F

f

ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ସୁନା ଫସଲର ଆଶା ରଖିଥିବା ଚଷା ପୁଅର ଯେମିତି ନିଦ ହଜାଇଛି ସାର ସଙ୍କଟ। ସାର ଯୋଗାଇବା ନେଇ ପ୍ରଶାସନର ମିଛ ପ୍ରତିଶ୍ରୁତି ଅସହ୍ୟ ହେବାରୁ ସବୁଠି ଭାଙ୍ଗୁଛି ଧୈର୍ଯ୍ୟବନ୍ଧ।

author-image

FERTILIZER

ସାର Photograph: (OTV)

ରାଜ୍ୟରେ ଅନ୍ନଦାତାଙ୍କ ପାଇଁ ସଂଗ୍ରାମର ନୂଆ ନାଁ ପାଲଟିଛି ସାର। ସବୁଜ ଛନ ଛନ ଧାନ କ୍ଷେତରୁ ସୁନାର ଫସଲ ଅମଳ ପାଇଁ ଦରକାର ମୁତାବକ ସାର ମିଳୁନଥିବାରୁ ସବୁଠି ଚାଷୀ ଅସନ୍ତୋଷ, ଆନ୍ଦୋଳନ। କେଉଁଠି ପୋଲିସ ଉପସ୍ଥିତିରେ ସମବାୟ ସମିତିରୁ ଚାଷୀ ସାର ବୋହି ନେଲେଣି ତ କେଉଁଠି ରାସ୍ତା ଉପରେ ବସି ଧାରଣା ଦେଲେଣି।

ଏଣେ ସାର ଅଭାବକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି। ସାରର ଅଭାବୀ ବିକ୍ରି ପାଇଁ ପୂର୍ବ ବିଜେଡି ସରକାର ଅମଳରେ ନିଯୁକ୍ତ ଡିଲରଙ୍କ ଅସାଧୁପଣକୁ ଯୋଗାଣ ମନ୍ତ୍ରୀ ଦୋଷ ଲଦିଥିବାବେଳେ ବିଜେଡି ଦେଇଛି ପାଲଟା ଜବାବ।…

ସାର ପାଇଁ ମହାସଂଗ୍ରାମ । ଦିଗପହଣ୍ଡିରେ ପୋଲିସ୍ ଆଗରେ ଚାଷୀ ବସ୍ତା ବସ୍ତା ସାର ବୋହିନେଲେ । ଆସ୍କାରେ ଅନ୍ନଦାତାଙ୍କର ଆଖି ପାଉନଥିବା ଲାଇନ୍ । କୋଣାର୍କରେ ରାତି ଅଧରୁ ପଞ୍ଚାୟତ ସମିତି ଅଫିସ୍ ଆଗରେ ଶହ ଶହ ଚାଷୀଙ୍କ ହଲ୍ଲାପଟା ।
ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ସୁନା ଫସଲର ଆଶା ରଖିଥିବା ଚଷା ପୁଅର ଯେମିତି ନିଦ ହଜାଇଛି ସାର ସଙ୍କଟ। ସାର ଯୋଗାଇବା ନେଇ ପ୍ରଶାସନର ମିଛ ପ୍ରତିଶ୍ରୁତି ଅସହ୍ୟ ହେବାରୁ ସବୁଠି ଭାଙ୍ଗୁଛି ଧୈର୍ଯ୍ୟବନ୍ଧ। ଗଂଜାମ ଦିଗପହଣ୍ଡିର ମଉଳାଭଣଜା ସେବା ସମବାୟ ସମିତିରେ ପୋଲିସ ଉପସ୍ଥିତିକୁ ଖାତିର ନକରି ବସ୍ତା ବସ୍ତା ସାର ବୋହିନେଲେ ଚାଷୀ। ପ୍ରଥମେ ସେମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ, ପରେ ସେଠୁ ସିଧା ସମିତି ଅଫିସକୁ ଯାଇ ସଂପାଦକଙ୍କୁ ଘେରିଥିଲେ, ସନ୍ତୋଷଜନକ ଉତ୍ତର ନପାଇବାରୁ ଥାକ ମରା ହୋଇଥିବା ସାର ବସ୍ତା ବୋହି ନେଇଗଲେ।

କୋଣାର୍କ ଅସ୍ତରଙ୍ଗରେ ଶହ ଶହ ଲୋକ କେନ୍ଦ୍ରାପଟି ସମବାୟ ସମିତି ଆଗରେ ରାତି ଅଧରୁ ହୋହଲ୍ଲା କରିବା ପରେ ସାର ତ ମିଳିଥିଲା, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ। ଏ ସମିତି ଅଧିନରେ ଅଢ଼େଇ ହଜାର କ୍ବିଣ୍ଟାଲ ସାର ଆବଶ୍ୟକତା ଥିବାବେଳେ ଚାରିଟି ପର୍ଯ୍ୟାୟରେ ଆସିଛି ମାତ୍ର ୨୮୦ କ୍ବିଣ୍ଟାଲ। ପିପିଲିରେ ବି ଚାଷୀଙ୍କ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଆଧାରକାର୍ଡ ଦେଖାଇ ଦୁର୍ଗାଦାଶପୁରରେ ଏବେ ବସ୍ତାକୁ ୩ଶହ ଟଙ୍କାରେ ସାର କିଣୁଛନ୍ତି ଚାଷୀ।…
ଏଣେ ରାଜଧାନୀ ରାଜରାସ୍ତାରେ ବି ଦେଖିବାକୁ ମିଳିଛି ସାର ତାତି, ତେଜିଛି ରାଜନୀତି। ଇଏ କଂଗ୍ରେସ କିଶାନ ମୋର୍ଚ୍ଚାର ଆନ୍ଦୋଳନ। ଶତାଧିକ ସମର୍ଥକ ସାର ଅଭାବ, ସମବାୟ ସମିତିରେ ଚାଲିଥିବା କଳାବଜାରୀ ବିରୋଧରେ ଗର୍ଜନ କରିଥିଲେ। ଲୋୟର ପିଏମ୍ ଜିରେ ଆନ୍ଦୋଳନବେଳେ ପୋଲିସ ସେମାନଙ୍କୁ ଅଟକାଇ ପ୍ରତୀକାତ୍ମକ ଗିରଫ କରିଥିଲା। ସେପଟେ ରାଜ୍ୟବ୍ୟାପୀ ସାର ସଙ୍କଟ ପାଇଁ ସିଧା ପୂର୍ବ ବିଜେଡି ସରକାର ଅମଳରେ ନିଯୁକ୍ତ ଡିଲରଙ୍କ କଳାବଜାରୀ ମନୋଭାବକୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ୍ ରହିଛି, ଏହା ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ଯାହାର ଜବାବ ରଖିଛି ବିଜେଡି।…
ସାର ପାଇଁ ରାତିଅଧରୁ ଲମ୍ବା ଲାଇନ୍, ଚାଷୀଙ୍କ ରାସ୍ତାରୋକ ଓ ଆନ୍ଦୋଳନ ସହ ତେଜିଥିବା ରାଜନୀତି ପରେ କେତେଶୀଘ୍ର ଅନ୍ନଦାତାଙ୍କୁ ହେଉଛି ସ୍ବାଭାବିକ ସାର ଯୋଗାଣ ଏବେ ତା ଉପରେ ନଜର।…

Scroll to Top