Published By: Ruby – Prameya-News7 Bureau | September 25, 2025 02:23 PM
NEWS7
ସୋନପୁର ୨୫।୯: ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ କୁଷ୍ମାଣ୍ଡା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ ସୁରେଶ୍ୱରୀଙ୍କ ପୀଠରେ ବଡି ଭୋରରୁ ଦ୍ଵାର ଫିଟା ପରେ ମା ଙ୍କ ନୀତି କାନ୍ତି ସମାପନ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ଦ୍ଵାର ଖୋଲା ଯାଇ ଥିଲା । ପରେ ଏହି କୁଷ୍ମାଣ୍ଡା ବେଶରେ ମା’ଙ୍କୁ ଦର୍ଶନ କଲେ କୋଟି ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ଫଳରେ ଏହି ପୀଠକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୂଅ ଛୁଟୁଛି । ଏହି ବେଶରେ ମା’ଙ୍କୁ ଦର୍ଶନ କରି ଭକ୍ତ ମଧ୍ୟ ଖୁସି ଅନୁଭବ କରୁଛନ୍ତି ।




