ଷ୍ଟେଜକୁ ଆସିଲେନି ସାହୁ ଭାଉଜ, ରାଗି ତମତମ ଦର୍ଶକ। ଷ୍ଟେଜ ଉପରକୁ ଚେୟାର ମାଡ଼ ପରେ ବନ୍ଦ ହେଲା ଯାତ୍ରା।
Credit: OTV
ଷ୍ଟେଜ ଉପରକୁ ଚେୟାର ମାଡ଼
ଷ୍ଟେଜ ଉପରକୁ ଆସିଲେନି ସାହୁ ଭାଉଜ, ରାଗି ତମତମ ହେଲେ ଦର୍ଶକ। ଷ୍ଟେଜ ଉପରକୁ ଚେୟାର ମାଡ ପରେ ବନ୍ଦ ହୋଇଗଲା ଯାତ୍ରା। ଏଭଳି ଘଟଣା ଘଟିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁରେ।
ଦୁର୍ଗାଶ୍ରୀ ଯାତ୍ରାପାର୍ଟି ଗାଁରେ ଯାତ୍ରା ପକେଇଥିଲା। ଶନିବାର ଦିନ ସାହୁ ଭାଉଜ ଷ୍ଟେଜ ଶୋ’ କରିବାର ପ୍ରୋଗ୍ରାମ ଥିଲା। ସାହୁ ଭାଉଜ ବି ଆସି ପହଂଚିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ସାହୁ ଭାଉଜଙ୍କୁ ଷ୍ଟେଜ ଶୋ’ କରିବା ପାଇଁ ମନା କରିଥିଲା। ଯାହା ଫଳରେ ସେ ଆଉ ଷ୍ଟେଜ ଉପରକୁ ଯାଇନଥିଲେ।
ସେପଟେ ଭିତରେ ଥିବା ଦର୍ଶକ, ଯେଉଁମାନେ ସାହୁ ଭାଉଜଙ୍କୁ ଦେଖିବାପାଇଁ ଆସିଥିଲେ, ସେମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ଷ୍ଟେଜ ଉପରକୁ ଚେୟାର ମାଡ଼ କରିବାସହ ଯାତ୍ରା ବନ୍ଦ କରିଦେଇଥିଲେ ଦର୍ଶକ। ଗାଁରେ ପ୍ରବଳ ହଙ୍ଗାମା ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।…





