ଆଶାୟୀଙ୍କୁ ମିଳିପାରେ ଦଶହରା ଭେଟି, ନୂଆ ରୂପ ନେଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳ

ଆଶାୟୀଙ୍କୁ-ମିଳିପାରେ-ଦଶହରା-ଭେଟି,-ନୂଆ-ରୂପ-ନେଇପାରେ-ରାଜ୍ୟ-ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର ୨୦।୦୮ : ଦଶହରାକୁ ମିଳିବ କି ମନ୍ତ୍ରୀ ପଦ ଭେଟି ? ଅପେକ୍ଷା କରି ରହିଛନ୍ତି ମନ୍ତ୍ରୀ ପଦ ଆଶାୟୀ । ଦଳରୁ ସିଗନାଲ୍ ମିଳିଛି, ଦଶହରା ପୂର୍ବରୁ ନୂଆ ରୂପ ନେଇପାରେ ମନ୍ତ୍ରୀମଣ୍ଡଳ। ସମ୍ଭବତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ପରେ ଏଦିଗରେ ବଡ଼ ଖବର ଆସିବ। ଏଥିପାଇଁ ଭିତରେ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ପ୍ରସ୍ତୁତି ଜୋର୍ ଧରିଛି।

ଦଳୀୟ ସୂତ୍ର ଅନୁସାରେ ଆଉ ବିଳମ୍ବ ସମ୍ଭାବନା କମ୍। ମୋହନ ସରକାରରେ ଖାଲି ଥିବା ୬ ମନ୍ତ୍ରୀ ଆସନ ପୂରଣ ହେବା ସହ ମନ୍ତ୍ରୀମଣ୍ଡଳକୁ ନୂଆ ରୂପ ଦିଆଯିବ। ଏହାପରେ ତତ୍କାଳ ସଂଗଠନ ପୁନର୍ବିନ୍ୟାସ ସହ ନିଗମ, ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆଗେଇବ। ଏପରିକି ସମ୍ଭାବ୍ୟ ମନ୍ତ୍ରୀ ତାଲିକା କାଳେ ପ୍ରସ୍ତୁତ ସରିଛି। ଅନୁମୋଦନ କରିବେ ବିଜେପି ହାଇକମାଣ୍ଡ। ମନ୍ତ୍ରୀମଣ୍ଡଳରେ ୬ଟି ଆସନ ଖାଲି ଅଛି। ପ୍ରଦର୍ଶନ ଆଧାରରେ ହିଁ ନୂଆ ମନ୍ତ୍ରୀ ଚୟନ ସହ କିଛି ପୁରୁଣା ବଦଳିପାରନ୍ତି। ବିଜେପି ବିଧାୟକ ଜିତିଥିବା ଜିଲ୍ଲା ଭିତରୁ ଏବେ ବି ୧୪ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ଅଛି। ବରଗଡ଼, ସୁନ୍ଦରଗଡ଼, ବାଲେଶ୍ବର, ଅନୁଗୁଳ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କୋରାପୁଟ, ମାଲକାନଗିରି ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି। ଏ ଜିଲ୍ଲାଗୁଡ଼ିକରୁ ଅନେକ ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି। ମନ୍ତ୍ରୀ ପଦ ପାଇଥିବା ଜିଲ୍ଲା ଭିତରୁ ବି କିଛି ବରିଷ୍ଠ ଓ ନବାଗତ ଦୌଡ଼ରେ ଅଛନ୍ତି। ବିଜେପି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ଉପରେ କେନ୍ଦ୍ରୀୟ ବିଜେପି ଗୁରୁତ୍ୱ ଦେଉଛି। ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଦଳ ନିଗମ ଓ ବୋର୍ଡରେ ନିଯୁକ୍ତି ଦେବ। ଏହାପରେ ରାଜ୍ୟ ସଭାପତି ତାଙ୍କର ନୂଆ ଟିମ୍ ମଧ୍ୟ ଗଠନ କରିବେ। ଏସବୁ ଭିତରେ ଦିଲ୍ଲୀ ଅନୁମୋଦନକୁ ଚାତକ ଭଳି ଚାହିଁଛନ୍ତି ମନ୍ତ୍ରୀ ଆଶାୟୀ।

Scroll to Top