କଟକ ୨୫।୯: ନବରାତ୍ରୀ ପୂଜାର ଚତୁର୍ଥ ଦିବସରେ କଟକର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଯେହେତୁ ଗୁରୁବାର ସେଥିପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଭିଡ ଜମାଉଛନ୍ତି । କେବଳ କଟକ ନୁହେଁ ଓଡ଼ିଶାର ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ମା’ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ।
କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ବନ ଦୁର୍ଗା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ଗଡ଼ଚଣ୍ଡୀ ଗଜଲକ୍ଷ୍ମୀ ବେଶ ଓ ମା’ ଝାଞ୍ଜିର ମଙ୍ଗଳା ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଉଛନ୍ତି । ବର୍ଷକୁ ଥରେ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି ।




