କିଏ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କୁ ହତ୍ୟା କଲା। ତାଙ୍କୁ ଅପହରଣ କଲା କିଏ ଓ କାହିଁକି ତାଙ୍କୁ ମାରି ଫିଙ୍ଗି ଦେଲା। ଏସବୁ ଭିତରେ ସନ୍ଦେହଘେରକୁ ଆସିଛନ୍ତି ଜଣେ ମ୍ୟାଡମ୍। ଯାହାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରୁଥିଲେ ବିଦ୍ୟାଧର।
ଟ୍ୟାକ୍ସି ଡ୍ରାଇଭରଙ୍କ ହତ୍ୟା ପଛରେ କିଏ ? କିଏ ସେହି ମ୍ୟାଡମ୍, କ’ଣ ତାଙ୍କର ଭୂମିକା ? କାହିଁକି ଏହି ମ୍ୟାଡମ୍ଙ୍କ ନାଁ ଚର୍ଚ୍ଚାରେ ? କାହାକୁ ମାସେ ହେଲା ଭଡ଼ାରେ ନେଇ ଯାଉଥିଲେ ବିଦ୍ୟାଧର?
ରାଜଧାନୀରେ ଓଲା ଡ୍ରାଇଭରଙ୍କ ହତ୍ୟା ପରେ ଏବେ ଏଭଳି ଅନେକ ପ୍ରଶ୍ନ। କିଏ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କୁ ହତ୍ୟା କଲା। ତାଙ୍କୁ ଅପହରଣ କଲା କିଏ ଓ କାହିଁକି ତାଙ୍କୁ ମାରି ଫିଙ୍ଗି ଦେଲା। ଏସବୁ ଭିତରେ ସନ୍ଦେହଘେରକୁ ଆସିଛନ୍ତି ଜଣେ ମ୍ୟାଡମ୍। ଯାହାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରୁଥିଲେ ବିଦ୍ୟାଧର।
ସିଏ ହିଁ ଷଡ଼ଯନ୍ତ୍ର କରି ବିଦ୍ୟାଧରଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଛନ୍ତି କି? ମୃତଦେହ ପାଖରୁ ଗୋଟିଏ ପର୍ସ, ଗୋଟିଏ ମଦ ବୋତଲ, ଦୁଇଟି ଗ୍ଲାସ୍, ଓ ଗୋଟିଏ କାର୍ ଚାବି ଓ ଅନ୍ୟ କିଛି ସାମାନ ମିଳିବା ପରେ ପୋଲିସ ତାକୁ ଜବତ କରି ସନ୍ଦେହ କରୁଛି। ଆଉ ଆରମ୍ଭ କରିଛି ତଦନ୍ତ।
Also Read
ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଦ୍ୟାଧର ସାହୁ। ଗତ ଦୁଇ ବର୍ଷ ହେଲା ଭୁବନେଶ୍ୱର ବରଗଡ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଏକ କମ୍ପାନୀର ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ ସେ। ଗତ ମାସେ ହେଲା ସେ ଜଣେ ମ୍ୟାଡମ୍ଙ୍କୁ ନେବା ଆଣିବା କରୁଥିଲେ। ପ୍ରତିଦିନ କାର୍ରେ ନେଇ ତାଙ୍କୁ ଛାଡୁଥିଲେ ଅଫିସ୍ରେ।
ସେପ୍ଟେମ୍ବର ୧୫ ତାରିଖ। କାମକୁ ଯାଇ ସେ ଆଉ ଘରକୁ ଫେରିନଥିଲେ। ସେହି ଦିନଠାରୁ ହୋଇଯାଇଥିଲେ ନିଖୋଜ। ପରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ । ଆଉ ମୁଣ୍ଡ ଜାମିନ ବାବାଦକୁ ଅପହରଣକାରୀମାନେ ମାଗିଥିଲେ ୨ କୋଟିର ଫିରୋତି।
ଶୁକ୍ରବାର ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଶନିବାର ତାଙ୍କ ମୃତଦେହ ଚନ୍ଦକା ଥାନା ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ଜୁଝଗଡ଼ ଡ୍ରେନ୍ ପାଖରୁ ମିଳିଛି। ତାଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରି ଏଠି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।
ସେପଟେ ଘଟଣାସ୍ଥଳରୁ ଏକ ଛତା ମଧ୍ୟ ଲାଗିଛି ପୋଲିସ ହାତରେ। ଛତାଟି କାହାର ସେହି ମ୍ୟାଡମ୍ଙ୍କର କି ଯାହାକୁ ବିଦ୍ୟାଧରା ନେବା ଆଣିବା କରୁଥିଲେ। ତାଙ୍କୁ ନେଇ ପୋଲିସର ଛାନ୍ଭିନ୍ ଚାଲାଇଛି।
ହତ୍ୟାକାଣ୍ତ ପଛର କାରଣ ଓ ଉଦ୍ଦେଶ୍ୟ ଜାଣିବା ପାଇଁ ପୁଲିସ ସାଇଣ୍ଟିଫିକ୍ ଟିମର ସହାୟତାରେ ଆଖପାଖରୁ ହସ୍ତଗତ ହୋଇଥିବା ସମସ୍ତ ନମୂନା ସଂଗ୍ରହ କରିଛି। ଏକ ମାମଲା ରୁଜୁ ଆସାମୀଙ୍କୁ ଚିହ୍ନଟ କରି ଧରିବା ପାଇଁ ତଦନ୍ତର ଦିଗ ଆଗକୁ ବଢ଼ାଇଛି ପୋଲିସ।




