ନେପାଳ ବିରୋଧ ପ୍ରଦର୍ଶନ ପଛରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ କେ.ପି. ଓଲି

ନେପାଳ-ବିରୋଧ-ପ୍ରଦର୍ଶନ-ପଛରେ-ଷଡ଼ଯନ୍ତ୍ର-ଅଭିଯୋଗ-ଆଣିଲେ-କେପି.-ଓଲି

କାଠମାଂଡୁ ୧୯।୯: ନେପାଳର ଅପଦସ୍ଥ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ୧୯ ସେପ୍ଚେମ୍ବର ଶୁକ୍ରବାର ଦେଶର ସମ୍ବିଧାନ ଦିବସ ଅବସରରେ ଫେସବୁକ୍ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜର ସମ୍ବେଦନା ଜଣାଇଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ହୋଇଥିବା ବ୍ୟାପକ ଜେନ-ଜୀ ଆନ୍ଦୋଳନକାଳରେ ଇସ୍ତଫା ଦେଇ ଦେଶ ଛାଡିଥିବା ଓଲି ବିକ୍ଷୋଭ କାଳରେ ଅଟୋମ୍ୟାଟିକ୍ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ନେପାଳୀ ପୋଲିସ ନିକଟରେ ଅଟୋମ୍ୟାଟିକ୍ ଅସ୍ତ୍ରଶସ୍ତ୍ର ନାହିଁ।

ଓଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଆଜି ସମ୍ବିଧାନ ଦିବସ, ଏହା ସେହି ଦିନ ଯେବେ ସମ୍ବିଧାନ ତିଆରି ହୋଇଥିଲା। ଏହି ସମ୍ବିଧାନକୁ ନେପାଳୀ ଜନତା ୭୦ ବର୍ଷର ସଂଘର୍ଷ ପରେ ବାଛିଥିଲେ। ଏହି ଦିନ ନେପାଳ ଗଣତାନ୍ତ୍ରିକ ଜନରାଜ୍ୟ, ଏକ ସଂଘୀୟ ସମାବେସୀ ବ୍ୟବସ୍ଥା ତଥା ଜନତାଙ୍କ ଅଧିକାରର ସ୍ଥାପନା ହୋଇଥିଲା’। ଅପଦସ୍ଥ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସାର୍ବଭୌମତ୍ୱ ଆଗରେ ଥିବା ଆହ୍ୱାନକୁ ପାର କରି ସମ୍ବିଧାନ ଜାରି ହୋଇଥିଲା। ଏଣୁ ନେପାଳୀ ସମ୍ବିଧାନ ନେପାଳୀ ଜନତାଙ୍କ ଦ୍ୱାରା ନିଜ ପାଇଁ ଲେଖା ଯାଇଥିବା ଭବିଷ୍ୟତର ରୂପରେଖ ।

ଏହା ଛଡା ଓଲି କହିଛନ୍ତି ଯେ ବିକ୍ଷୋଭକାରୀ ଅନୁପ୍ରବେଶ କରିଥିଲେ ଓ ସେମାନେ ନେପାଳର ଲୋକେ ନଥିଲେ। ଗତ ସପ୍ତାହରେ ହୋଇଥିବା ଜେନ-ଜୀ ପ୍ରଦର୍ଶନ କାଳରେ ଏଥିରେ ଅନୁପ୍ରବେଶ ହୋଇଥିବା ନଚେତ ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ହେବାର ଥିଲା ବୋଲି ଲେଖିଛନ୍ତି। ପୋଲିସ ପାଖରେ ନଥିବା ଅଟୋମ୍ୟାଟିକ୍ ଅସ୍ତ୍ରଶସ୍ତ୍ରରୁ ହୋଇଥିବା ଗୁଳି ବିନିମୟର ଯାଞ୍ଚ ହେବା ଦରକାର ବୋଲି ସେ ଦାବି କରିଛନ୍ତି।

Scroll to Top