ସୁବର୍ଣ୍ଣପୁର ସୁରେଶ୍ଵରୀ ମନ୍ଦିରରେ ମା’ଙ୍କ ଦଶ ଅବତାର ଆରମ୍ଭ, ଧବଳମୁଖୀ ବେଶରେ ଦେଉଛନ୍ତି ଦର୍ଶନ

ସୁବର୍ଣ୍ଣପୁର-ସୁରେଶ୍ଵରୀ-ମନ୍ଦିରରେ-ମା’ଙ୍କ-ଦଶ-ଅବତାର-ଆରମ୍ଭ,-ଧବଳମୁଖୀ-ବେଶରେ-ଦେଉଛନ୍ତି-ଦର୍ଶନ

Published By: Ruby – Prameya-News7 Bureau | September 21, 2025 12:52 PM

NEWS7

Sureswari Temple

ସୁବର୍ଣ୍ଣପୁର ୨୧।୯: ଆଜି ହେଉଛି ପବିତ୍ର ମହାଳୟା । ଏହି ଅବସରରେ ସୁବର୍ଣ୍ଣପୁର ସୁରେଶ୍ଵରୀ ମନ୍ଦିରରେ ମା ସୁରେଶ୍ଵରୀଙ୍କ ଧବଳମୁଖୀ ବେଶ ହୋଇଛି । ଆଜି ଠାରୁ ମାଙ୍କ ଦଶ ଅବତାର ଆରମ୍ଭ ହୋଇଛି । ପ୍ରଥମ ଦିନରେ ମା ସୁରେଶ୍ଵରୀ ଧବଳମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ମାଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସକାଳୁ ଭକ୍ତମାନେ ମନ୍ଦିରରେ ଭିଡ ଲଗାଇଥିଲେ । ସ୍ଵତନ୍ତ୍ର ଭାବରେ ନୀତିକାନ୍ତି ସମ୍ପନ୍ନ କରାଯିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା । ବର୍ଷକରେ ଥରେ ଏହି ବେଶ ହେଉଥିବାରୁ ଧବଳମୁଖୀ ବେଶ ଦର୍ଶନ କରିବାକୁ ଭକ୍ତ ମାନଙ୍କ ଭିଡ଼ ଜମିଛି । ବେଶ ଦର୍ଶନ କରି ସେମାନେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି ।

Scroll to Top