ପ୍ରଭାସଙ୍କ ଦୁଇଟି ସିନେମାରୁ ବାହାରିଗଲେ ଦିପିକା ,୨୦୨୫ ମସିହାରେ ଦୁଇ ଟି ବଡ ବଡ ପ୍ରୋଜେକଟରୁ ବାହାରିଛନ୍ତି ନାୟିକା । ମା ହେବା ପରେ ଦିପିକା ନିଜ ସୁଟିଂର ସମୟକୁ କମ କରିଛନ୍ତି ।
Credit: OTV
DIPIKA
ଅଭିନେତ୍ରୀ ଦୀପିକା ପାଦୁକୋନ୍ ପୁଣି ଥରେ ଆଉ ଏକ ବଡ ସିନେମାରୁ ଆଉଟ୍ ହୋଇଛନ୍ତି । କଲକି ୨୮୯୮ ଏଡି ସିନେମାର ଆଉଟ୍ ହୋଇଯାଇଛନ୍ତି। ଏହି ସିନେମା ଦିପିକାଙ୍କ କ୍ୟାରିୟରର ବେଷ୍ଟ ସିନେମା ହୋଇଥାଆନ୍ତି କାରଣ ଏଥିରେ ତାଙ୍କର ସ୍କିନ୍ ଟାଇମ ବି ଅଧିକ ଥିଲା କିନ୍ତୁ ଏବେ ସେ ବାହାରିଯାଇଛନ୍ତି ଏହି ବିଗ ଫିଲ୍ମରୁ । ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ କଥା ହେଉଛି ପୂର୍ବରୁ ବି ଦୀପିକା ପ୍ରଭାସ ଷ୍ଟାରର ସ୍ପିରିଟରୁ ଆଉଟ୍ ହୋଇଥିଲେ ଆଉ ଏବେ କଲକି ୨୮୯୮ ର ହିରୋ ମଧ୍ୟ ପ୍ରଭାସ ।
ପ୍ରଭାସଙ୍କ ଦୁଇଟି ସିନେମାରୁ ବାହାରିଗଲେ ଦୀପିକା ,୨୦୨୫ ମସିହାରେ ଦୁଇ ଟି ବଡ ବଡ ପ୍ରୋଜେକଟରୁ ବାହାରିଛନ୍ତି ନାୟିକା । ମା ହେବା ପରେ ଦୀପିକା ନିଜ ସୁଟିଂର ସମୟକୁ କମ କରିଛନ୍ତି । ୭ ଘଣ୍ଟା ସୁଟ କରିବା ସହ ନିଜର ଫିସକୁ ୨୫ ପ୍ରତିଶତ ବଢେଇଦେଇଛନ୍ତି । କଲକି ୨୮୯୮ ଅଧିକାଂଶ ସିନ ଭିଏଫଏକସ୍ ଦ୍ବାରା ହେଉଛି ଫଳରେ ତାହା ୭ ଘଣ୍ଟା ସୁଟରେ ତାହା ହୋଇପାରିବ ନାହିଁ ତଥାପି ଦୀପିକାଙ୍କ ସବୁ ସର୍ତ୍ତକୁ ପ୍ରଯୋଜନା ସଂସ୍ଥା ମାନିଥିଲା ।
Also Read
କିନ୍ତୁ ପରେ ଦୀପିକା ନିଜର ୨୫ ଜଣ ଷ୍ଟାଫ୍ଙଙ୍କ ପାଇଁ ଫାଇଭ୍ ଷ୍ଟାର ହୋଟେଲରେ ରହିବାର ବ୍ୟବସ୍ଥା କରିବାର ଡିମାଣ୍ଡ କଲେ ଯାହା ସିନେମାର ବଜେଟ ଉପରେ ପ୍ରଭାବ ପକାଇଲା । ଏପରି ପ୍ରଭାସ ନିଜ ଫିସ ବଢେଇନାହାନ୍ତି । ସେଥିପାଇଁ ସିନେମାର ପ୍ରଯୋଜନା ସଂସ୍ଥା ଦୀପିକା ପାଦୁକୋନଙ୍କୁ କଲକି ୨୮୯୮ ଏଡି ପ୍ରାଜେକଟରୁ ବାହାର କରିବା ପାଇଁ ବାଧ୍ୟ ହେଲେ । ଏବେ ଚର୍ଚ୍ଚା ହେଉଛି ମା ହେବା ପରେ ନାୟିକା କଣ ବଦଳିଗଲେ କି ? କଲକି ୨୮୯୮ ଏଡି ଫିଲ୍ମର ପ୍ରଥମ ଭାଗ ୨୦୨୪ରେ ରିଲିଜ ହୋଇଥିଲା





