ଢାକା – ଭାରତର ପଡୋଶୀ ଦେଶ ବାଂଲାଦେଶରେ ରବିବାର ଭୂକମ୍ପର ଝଟକା ଅନୁଭୂତ ହୋଇଛି, ଯେଉଁଥିରେ ଦେଶର ମେଘାଳୟ ରାଜ୍ୟ ଯାଏ ପୃଥିବୀ ଦୋହଲି ଯାଇଛି, ଆଶ୍ୱସ୍ତିର କଥା ଏହା ଯେ, ଏଥିରେ କୌଣସି କ୍ଷତି ହୋଇ ନାହିଁ। ବାଂଲାଦେଶରେ ରବିବାର ୪ଟି ତୀବ୍ର ଭୂକମ୍ପ ଝଟକା ଆସି ଥିଲା।
ବାଂଲାଦେଶରେ ଭୂକମ୍ପ ଆସିବା ପରେ ଏହାର ଝଟକା ମେଘାଳୟରେ ମଧ୍ୟ ଅନୁଭୂତ ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ବାଂଲାଦେଶକୁ ଲାଗି ମେଘାଳୟର ସୀମା ନିକଟରେ ଭାରତୀୟ ସମୟାନୁସାରେ ପୂର୍ବାହ୍ନ ୧୧.୪୯ ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ସେ କହିଛନ୍ତି ମେଘାଳୟରେ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ୱା କାହାର ହତାହତ ହେବାର ତତ୍କାଳ କୌଣସି ଖବର ଆସି ନାହିଁ।
ଅନ୍ୟପଟେ , ଗୁଜରାଟର କଚ୍ଛରେ ମଧ୍ୟ ରବିବାର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏଠାରେ ୩.୧ ତୀବ୍ରତାର ଭୂକମ୍ପ ଆସିଛି। ଆଇଏସଆର ନିଜର ରିପୋର୍ଟରେ କହିଛି ଯେ, ଦ୍ୱିପ୍ରହର ୧୨ଟା ୪୧ ମିନିଟ୍ରେ ଆସିଛି ଏବଂ ଏହାର କେନ୍ଦ୍ର ଭଚାଉରୁ ପ୍ରାୟ ୧୨ କିଲୋମିଟରର ଉତ୍ତର-ପୂର୍ବରେ ଥିଲା। ସକାଳ ପାଖାପାଖି ୬ଟା ୪୧ ମିନିଟ୍ରେ ମଧ୍ୟ କଚ୍ଛରେ ୨.୬ ତୀବ୍ରତାର ଭୂକମ୍ପ ଆସିଥିଲା। ସକାଳେ ଆସିଥିବା ଭୂକମ୍ପର କେନ୍ଦ୍ର ଧୋଲାବୀରା ଠାରୁ ୨୪ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ଥିଲା।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ, ଏଥିରେ ଧନଜୀବନ କ୍ଷତିର କୌଣସି ଖବର ନାହିଁ। କଚ୍ଛ ଜିଲ୍ଲା ଉଚ୍ଚ ବିପଦପୂର୍ଣ୍ଣ ଭୂକମ୍ପୀୟ କ୍ଷେତ୍ରରେ ରହିଛି, ଯେଉଁଠି କମ୍ ତୀବ୍ରତାର ଭୂକମ୍ପ ନିୟମିତ ଭାବେ ଆସି ଥାଏ। କଚ୍ଛରେ ୨୦୦୧ ମସିହାରେ ଆସିଥିବା ଭୂକମ୍ପ ଗତ ଦୁଇ ଶତାବ୍ଦୀରେ ଭାରତର ୩ୟ ସବୁଠୁ ବଡ଼ ଓ ଦ୍ୱିତୀୟ ସବୁଠୁ ବିନାଶକାରୀ ଭୂକମ୍ପ ଥିଲା। ୨୦୦୧ରେ ଆସିଥିବା ଭୂକମ୍ପରେ ପାଖାପାଖି ୧୩,୮୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା ଏବଂ ୧.୬୭ ଲକ୍ଷ ଲୋକ ଆହତ ହୋଇ ଥିଲେ।




