ଏହି ଅଜବ ଘଟଣାଟି ଗୁଜରାଟ ଭଦୋଦରା ସହର ସୁରସାଗର ଅଞ୍ଚଳର । ମହିଳା କାନ୍ଦି କାନ୍ଦି କହିଛନ୍ତି, ଠେଲାବାଲା ମୋ ସହ ଚାଲାକି କରିଛନ୍ତି । ସମସ୍ତଙ୍କୁ ୨୦ ଟଙ୍କାରେ ୬ଟା ଦେବାବେଳେ ଆଉ ମତେ କମ୍ ଦେଉଛନ୍ତି ।
କାନ୍ଦି କାନ୍ଦି ନୟାନ୍ତ। ନ୍ୟାୟ ପାଇଁ ବସିଛନ୍ତି ରାସ୍ତା ମଝିରେ । ଯିଏ ଯେତେ ବୁଝେଇଲେ ବୁଝୁନାହାନ୍ତି। ପୋଲିସ ବି ଆସି ପହଞ୍ଚିଗଲା ତଥାପି ଧାରଣାରୁ ଉଠୁ ନାହାନ୍ତି ମହିଳା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ମହିଳାଙ୍କ ସହ ଅନ୍ୟାୟ ହୋଇଛି । ଆଉ ଏ ଅନ୍ୟାୟ କରିଛି ଜଣେ ଗୁପଚୁପ୍ ଠେଲା ଦୋକାନୀ । ୨୦ ଟଙ୍କାରେ ମହିଳାଙ୍କୁ ୬ଟି ଗୁପଚୁପ୍ ଦେବା ବଦଳରେ ଦେଇଛନ୍ତି ୪ଟି । ଯେଉଁଥିପାଇଁ ଏମିତି ପିଲାଙ୍କ ଭଳି କାନ୍ଦି କାନ୍ଦି ରାସ୍ତାରେ ବସିଛନ୍ତି ମହିଳା । ତାଙ୍କର ଏକା ଜିଦ୍, ମୋତେ ଆଉ ଦୁଇଟି ଗୁପଚୁପ୍ ଦିଅ, ନହେଲେ ଠେଲା ବନ୍ଦ କର…
ଏହି ଅଜବ ଘଟଣାଟି ଗୁଜରାଟ ଭଦୋଦରା ସହର ସୁରସାଗର ଅଞ୍ଚଳର । ମହିଳା କାନ୍ଦି କାନ୍ଦି କହିଛନ୍ତି, ଠେଲାବାଲା ମୋ ସହ ଚାଲାକି କରିଛନ୍ତି । ସମସ୍ତଙ୍କୁ ୨୦ ଟଙ୍କାରେ ୬ଟା ଦେବାବେଳେ ଆଉ ମତେ କମ୍ ଦେଉଛନ୍ତି ।
Also Read
ତାଙ୍କ ଅଭିଯୋଗ ଯେ, ସେ ସବୁବେଳେ ସେହି ଠେଲାବାଲା ପାଖରୁ ଗୁପଚୁପ୍ ଖାଆନ୍ତି । ଆଉ ଠେଲାବାଲା ତାଙ୍କ ସହ ଝଗଡା କରନ୍ତି । ତେଣୁ ତାଙ୍କୁ ଆଉ ଦୁଇଟି ଗୁପଚୁପ୍ ଦିଆଯାଉ ନ ହେଲେ ତାଙ୍କ ଠେଲା ବନ୍ଦ ହେଉ ବୋଲି ଜିଦ୍ ଧରିଥିଲେ ମହିଳା । ଯାହାଫଳରେ ରାସ୍ତାରେ ଯାଉଥିବା ଲୋକମାନେ ବି ଘଡିଏ ଅଟକି ଯାଇ ଦେଖିଥିଲେ ମହିଳାଙ୍କୁ । ସେ ରାସ୍ତାରେ ଧାରଣା ଦେବାରୁ ଟ୍ରାଫିକ୍ ଜାମ୍ ହୋଇଗଲା । ଫଳରେ ମହିଳାଙ୍କୁ ଶାନ୍ତ କରିବାକୁ ପୋଲିସକୁ ଆସିବାକୁ ପଡିଲା । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି ।
ଜଣେ ୟୁଜର ଏହି ଭିଡିଓ ସେୟାର କରି ଲେଖିଛନ୍ତି, ୨ଟି ଗୁପଚୁପ୍ ପାଇଁ ମହିଳାଙ୍କ ସତ୍ୟାଗ୍ରହ । ଗୁପଚୁପ୍ ଖାଇବା ସବୁ ଝିଅଙ୍କ ଭାରି ପସନ୍ଦ । ହେଲେ ଗୁପଚୁପ୍ ପାଇଁ ଏମିତି ରାସ୍ତାରେ ଧାରଣା ହୁଏତ ଆଗକୁ କେବେ କେହି ଦେଖିନଥିବେ ।




