଟରୁ କେଶ ଗୁଚ୍ଛ, କଇଁଚି ଓ ବ୍ଲେଡ୍ ବାହାର କରାଯିବାର ମାମଲା ତ ବହୁତ ଶୁଣିଥିବେ ଓ ଦେଖି ଥିବେ । କିନ୍ତୁ ଏହି ଥର ୟୁପିରେ ଅଜବ ଗଜବ ମାମଲା ସାମ୍ନାକୁ ଆସିଛି। ପେଟ୍ରେ ଯନ୍ତ୍ରଣା ହେବାରୁ ଜଣେ ଯୁବକଙ୍କ ଯେତେବେଳେ ଏକ୍ସରେ କରାଗଲା ତ ତାଙ୍କ ପେଟରେ କିଛି ଅଲଗା ଜିନିଷ ଦେଖିବାକୁ ମିଳିଲା। ଡାକ୍ତରମାନେ ଯୁବକଙ୍କ ଅପରେସନ କରି କିଛି ଘଣ୍ଟା ମଧ୍ୟରେ ସଫଳ ହୋଇ ଥିଲେ।
ପ୍ରକୃତ କଥା ହେଲା, ଜଣେ ଯୁବକଙ୍କୁ ଏମିତି ଡ୍ରଗ୍ସ ଆଡିକ୍ସନ ଥିଲା ଯେ, ସେ ଖାଦ୍ୟରେ ଅଜବ ଗଜବ ଜିନିଷ ସବୁ ଖାଇ ଦେଉ ଥିଲେ। କେତେବେଳେ ପେନ୍ ଖାଇ ଦେଉ ଥିଲେ ତ କେବେ ଟୁଥବ୍ରସ୍ ଓ ଚାମଚ ହିଁ ପେଟକୁ ଚାଲି ଯାଉଥିଲା। ଯୁବକଙ୍କ ଏହି ହରକତ ବିଷୟରେ ଯିଏବି ଜାଣିଲା , ସେ ବି ଆଶ୍ଚର୍ଯ୍ୟ ହୋଇ ଗଲା। ତାଙ୍କର ଏହି ଅଭ୍ୟାସର ଚିକିତ୍ସା ଚାଲିଥିଲା। ହଠାତ୍ ଯେତେବେଳେ ଦିନେ ତା ପେଟରେ ଯନ୍ତ୍ରଣା ହେଲା ତ ଦୌଡ଼ି ଦୌଡ଼ି ପ୍ରାଇଭେଟ୍ ହସ୍ପିଟାଲରେ ପହଞ୍ଚି ଗଲା।ଡାକ୍ତରମାନେ ପରୀକ୍ଷଣର ସବୁ ପ୍ରକ୍ରିୟା ପରେ ସଫଳ ଅପରେସନ କଲେ। ଏହି ସମୟରେ ପେଟରୁ ଦୁଇଟି ପେନ୍ , ୧୯ ଟୁଥବ୍ରଶ୍ , ୨୯ଟି ଚାମଚ ବାହାରିଲା ଏବଂ ଯୁବକଙ୍କ ଜୀବନ ବଞ୍ଚିଗଲା।
ପୂରା ମାମଲାଟି ହାପୁଡାର। ଦେବନନ୍ଦନୀ ହସ୍ପିଟାଲର ଡାକ୍ତରଙ୍କ କହିବା ହେଲା ଯେ, ବୁଲନ୍ଦସହର ନିବାସୀ ଓ ସେଠାରେ ଏକ ନିଶା ମୁକ୍ତି କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସଚିନ ନାମକ ରୋଗୀଙ୍କୁ ପେଟରେ ଖୁବ୍ ଯନ୍ତ୍ରଣାର ହେବାରୁ ହସ୍ପିଟାଲ ନିଆଯାଇ ଥିଲା। ଯୁବକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା। ହସ୍ପିଟାଲର ଅଧିକାରୀମାନେ ଗୁରୁବାର କହିଥିଲେ ଯେ, ଏକ୍ସରେ ପରେ ଡାକ୍ତରମାନେ ତାର ପେଟରେ କିଛି ଅସାଧାରଣ ଜିନିଷ ଦେଖିଲେ। ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଶ୍ୟାମ କୁମାର ଓ ଡାକ୍ତର ସଞ୍ଜୟ ରାୟ ଅପରେସନ କରୁଥିବା ସର୍ଜିକାଲ ଟିମ୍ର ନେତୃତ୍ୱ ନେଲେ। ଡାକ୍ତର କୁମାର କହିଥିଲେ , ଶଲ୍ୟ ପ୍ରକ୍ରିୟା ବେଳେ , ଆମକୁ ଦୁଇଟି ପେନ୍ , ୧୯ଟି ଟୁଥବ୍ରଶ ଓ ୨୯ଟି ଚାମଚ ମିଳିଥିଲା। ରୋଗୀର ଜୀବନ ବିପଦ ମୁକ୍ତ।
ହସ୍ପିଟାଲର ଅଧିକାରୀମାନେ କହିଥିଲେ ଯେ, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ନିଶା ମୁକ୍ତି କେନ୍ଦ୍ରରେ ଚିକିତ୍ସା ବେଳେ ସଚିନ ନିଶାରେ ଏହି ଜିନିଷ ଗିଳି ଦେଇ ଥିଲେ। ଏହି ଅଜବ ଜିନିଷ ବାହାରିବାର ଦେଖି ଡାକ୍ତର ଟିମ୍ ଓ ସ୍ଥାନୀୟ ଲୋକଙ୍କ ସ୍ତବ୍ଧ କରି ଦେଇଛି।




