୪୭୪ ଦଳ ଉପରେ ଚାଲିଲା ECI ଚାବୁକ୍, ରାଜନୈତିକ ଦଳର ପଞ୍ଜିକରଣ ବାତିଲ

୪୭୪-ଦଳ-ଉପରେ-ଚାଲିଲା-eci-ଚାବୁକ୍,-ରାଜନୈତିକ-ଦଳର-ପଞ୍ଜିକରଣ-ବାତିଲ

ନୂଆଦିଲ୍ଲୀ ୨୦/୦୯: ଭାରତୀୟ  ନିର୍ବାଚନ କମିଶନ  ୪୭୪ଟି ପଞ୍ଜୀକୃତ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ହଟାଇଛନ୍ତି। ଏହି ଦଳଗୁଡ଼ିକ ବିଗତ ୬ ବର୍ଷ ହେଲା କୌଣସି ନିର୍ବାଚନ ଲଢ଼ିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ସହିତ ବିଗତ ୨ ମାସ ମଧ୍ୟରେ ଏବେସୁଦ୍ଧା ୮୦୮ ଦଳର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ECI।

ପୂର୍ବରୁଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ଟି ଦଳର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏହାଛଡ଼ା ଇସିଆଇ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅନ୍ୟ ୩୫୯ଟି ଦଳକୁ ଚିହ୍ନିତ କରିଛନ୍ତି । ଏହି ଦଳଗୁଡ଼ିକ ବିଗତ ୩ ଆର୍ଥିକ ବର୍ଷରେ ନିଜର ଅଡିଟେଡ୍ ଆକାଉଣ୍ଟସ ଓ ନିର୍ବାଚନୀ ଖର୍ଚ୍ଚର ରିପୋର୍ଟ ଦାଖଲ କରିନାହାନ୍ତି। ଏହି ଦଳଗୁଡ଼ିକ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଜରୁରି ରିପୋର୍ଟ ଦାଖଲ କରିନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଇସିଆଇଙ୍କ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ଦଳ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ନିଜର ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯିବ। ସେମାନଙ୍କ ଜବାବ ପ୍ରସଙ୍ଗରେ ଶୁଣାଣିପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। 

Scroll to Top