ଲଞ୍ଚ ହେଲା ଟାଟା Ace Gold+ ଡିଜେଲ ମିନି-ଟ୍ରକ୍: ସବୁଠାରୁ କମ୍ ମୂଲ୍ୟରେ ଜବରଦସ୍ତ ପରିବହନ କ୍ଷମତା

ଲଞ୍ଚ-ହେଲା-ଟାଟା-ace-gold+-ଡିଜେଲ-ମିନି-ଟ୍ରକ୍:-ସବୁଠାରୁ-କମ୍-ମୂଲ୍ୟରେ-ଜବରଦସ୍ତ-ପରିବହନ-କ୍ଷମତା

ନୂଆଦିଲ୍ଲୀ: ଭାରତର ସର୍ବବୃହତ ବାଣିଜ୍ୟିକ ଯାନ ନିର୍ମାତା ଟାଟା ମୋଟର୍ସ ଭାରତରେ ଏସି ଗୋଲ୍ଡ ପ୍ଲସ୍ ଡିଜେଲ ମିନି ଟ୍ରକ୍(Ace Gold+ diesel mini-truck) ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ୫.୫୨ ଲକ୍ଷ ଟଙ୍କା ରଖାଯାଇଛି। ଆଇକନିକ ଆଇସ ରେଞ୍ଜରେ ଏହା ସବୁଠାରୁ ସୁଲଭ ଡିଜେଲ ମଡେଲ। ସବୁଠାରୁ କମ୍ ମୂଲ୍ୟରେ ଦମଦାର ପ୍ରଦର୍ଶନ କରିବାକୁ ଏହାକୁ ଡିଜାଇନ କରାଯାଇଛି। କ୍ଷୁଦ୍ର ବ୍ୟବସାୟ ମାଲିକ ଏବଂ ଉଦ୍ୟୋଗୀମାନଙ୍କୁ ଲକ୍ଷ୍ୟ କରି କମ୍ପାନୀ ଏହି ଟ୍ରକ୍ ଲଞ୍ଚ କରିଛି।

Ace Gold+ ଲିନ୍ NOx ଟ୍ରାପ୍ (LNT) ଟେକ୍ନୋଲୋଜୀ ରହିଛି। ଯାହା ଡିଜେଲ୍ ନିଷ୍କାସନ ଫ୍ଲୁଇଡ୍ (DEF)ର ଆବଶ୍ୟକତାକୁ ଦୂର କରେ। ଏଥିରେ ମେଣ୍ଟେନାନ୍ସ ଖର୍ଚ୍ଚ କମ ହେବା ସହିତ ଅଧିକ ପ୍ରଦୂଷଣ ହେବ ନାହିଁ। ଏକ ଟର୍ବୋଚାର୍ଜଡ୍ ଡାଇକର୍ ଡିଜେଲ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ, Ace Gold+ 22bhp ପାୱାର ଏବଂ 55Nm ଟର୍କ ଉତ୍ପାଦନ କରେ। ଏହା ୯୦୦କେଜି ପେଲୋଡ୍ କ୍ଷମତା, ବହୁବିଧ ଲୋଡ୍ ଡେକ୍ ବିକଳ୍ପ ରହିଛି। ଲଜିଷ୍ଟିକ୍ସ ଠାରୁ ଆରମ୍ଭ କରି କ୍ଷୁଦ୍ର-ସ୍ତରର ସାମଗ୍ରୀ ପରିବହନ ପର୍ଯ୍ୟନ୍ତ ବିଭିନ୍ନ ପରିବହନ କାର୍ଯ୍ୟ ପାଇ ଏହି ଟ୍ରକ୍ ଏକ ସୁଲଭ ସାଧନ ହେବ।

Ace Gold+ ଲଞ୍ଚ ହେବା ସହିତ ଟାଟା ମୋଟର୍ସର ବ୍ୟାପକ କ୍ଷୁଦ୍ର ବାଣିଜ୍ୟିକ ଯାନ (SCV) ପୋର୍ଟଫୋଲିଓରେ ସାମିଲ ହୋଇଛି। ଏହି ସେଗମେଣ୍ଟରେ ପୂର୍ବରୁ  Ace Pro, Ace, Intra ଏବଂ Yodha ଆଦି ଟ୍ରକ ମାର୍କେଟ୍‌ରେ ରାଜ କରୁଛନ୍ତି। ଏଗୁଡ଼ିକର କ୍ଷମତା ୭୫୦ କେଜି ରୁ ୨ ଟନ୍ ପର୍ଯ୍ୟନ୍ତ ପେଲୋଡ୍ କଭର କରିବାର କ୍ଷମତା ରହିଛି। ଏହି ମିନି ଟ୍ରକଗୁଡ଼ିକ ଡିଜେଲ, ପେଟ୍ରୋଲ, ସିଏନ୍‌ଜି, ବାଇ-ଫୁଏଲ ଏବଂ ଇଲେକ୍ଟ୍ରିକ୍ ଭ୍ୟାରିଏଣ୍ଟରେ ମାର୍କେଟ୍‌ରେ ଉପଲବ୍ଧ।

.

Scroll to Top