ଭୁବନେଶ୍ୱର ୨୦/୦୯: ନ୍ୟାସନାଲ ଜିଓଗ୍ରାଫିକ୍ ପତ୍ରିକାର କଭର୍ ପେଜ୍ ରେ ଓଡ଼ିଶାର କଳା ବାଘ ଫଟୋ ସ୍ଥାନିତ ହୋଇଛି। ଇନ୍ ବ୍ରିଡ଼ିଂ ଯୋଗୁ ସୃଷ୍ଟି ହୋଇଥିବା କଳାବାଘର କାହାଣୀ ଅନ୍ତର୍ଜାତୀୟ ପତ୍ରିକାରେ ଛପାଯାଇଛି। ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟରେ ଏବେ ୧୮ଟି ବିରଳ ପ୍ରଜାତି ବାଘ ଅଛନ୍ତି । ବିଶ୍ୱସ୍ତରୀୟ ପତ୍ରିକାରେ ଏହାର କାହାଣୀ ସ୍ଥାନ ପାଇବା ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ନୂଆ ଦିଗନ୍ତ। ବିରଳ କଳାବାଘଙ୍କ କାହାଣୀ ବିଶ୍ଵର କୋଟି କୋଟି ଲୋକ ପଢିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପ୍ରଶଂସା କରିଛନ୍ତି । ‘ଏକ୍ସ’ରେ ଉଲ୍ଲେଖ କରି ଲେଖିଛନ୍ତି, ଶିମିଳିପାଳର ଏହି ଅଦ୍ଭୁତ ବ୍ଲାକ ବିଉଟିକୁ ବିଶ୍ୱସ୍ତରୀୟ ପତ୍ରିକା ପ୍ରଚ୍ଛଦପଟରେ ଦେଖି ଆନନ୍ଦିତ ହେଲି। ଓଡ଼ିଶାର ହୃଦସ୍ପନ୍ଦନ ଶିମିଳିପାଳରେ ଭୂ-ଦେବୀଙ୍କ ଦ୍ଵାରା ଆଚ୍ଛାଦିତ ଅନନ୍ୟ ଉଦ୍ଭିଦ ଓ ବନ୍ୟପ୍ରାଣୀମାନେ ଫଟୋଗ୍ରାଫର ଓ ପ୍ରକୃତିପ୍ରେମୀଙ୍କୁ କର୍ଷିତ କରନ୍ତି । ଏହି କଳାବାଘର ଚମତ୍କାର କାହାଣୀ ରଚିତା ତଥା ଭାରତୀୟ ଫଟୋଗ୍ରାଫର ପ୍ରସନ୍ନଜିତଙ୍କୁ ଅଶେଷ ଅଭିନନ୍ଦନ। ତୁମ ପ୍ରତିବଦ୍ଧତା ଆଗାମୀ ପିଢ଼ି ପାଇଁ ପ୍ରେରଣା ସାଜିବ।
It was joyous for me when I saw the elusive black beauty of #Similipal, adorn the cover of the @NatGeo magazine. Similipal, the heart of #Odisha, is blessed by the Bhu-devi with unique flora & fauna that has always made the biosphere an apple of eye for photographers, nature… pic.twitter.com/VKIOUNlAlw
— Mohan Charan Majhi (@MohanMOdisha) September 19, 2025
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଲେଖିଛନ୍ତି, ପ୍ରକୃତରେ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ଜାଣି ମୁଁ ଖୁସି ହେଲି। ମେଲାନିଷ୍ଟିକ୍ ବାଘର ଏହି ମନୋରମ ଫଟୋଚିତ୍ରକୁ କଏଦ କରିଥିବାରୁ ଭାରତୀୟ ଫଟୋଗ୍ରାଫର ପ୍ରସନ୍ନଜିତଙ୍କୁ ଧନ୍ୟବାଦ । ବିରଳ ପ୍ରଜାତି ବାଘର ଝଲକ ପାଇଁ ୨୦୨୪ ଜାନୁଆରୀରେ ସରକାର ବାରିପଦାରେ ବିଶ୍ଵର ପ୍ରଥମ ମେଲାନିଷ୍ଟିକ୍ ଟାଇଗର ସଫାରି ଘୋଷଣା କରିଥିଲେ ।
Glad to know that Similipal’s rare Black Tiger is being featured on the cover of National Geographic (@NatGeo) in the October 2025 edition. Indeed a proud moment for #Odisha. Thank Indian photographer Prasenjeet Yadav for capturing this breathtaking image of the melanistic… pic.twitter.com/1FcxDkW8XK
— Naveen Patnaik (@Naveen_Odisha) September 19, 2025
ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର ତଥା ଫଟୋଗ୍ରାଫର ପ୍ରସନ୍ନଜିତ୍ କହିଛନ୍ତି, ନ୍ୟାସନାଲ ଜିଓଗ୍ରାଫିକ୍ ପାଇଁ ଦେଶ ଭିତରେ ଓ ଦକ୍ଷିଣ ଆମେରିକା, ମଙ୍ଗୋଲିଆ, କିରଗିଜସ୍ଥାନ ଭଳି ଦେଶରେ ୧୦ ବର୍ଷ ହେଲା କାମ କରୁଛି । ଗତବର୍ଷ ଶୀତ ଦିନେ ଶିମିଳିପାଳରେ ୪ମାସର ରହଣି ବେଳେ କଳାବାଘକୁ ନିକଟରୁ ପରଖିଛି। ଇନ୍ ବ୍ରିଡି଼ଂ ଯୋଗୁଁ ମେଲାନାଷ୍ଟିକ୍ ବଂଶ ବଢ଼ିଚାଲିଛି। ଏସବୁ ବାଘର ରୋଗପ୍ରତିରୋଧକ ଶକ୍ତି ଯଥେଷ୍ଟ କମ୍ ଯାହାକି, ବାଘବଂଶ ପାଇଁ ଘାତକ ଆଉ ଚିନ୍ତାର ବିଷୟ।




