ନାବାଳିକା ଅପହରଣ ମାମଲାର ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣା, ଏଏସଆଇଙ୍କ ସମେତ କନେଷ୍ଟବଳ ନିଲମ୍ବିତ

ନାବାଳିକା-ଅପହରଣ-ମାମଲାର-ଅଭିଯୁକ୍ତ-ଟ୍ରେନରୁ-ଫେରାର-ଘଟଣା,-ଏଏସଆଇଙ୍କ-ସମେତ-କନେଷ୍ଟବଳ-ନିଲମ୍ବିତ

ସୋର: ନାବାଳିକା ଅପହରଣ ମାମଲାର ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଲେଶ୍ଵର ଏସପି। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନାର ଜଣେ ଏଏସଆଇ ସମେତ ୨ ଜଣ କନେଷ୍ଟବଳଙ୍କୁ ବାଲେଶ୍ଵର ଏସପି ନିଲମ୍ବିନ କରିଥିବା ଜଣାପଡ଼ିଛି। ନିଲମ୍ବିତ ହୋଇଥିବା ଏଏସଆଇ ହେଉଛନ୍ତି ଗୋପାଳପୁର ଥାନାର ଏଏସଆଇ ଦୀପକ କୁମାର ଭୋଇ, କନେଷ୍ଟବଳ ବିକାଶ କୁମାର ମହାପାତ୍ର ଏବଂ ବାଲେଶ୍ଵର ରିଜର୍ଭ କନେଷ୍ଟବଳ ସୁଚିତ୍ରା ମାଝୀ।

ସୂଚନାଥାଉକି, ଗୋପାଳପୁର ଥାନା ଦୋଳପୁର ଅଞ୍ଚଳର ଜଣେ ନାବାଳିକାକୁ ଆରୁହାବାଡ଼ ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିବା ନେଇ ନାବାଳିକାଙ୍କ ମାଆ ଜୁନ ୩୦ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗୋପାଳପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l

ପରେ ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକର ଗୋପାଳପୁର ଥାନାର ଏଏସଆଇ ଦୀପକ କୁମାର ଭୋଇ, କନେଷ୍ଟବଳ ବିକାଶ କୁମାର ମହାପାତ୍ରଙ୍କ ସହ ବାଲେଶ୍ଵର ରିଜର୍ଭ କନେଷ୍ଟବଳ ସୁଚିତ୍ରା ମାଝୀଙ୍କୁ ନେଇ ଏକ ଟିମ ଗଠନ କରିଥିଲେ । ଟିମ ସେପ୍ଟେମ୍ବର ୧୦ ତାରିଖରେ ଆନ୍ଧ୍ରପ୍ରଦେଶରେ ଯୁବକ ଜଣକ ନାବାଳିକାକୁ ଅପହରଣ କରି ରଖିଥିବାର ସନ୍ଧାନ ପାଇଥିଲେ ।

ପରେ ଏହି ଟିମ ଆନ୍ଧ୍ର ପ୍ରଦେଶ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକ ସଞ୍ଜୟ ରଥଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲେ । ଆଉ ସେଠାରୁ ଟ୍ରେନ ଯୋଗେ ଓଡ଼ିଶା ଆଣୁଥିଲେ । ହେଲେ ରାସ୍ତାରେ ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକ ସଞ୍ଜୟ ରଥ ୩ ଜଣ ପୋଲିସ ଥାଉ ଥାଉ ଟ୍ରେନରୁ ଫେରାର ମାରିଥିଲା।

ଆଉ ଟିମ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେବି ଅଭିଯୁକ୍ତକୁ ପାଇନଥିଲେ। ଆଉ କେବଳ ନାବାଳିକାକୁ ଧରି ଫେରିଥିଲେ । ଅଭିଯୁକ୍ତ ଯୁବକ ପୋଲିସ ହାତରୁ ଫେରାର ହୋଇଥିବା ନେଇ ଜଣାପଡ଼ିବା ପରେ ବାଲେଶ୍ଵର ଏସପି ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

Scroll to Top