New Generation GST: ରାତି ପାହିଲେ ଲାଗୁ ହେବ ନେକ୍ସଟ୍ ଜେନ୍ GST, ପୂଜା ବଜାରରେ ଗ୍ରାହକ ଓ ବ୍ୟବସାୟୀଙ୍କ ଉତ୍କଣ୍ଠା

new-generation-gst:-ରାତି-ପାହିଲେ-ଲାଗୁ-ହେବ-ନେକ୍ସଟ୍-ଜେନ୍-gst,-ପୂଜା-ବଜାରରେ-ଗ୍ରାହକ-ଓ-ବ୍ୟବସାୟୀଙ୍କ-ଉତ୍କଣ୍ଠା

ନବରାତ୍ରିରେ ଦେଶବାସୀଙ୍କୁ ବଡଭେଟି ଦେଉଛନ୍ତି ମୋଦି ସରକାର। ଆସନ୍ତାକାଲିଠାରୁ ଦେଶରେ ପ୍ରଚଳନ ହେବ ନୂଆ ଜେନେରେସନ ଜିଏସଟି।

Manasranjan Mohanty

  • Published: Sunday, 21 September 2025
  • Last updated: 21 September 2025, 09:18 PM IST

gstCredit: OTV

gst

ନବରାତ୍ରୀଠୁ କାର୍ଯ୍ୟକାରୀ ହେବାକୁ ଯାଉଛି ମୋଦି ସରକାରଙ୍କ ଜିଏଏସଟି ସଂସ୍କାର। ଏଣିକି ୪ ଥାକିଆ ବଦଳରେ ଲାଗୁ ହେବ ଦୁଇ ଥାକିଆ ଜିଏସଟି। ୧୨ ଓ ୧୮ ପ୍ରତିଶତ ବଦଳରେ ଏଣିକି ମାତ୍ର ଦୁଇଟି ସ୍ଲାବରେ ହିଁ କାରବାର ହେବ। ଯେଉଁ ସାମଗ୍ରୀ ଉପରେ ପୂର୍ବରୁ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା ସେଗୁଡିକ ଏବେ ୫ ପ୍ରତିଶତକୁ ହ୍ରାସ ପାଇବ। ସେହିପରି ୨୮ ପ୍ରତିଶତ ଜିଏସଟି ଥିବା ଜିନିଷ ଉପରେ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ।

ଆସନ୍ତାକାଲିଠାରୁ ଦେଶରେ ନେକ୍ସଟ ଜେନେରେସନ ଜିଏସଟି ଲାଗୁହେବାକୁ ଥିବାରୁ ଉତ୍କଣ୍ଠାରେ ଉଭୟ ଗ୍ରାହକ ଓ ବ୍ୟବସାୟୀ। ଇଲକ୍ଟ୍ରୋନିକ୍ସ ଆଇଟମଠାରୁ ଆରମ୍ଭ କରି ଅଟୋମୋବାଇଲ୍ ସେକଟର ଉପରେ ୨୮ ବଦଳରେ ୧୮ ପ୍ରତିଶତ ଜିଏସଟି ଲାଗୁହେବାକୁ ଯାଉଥିବାରୁ ଏହାର ବଡ ଫାଇଦା ନେବା ଅପେକ୍ଷାରେ ଗ୍ରାହକ। ଏଣୁ ଆଜି ବିଭିନ୍ନ ଦୋକାନ ବଜାର ଖାଁ ଖାଁ। ଇଲେକ୍ଟ୍ରୋନିକ୍ସ ହେଉ କିମ୍ବା କାର ସୋରୁମରେ ଆଜି ଗ୍ରାହକଙ୍କ ଭିଡ ନାହିଁ। ଆସନ୍ତାକାଲିଠାରୁ ଏଥିରେ ଲାଗିବ ବ୍ରେକ୍, ଚଳଚଞ୍ଚଳ ହେବ କାରବାର।…

Also Read

କ୍ଷୀର ଜାତୀୟ ସାମାଗ୍ରୀ ଓ ଅତ୍ୟାବଶ୍ୟକ ମେଡିସିନ ଉପରେ ଜିଏସଟି ସଂପୂର୍ଣ୍ଣ ଉଚ୍ଛେଦ ହେବାକୁ ଥିବା ବେଳେ ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦ ସଂସ୍ଥା ଅମୁଲ ଗତକାଲିଠାରୁ ତାର ୭୦ଟି ସାମଗ୍ରୀ ମୂଲ୍ୟ ହ୍ରାସ କରିଛି। ସେହିପରି ଭାରତୀୟ ରେଳ ବିଭାଗ ତାର ପାସେଞ୍ଜରଙ୍କ ପାଇଁ ନିଜସ୍ବ ପିଇବା ପାଣି ବୋତଲ ଉପରୁ ଜିଏସଟି ଛାଡ କରିଛି। ଆସନ୍ତାକାଲିଠାରୁ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ଛାଡ ହେବ। ଏହା ବ୍ୟତୀତ ଜୀବନ ରକ୍ଷାକାରୀ ଔଷଧ ଏବଂ ସ୍ବାସ୍ଥ୍ୟ ସେବା ସାମଗ୍ରୀ ଉପରେ ଜିରୋ ଜିଏସଟି ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ କରିବ ବୋଲି କହିଛନ୍ତି 

 ନୂଆ ଜିଏସଟି ଗ୍ରାହକଙ୍କ ମନରେ ନୂଆ ଆଶା ସଂଞ୍ଚାର କରିଛି। ଏହାଦ୍ବାରା ସାଧାରଣ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ହେବ ବୋଲି କୁହାଯାଉଛି।

ଓଟିଭି ବିଜ୍ଞାପନ

Scroll to Top