Heavy Rainfall Alert: ଆଜି ଅତି ପ୍ରବଳ ବର୍ଷିବ, ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

heavy-rainfall-alert:-ଆଜି-ଅତି-ପ୍ରବଳ-ବର୍ଷିବ,-ଏହି-ଜିଲ୍ଲାକୁ-ଅରେଞ୍ଜ-ଆଲର୍ଟ

ଆଜି ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷିବ। ଦୁଇଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୨୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Chinmayee Sahoo

  • Published: Monday, 22 September 2025
  • Last updated: 22 September 2025, 09:08 AM IST

Heavy RainfallCredit: OTV

ବର୍ଷା

ଦଶହରାରେ ଛେଚିବ ବର୍ଷା। ଆଗ ପଛ ହୋଇ ଆସୁଛି ଦୁଇ ଦୁଇଟି ବଡ଼ ଲଘୁଚାପ। ଆଜି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। କେନ୍ଦୁଝର ଓ ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ବାକି ୨୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଲଘୁଚାପ ପ୍ରଭାବରେ ବର୍ଷା ନ ଛାଡ଼ୁଣୁ ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୧ ଓ ୨ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ।

ଅଧିକ ପଢନ୍ତୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ, ଜାଣନ୍ତୁ କ୍ଷୀର ଦାମ୍ କେତେ ହେଲା

Also Read

ଅଧିକ ଦେଖନ୍ତୁ:

ଓଟିଭି ବିଜ୍ଞାପନ

Scroll to Top