ଏସ୍ଓପି ଅନୁସାରେ ଚାଲିଛି ରତ୍ନ ଅଳଙ୍କାର ସ୍ଥାନାନ୍ତର, ଭିଡିଓ ରେକର୍ଡିଂରେ ଗଣତି ମଣତି ହେବ- ଆଇନମନ୍ତ୍ରୀ

ଏସ୍ଓପି-ଅନୁସାରେ-ଚାଲିଛି-ରତ୍ନ-ଅଳଙ୍କାର-ସ୍ଥାନାନ୍ତର,-ଭିଡିଓ-ରେକର୍ଡିଂରେ-ଗଣତି-ମଣତି-ହେବ-ଆଇନମନ୍ତ୍ରୀ

ଭୁବନେଶ୍ୱର ୨୩।୦୯ : ଏସ୍‌ଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ଚାଲିଛି । ରତ୍ନଭଣ୍ଡାର ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏସ୍‌ଓପି ଅନୁସାରେ ସ୍ଥାନାନ୍ତରଣ କରାଯାଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଅସ୍ଥାୟୀ ଭଣ୍ଡାରରୁ ଭିତର ଭଣ୍ଡାରକୁ ରତ୍ନ ସିନ୍ଧୁକ ଗୁଡ଼ିକୁ ସିଫ୍ଟ କରାଯାଉଛି । SOP ଅନୁସାରେ ଯେମିତି କିଛି ଭୁଲ ତ୍ରୁଟି ରହିବ ନାହିଁ ସେଥିପାଇଁ ସବୁ କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯାଉଛି ଆଗକୁ କାର୍ତ୍ତିକ ମାସ ବ୍ରତ ହେବାକୁ ଯାଉଛିତେଣୁ ନିଯୋଗ ମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା ଆରମ୍ଭ କରିଛନ୍ତି ରତ୍ନଭଣ୍ଡାର କମିଟି ଏବଂ ହାଇପାୱାର କମିଟିର ନିଷ୍ପତ୍ତି ଓ ଅନୁରୋଧ କ୍ରମେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆରମ୍ଭ କରାଯିବ

Scroll to Top