Health Tips: ନବରାତ୍ରୀ ଉପବାସରେ କିପରି ରହିବେ ଏନର୍ଜେଟିକ୍ ? ଜାଣନ୍ତୁ ଟିପ୍ସ…

health-tips:-ନବରାତ୍ରୀ-ଉପବାସରେ-କିପରି-ରହିବେ-ଏନର୍ଜେଟିକ୍-?-ଜାଣନ୍ତୁ-ଟିପ୍ସ…

ନବରାତ୍ରୀ ଉପବାସ ସମୟରେ ଲୋକମାନେ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇଥା’ନ୍ତି। ଯଦି ଆପଣ ଉପବାସ ସମୟରେ ଏନର୍ଜେଟିକ୍ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବାକୁ ପଡିବ। ଜାଣନ୍ତୁ ଏହା କ’ଣ…

Pramod Behera

  • Published: Monday, 16 October 2023
  • Last updated: 21 September 2025, 02:16 PM IST

health benefits in water chestnut flourCredit: OTV

ନବରାତ୍ରୀ ଉପବାସ କିପରି ରହିବେ ଏନର୍ଜେଟିକ୍; ଆପଣଙ୍କ ପାଇଁ ଟିପ୍ସ

ନବରାତ୍ରୀ ଉପବାସ ସମୟରେ ଲୋକମାନେ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇଥା’ନ୍ତି। ଯଦି ଆପଣ ଉପବାସ ସମୟରେ ଏନର୍ଜେଟିକ୍ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଖାଦ୍ୟ ତାଲିକାରେ ପାଣି ସିଙ୍ଗଡା ଅଟାକୁ ସାମିଲ କରିବାକୁ ପଡିବ। ଏଥିରୁ ଅନେକ ପ୍ରକାର ମିଠା ଏବଂ ନମକିନ ଖାଦ୍ୟ ପ୍ରସ୍ତୁତ କରି ଉପବାସ ସମୟରେ ଖାଇପାରିବେ।

ଅନେକ ପ୍ରକାରର ପୁଷ୍ଟିକର ଉପାଦାନରେ ଭରପୂର ସିଙ୍ଗଡ଼ା ଅଟା ଗହମ ଅପେକ୍ଷା ଅଧିକ ଲାଭଦାୟକ। ତେବେ ଆସନ୍ତୁ ଏହାର ଉପକାର ବିଷୟରେ ଜାଣିନେବା।

Also Read

ପାଣି ସିଙ୍ଗଡା ଅଟାର ଉପକାରିତା:

  • ପାଣି ସିଙ୍ଗଡା ପାଣି ଜାଗାରେ ହୋଇଥାଏ। ଏହାକୁ ଆଣି ଶୁଖାଇ ଏଥିରୁ ଅଟା ମଇଦା ପ୍ରସ୍ତୁତ କରାଯାଏ। ଏହା ବିଭିନ୍ନ କାରଣରୁ ନିୟମିତ ଗହମ ଅଟା ଠାରୁ ଖୁବ ଲାଭଦାୟକ। ନବରାତ୍ରୀ ଉପବାସ ସମୟରେ ଏହି ଅଟାରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ଶରୀରରେ ଶକ୍ତିର ଅଭାବ ରହିବ ନାହିଁ।
  • ଯଦି ଆପଣ ବାରମ୍ବାର ଭୋକିଲା ଅନୁଭବ କରୁଛନ୍ତି, ତେବେ ଆପଣ ଏହାକୁ ଖାଇ କମ୍ କ୍ୟାଲୋରୀ ପାଇବେ ଏବଂ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବାରେ ମଧ୍ୟ ସାହାଯ୍ୟ କରିବ। ଏହି କାରଣରୁ ଓଜନ ବୃଦ୍ଧିରେ କୌଣସି ଟେନସନ ରହିବ ନାହିଁ।

ଅଧିକ ପଢ଼ନ୍ତୁ: ଛତୁ ଖାଆନ୍ତୁ, ମଧୁମେହକୁ ମାତ୍‌ ଦିଅନ୍ତୁ; ଜାଣନ୍ତୁ ଏହାର ଉପକାରିତା

  • ଏଥିରେ ଫେରୁଲିକ୍ ଏସିଡ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା କିଛି କର୍କଟ କୋଷର ବୃଦ୍ଧିକୁ ମନ୍ଥର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟରେ ଏହାକୁ ସାମିଲ କଲେ କର୍କଟ ଭଳି ମାରାତ୍ମକ ରୋଗରୁ ନିଜକୁ ରକ୍ଷା କରିପାରିବେ।
  • ଏହା ଭିଟାମିନ୍ K ର ଏକ ଉତ୍କୃଷ୍ଟ ଉତ୍ସ। ମାଂସପେଶୀ ଏବଂ ସ୍ନାୟୁ ପ୍ରଣାଳୀର ସଠିକ୍ କାର୍ଯ୍ୟ ପାଇଁ ଏହି ମିନେରାଲ୍ ଗୁରୁତ୍ୱପୂର୍ଣ୍ଣ। ଏହା ସୋଡିୟମକୁ ସନ୍ତୁଳନ କରି ଜଳ ଧାରଣ ଏବଂ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ, ସେମାନଙ୍କ ପାଇଁ ଏହା ଖାଇବା ଲାଭଦାୟକ ହୋଇପାରେ।

ଅଧିକ ପଢ଼ନ୍ତୁ: ‘ଭିଟାମିନ-C’ରେ ରହିଛି ସ୍ଵାସ୍ଥ୍ୟ ପାଇଁ ଅନେକ ଉପକାରିତା

    ଓଟିଭି ବିଜ୍ଞାପନ

    Scroll to Top