Delivery Boy: ଡେଲିଭରୀ ବଏଙ୍କ ରାଜକୀୟ ଅନ୍ଦାଜ୍: ଥାର୍‌ରେ ବସି କରୁଛନ୍ତି ଗ୍ରୋସରୀ ଡେଲିଭରୀ

delivery-boy:-ଡେଲିଭରୀ-ବଏଙ୍କ-ରାଜକୀୟ-ଅନ୍ଦାଜ୍:-ଥାର୍‌ରେ-ବସି-କରୁଛନ୍ତି-ଗ୍ରୋସରୀ-ଡେଲିଭରୀ

ହୋସ୍ ଉଡାଇଲା ଡେଲିଭରି ବୟଙ୍କ ଦାମୀ ଗାଡି । ସ୍କୁଟି କି ବାଇକ୍ ନୁହେଁ, ଆସିଲେ ଥାର୍‌ରେ ବସି ଫୁଡ୍ ଡେଲିଭରୀ କରୁଛନ୍ତି।

ଆପଣ ଅନଲାଇନରୁ ଖାଦ୍ୟ କିମ୍ବା ଗ୍ରୋସରୀ ଅର୍ଡର କରିଥିବେ । ଆଉ ଦୁଇ ଚକିଆ ଗାଡିରେ ଡେଲିଭର ବୟ ଅର୍ଡର ନେଇ ଆସୁଥିବାର ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଉଡିଯିବ ଆପଣଙ୍କ ହୋସ୍ । କୌଣସି ସ୍କୁଟି କି ବାଇକ ନୁହେଁ, କଳା ରଙ୍ଗର ଚକାଚକ୍ ଦାମୀ ମହେନ୍ଦ୍ରା ଥାର୍‌ରେ ଅର୍ଡର ନେଇ ଘରେ ଘରେ ପହଞ୍ଚୁଛନ୍ତି ଡେଲିଭରି ବୟ ।

ଜଣେ ଇନଷ୍ଟାଗ୍ରାମ ୟୁଜର ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ସେ ବ୍ଲିଙ୍କିଟ୍‌ରୁ କିଛି ଗ୍ରୋସରୀ ଅର୍ଡର କରିଥିଲେ । ଆଉ ଏଇ ଗ୍ରୋସରୀ ଡେଲିଭରି ପାଇଁ ଦାମୀ ଥାର୍‌ରେ ଆସିଥିଲେ ଡେଲିଭରି ବୟ ଜଣକ ।

ଭାଇରାଲ ଭିଡିଓରେ ଦେଖାଯାଇଛି, ଜଣେ ଡେଲିଭର ବୟ ଥାର୍‌ରୁ ବାହାରୁଛନ୍ତି । ଅର୍ଡର ଦେଇ ପୁଣି ଥାର୍‌ରେ ବସି ଚାଲିଯାଉଛନ୍ତି । ଡେଲିଭରି ବୟ ଏତେ ଦାମୀ ଗାଡି ଚଢିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଗ୍ରାହକ ଓ ବାଲ୍‌କୋନି ଉପରୁ ତାଙ୍କର ଭିଡିଓ ରେକର୍ଡ କରୁଛନ୍ତି ।

Also Read

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନାନା ମଜାଳିଆ କମେଣ୍ଟ ବର୍ଷା କରୁଛନ୍ତି ୟୁଜର୍ସ । କେହି କେହି ତ ଥାର୍‌ରେ ବ୍ଲିଙ୍କିଟ ଅର୍ଡର ଡେଲିଭରକୁ ବିଶ୍ୱାସ କରିପାରୁ ନାହାନ୍ତି । ଆଉ କିଏ ଲେଖୁଛନ୍ତି, ଦାମୀ ଗାଡି କିଣି EMI ଦେଇ ନପାରିଲେ ଏମିତି ହୁଏ ।

ବ୍ଲିଙ୍କିଟ କିମ୍ବା ଅନ୍ୟ କୌଣସି କମ୍ପାନିରେ ଡେଲିଭରି ବୟ ଭାବେ କାମ କରୁଥିବା ଯେକୌଣସି ବ୍ୟକ୍ତି ପାଖରେ ଏତେ ମହଙ୍ଗା ଗାଡି ରହିବା, ନିହାତି ଆଶ୍ଚର୍ଯ୍ୟ କଲାଭଳି ଘଟଣା ।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ: 

Scroll to Top