ନୂଆଦିଲ୍ଲୀ – ଡୋନାଲ୍ଡ ଟ୍ରମ୍ପଙ୍କ ଏଚ-୧ ବି ଭିସା ଫି’ର ନିର୍ଦ୍ଦେଶ ପରେ ଖୁବ୍ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି ହୋଇଥିଲା। ସାନ୍ ଫ୍ରାନ୍ସିସ୍କୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତ କିଛି ଭାରତୀୟ ଯାତ୍ରୀଙ୍କୁ ଫ୍ଲାଇଟ୍ରୁ ଓହ୍ଲାଇ ଦିଆଯାଇ ଥିଲା। ଏସବୁ ସେତେବେଳେ ହୋଇଥିଲା, ଯେବେ ବିମାନଟି ଉଡ଼ାଣ ଭରିବାକୁ ହିଁ ଥିଲା। ଏଥିଯୋଗୁଁ ଉଡ଼ାଣରେ ତିନି ଘଣ୍ଟା ବିଳମ୍ୱ ମଧ୍ୟ ହୋଇଥିଲା। ଏବେ ଏହି ବିମାନରେ ଯାଉଥିବା ଜଣେ ଯାତ୍ରୀଙ୍କ ଦ୍ୱାରା ସେହି ଦିନର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଉଲ୍ଲେଖନୀୟ ଯେ, ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ନୂଆ ଏଚ-୧ ବି ଭିସା ପାଇଁ ଲକ୍ଷେ ଟଙ୍କାର ଫି’ ଦେବାକୁ ହେବ। ଆରମ୍ଭରେ ଏହାକୁ ନେଇ ଖୁବ୍ ଅଧିକ ଦ୍ୱନ୍ଦ୍ୱ ଥିଲା , ଯେଉଁଥି ପାଇଁ ବଡ଼ ସ୍ତରରେ ଆତଙ୍କିତ ଭଳି ସ୍ଥିତି ଉପୁଜି ଥିଲା।
ଏମିରେଟ୍ସର ଉଡ଼ାଣରେ ସାମିଲ ଜଣେ ଯାତ୍ରୀ ସୋସିଆଲ ମିଡ଼ିଆରେ କିଛି ଭିଜୁଆଲ ସେୟାର କରିଛନ୍ତି। ଏଥିରେ ଲୋକେ ବିମାନରୁ ଓହ୍ଲାଉ ଥିବାର ଦେଖାଯାଉଛି ଏବଂ ସେମାନଙ୍କୁ ଆମେରିକା ଫେରିବାର ଚିନ୍ତା ଘାରିଛି। ଏକ ଭିଡ଼ିଓରେ ,ଯାତ୍ରୀ ମାନେ ବିମାନ ଭିତରେ ଠିଆ ହୋଇଛନ୍ତି , ଆଉ କିଛି ନିଜ ନିଜର ଫୋନ୍ ସ୍କ୍ରଲ୍ କରୁଥିବାର ନଜର ଆସୁଛି। ଆଉ କିଛି ଏହା ଜାଣିବା ପାଇଁ ଚାରି ଆଡ଼କୁ ଦେଖୁଛନ୍ତି ଯେ, ବିମାନ କେବେ ଓ କେଉଁ ସମୟରେ ଉଡ଼ାଣ ଭରିବ।
ଆଉ ଏକ ଭିଡ଼ିଓରେ , କ୍ୟାପଟେନ୍ଙ୍କୁ ଏହା କହିବାର ଶୁଣାଯାଉଛି ଯେ, ଯଦି ଯାତ୍ରୀ ଚାହାନ୍ତି ତ ବିମାନରୁ ଓହ୍ଲାଇ ପାରିବେ। କ୍ୟାପଟେନ୍ ଘୋଷଣା କରୁଛନ୍ତି , ବର୍ତ୍ତମାନର ସ୍ଥିତି ଯୋଗୁଁ କିଛି ଯାତ୍ରୀ ଆମ ସହ ଯାତ୍ରୀ କରିବାକୁ ଇଚ୍ଛା ରଖି ନାହାନ୍ତି। ଏହା ସଂପୂର୍ଣ୍ଣ ରୂପେ ଠିକ୍। ଆମେ କେବଳ ଏହା କହିବାକୁ ଚାହୁଁଛୁ ଯେ, ଯଦି ଆପଣ ଓହ୍ଲାଇବାକୁ ଚାହାନ୍ତି ତ ଓହ୍ଲାଇ ପାରିବେ। ଇନଷ୍ଟାଗ୍ରାମ୍ ୟୁଜର କହିଛନ୍ତି , ବାସ୍ତବରେ ଏହାକୁ ନେଇ ଭାରତୀୟ ବହୁତ ଅଧିକ ଚିନ୍ତାରେ ଥିଲେ।
ଏହି ବ୍ୟକ୍ତି କହିଛନ୍ତି ଯେ, ସାନ୍ ଫ୍ରାନ୍ସିସ୍କୋ ଏୟାରପୋର୍ଟରେ ଏମିରେଟ୍ସର ଫ୍ଲାଇଟ୍ରେ ବସିଥିବା ଯାତ୍ରୀଙ୍କ ପାଇଁ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଥିଲା। ସେ ଆହୁରି ଲେଖିଛନ୍ତି , ଟ୍ରମ୍ପଙ୍କ ନୂଆ ନିର୍ଦ୍ଦେଶ ପରେ ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଆଶଙ୍କା ବ୍ୟାପି ଯାଇଛି। ଏହାପରେ ଏହି ଲୋକମାନେ ଫ୍ଲାଇଟ୍ରୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ଦାବି କରିଛନ୍ତି ଯେ, ତିନି ଘଣ୍ଟାରୁ ଅଧିକ ସମୟ ଯାଏ ଗୋଟିଏ ହିଁ ସ୍ଥାନରେ ଫସି ରହିଥିଲେ ଏବଂ ବିମାନ ଉଡ଼ାଣ ଭରିବାକୁ ଅପେକ୍ଷା କରିଥିଲେ।




