OMFED Dairy Products: ଶସ୍ତା ହେଲା ଓମଫେଡ୍ ଉତ୍ପାଦ, ଜାଣନ୍ତୁ କ୍ଷୀର ଦାମ୍ କେତେ ହେଲା

omfed-dairy-products:-ଶସ୍ତା-ହେଲା-ଓମଫେଡ୍-ଉତ୍ପାଦ,-ଜାଣନ୍ତୁ-କ୍ଷୀର-ଦାମ୍-କେତେ-ହେଲା

କମିଲା କ୍ଷୀର, ପନିର, ଫ୍ଲେଭର୍ ମିଲ୍କ ଦର। ଓମଫେଡ୍ ବଟର୍ ଓ ଘିଅ ଦାମ୍ କମିଲା। ୫୦୦ ଏମଏଲ୍ ଟେଟ୍ରାପ୍ୟାକର ୟୁଏଚଟି ଦୁଗ୍ଧ ୨ ଟଙ୍କା ହ୍ରାସ ହୋଇଛି। ପନିର ୨୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ହୋଇଛି।

Chinmayee Sahoo

  • Published: Monday, 22 September 2025
  • Last updated: 22 September 2025, 08:57 AM IST

OmfedCredit: OTV

କ୍ଷୀର

ନୂଆ ଜିଏସଟି ଲାଗୁପରେ ଶସ୍ତା ହେଲା ଓମଫେଡ୍ ଉତ୍ପାଦ । କମିଲା କ୍ଷୀର, ପନିର, ଫ୍ଲେଭର୍ ମିଲ୍କ, ବଟର୍ ଓ ଘିଅ ଦାମ୍ । ଓମଫେଡର ୫୦୦ ଏମଏଲ୍ ଟେଟ୍ରାପ୍ୟାକର ୟୁଏଚଟି ଦୁଗ୍ଧ ଦାମ୍ ୨ ଟଙ୍କା କମ୍ ହୋଇ ୩୭ ଟଙ୍କାକୁ ଖସିଆସିଛି। ଏକ ଲିଟର ପ୍ୟାକ୍ ଦାମ୍ ୩ ଟଙ୍କା ହ୍ରାସ ପାଇ ୬୭ ଟଙ୍କା ହୋଇଛି। ସେହିଭଳି ପନିର ୨୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ପାଇଁ ୭୫ ଟଙ୍କାକୁ ଖସିଥିବା ବେଳେ ୫୦୦ ଗ୍ରାମର ଦାମ୍ ୧୦ ଟଙ୍କା ହ୍ରାସ ୧୮୦ ଟଙ୍କା ହୋଇଛି।

ଓମ୍ ଫେଡର ଫ୍ଲେଭର୍ ମିଲ୍କର ୧୮୦ ଏମଏଲ୍ ବୋତଲ ଦାମ୍ ୨ ଟଙ୍କା ଲେଖାଏଁ ହ୍ରାସ ପାଇ ୨୩ ଟଙ୍କା ହୋଇଛି। ଟେବୁଲ୍ ବଟରର ୧୦୦ ଗ୍ରାମ ଦାମ୍ ୩ ଟଙ୍କା ହ୍ରାସ ପାଇ ୫୭ ଟଙ୍କା ଓ ୫୦୦ ଗ୍ରାମ ପ୍ୟାକ୍ ଦାମ୍ ୧୮ ଟଙ୍କା ହ୍ରାସ ପାଇ ୨୭୨ ଟଙ୍କା ହୋଇଛି। ୨୦୦ ଏମ୍ଏଲ୍ , ୫୦୦ ଏମ୍ଏଲ୍ ଓ ୧ ଲିଟର ଟିଣ ଘିଅ ଦାମ୍ ଯଥାକ୍ରମେ ୧୦ ଟଙ୍କା, ୨୫ ଟଙ୍କା ଓ ୪୫ ଟଙ୍କା କମ୍ ହୋଇଛି । ୫ ଲିଟର ପଲିଜାର୍ ଘିଅ ଦାମ୍ ୨୨୦ ଟଙ୍କା କମ୍ ହୋଇ ୩୨୮୦ ଟଙ୍କା ହୋଇଛି।

ଅଧିକ ଦେଖନ୍ତୁ:

Also Read

ଓଟିଭି ବିଜ୍ଞାପନ

Scroll to Top