ସାଇବର ଆକ୍ରମଣ ଯୋଗୁ ୟୁରୋପୀୟ ବିମାନବନ୍ଦରରେ ସେବା ପ୍ରଭାବିତ, ଅନେକ ଉଡାଣ ବାତିଲ

ସାଇବର-ଆକ୍ରମଣ-ଯୋଗୁ-ୟୁରୋପୀୟ-ବିମାନବନ୍ଦରରେ-ସେବା-ପ୍ରଭାବିତ,-ଅନେକ-ଉଡାଣ-ବାତିଲ

ନୂଆଦିଲ୍ଲୀ ୨୦।୯: ୟୁରୋପରେ ସାଇବର ଆକ୍ରମଣ କାରଣରୁ ହିଥ୍ରୋ, ବ୍ରସେଲସ୍, ବର୍ଲିନ ସମେତ ଅନେକ ବିମାନ ବନ୍ଦରରେ  ଯାତ୍ରୀ ସେବା ପ୍ରଭାବିତ ହୋଇଛି। ଏହି କାରଣରୁ ବିମାନ ପରିଚାଳନାରେ ବିଳମ୍ବ ହେବା ସହ ଅନେକ ଉଡାଣ ବାତିଲ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିମାନ ବନ୍ଦରରେ ଚେକ୍-ଇନ୍ ଓ ବୋର୍ଡିଂ ସୁବିଧା ପ୍ରଦାନ କରୁଥିବା ସେବା ପ୍ରଦାନକାରୀଙ୍କୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହୋଇଥିଲା, ତେବେ ଶନିବାର ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି।

ବିମାନ ଡାଟା ପ୍ରଦାନକାରୀ ସିରିୟମ ଅନୁସାରେ ହିଥ୍ରୋ, ବର୍ଲିନ ଓ ବ୍ରସେଲସ୍ ରୁ ଏ ପର୍ଯ୍ୟନ୍ତ ୨୯ ପ୍ରସ୍ଥାନ ଓ ଆଗମନ ବାତିଲ ହୋଇସାରିଲାଣି। ଶନିବାର ହିଥ୍ରୋରୁ ୬୫୧ ପ୍ରସ୍ଥାନ, ବ୍ରସେଲସୁ ୨୨୮ ଓ ବର୍ଲିନରୁ ୨୨୬ ପ୍ରସ୍ଥାନ ନିର୍ଦ୍ଧାରିତ ହୋଇଥିଲା। ତେବେ ସାଇବର ଆକ୍ରମଣ ଯୋଗୁ ବିମାନ ବନ୍ଦରର ଅଟୋମେଟିକ ସିଷ୍ଟମ ପ୍ରଭାବିତ ହୋଇଛି। ଏଣୁ ବାଧ୍ୟବାଧକତାରେ ମାନୁଆଲୀ ଚେକ୍ ଇନ୍ ଓ ବୋର୍ଡିଂ ସୁବିଧା ପ୍ରଦାନ କରାଯାଉଛି। ଫଳରେ ବିମାନ ବନ୍ଦରମାନଙ୍କରେ ଯାତ୍ରୀ ଏବେ ସମସ୍ୟାରେ ପଡିଛନ୍ତି।

ଏୟାରପୋର୍ଟ ଅଥରିଟି ସ୍ଥାନୀୟ ଗନ୍ତବ୍ୟ ପାଇଁ ୨ ଘଣ୍ଟା ଓ ଅନ୍ତର୍ଜାତୀୟ ଗନ୍ତବ୍ୟ ନିମନ୍ତେ ୩ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ଏୟାରପୋର୍ଟକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ତେବେ ସମସ୍ୟାରୁ ବର୍ତ୍ତିବା ପାଇଁ ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ଉଡାଣର ସ୍ଥିତି ନେଇ ସୂଚନା ହାସଲ କରନ୍ତୁ ବୋଲି ପରାମର୍ଶ ଦିଆଯାଉଛି। ଲଣ୍ଡନ ହିଥ୍ରୋ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଚେକ୍-ଇନ ଓ ବୋର୍ଡିଂ ସୁବିଧା ପ୍ରଦାନ କରୁଥିବା କମ୍ପାନୀକୁ ଲସ୍ ଏୟରୋସ୍ପେସ୍ ଟେକନିକ୍ ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଲିନ ଏୟାରପୋର୍ଟରେ ମଧ୍ୟ ଯାତ୍ରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ତେବେ ଉପୁଜିଥିବା ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ଟିମ୍‌ ମାନେ ଲାଗି ପଡିଛନ୍ତି।

ସେହିପରି ଆମେରିକା ଡଲାସରେ ମଧ୍ୟ ଦୂରସଞ୍ଚାର ସେବା ବାଧିତ ହେବା ଯୋଗୁ ୧,୮୦୦ ରୁ ଅଧିକ ବିମାନ ବିଳମ୍ବରେ ଉଡାଣ କରିଛନ୍ତି। ସଂଘୀୟ ବିମାନ ପ୍ରଶାସନ (ଏଫଏଏ) ଦୂର ସଞ୍ଚାର ସେବାରେ ବ୍ୟବଧାନ କାରଣରୁ ଉଡାଣ ଉପରେ ରୋକ ଲଗାଇ ଦେଇଥିଲେ। ସ୍ଥାନୀୟ ଟେଲିଫୋନ କମ୍ପାନୀ ଉପକରଣରେ କଥିତ ସମସ୍ୟା ଯୋଗୁ ଯାତାୟାତ ଧିମା ହେଉଛି। ତେବେ ଏହି ସମସ୍ୟା ଏଫଏଏ ଉପକରଣ ସମ୍ପର୍କିତ ନୁହେଁ। ହେଲେ କାରଣ ଜାଣିବା ପାଇଁ ଏଫଏଏ ଟେଲିଫୋନ କମ୍ପାନୀ ସହ ମିଶି କାମ କରୁଛି।  

Scroll to Top