ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଉଡ଼ିଲା ଗେରୁଆ ପତାକା, ଅଧ୍ୟକ୍ଷ ସମେତ ୪ରୁ ୩ ଆସନରେ ABVP ବିଜୟୀ

ଦିଲ୍ଲୀ-ବିଶ୍ୱବିଦ୍ୟାଳୟ-ଛାତ୍ର-ସଂଘ-ନିର୍ବାଚନରେ-ଉଡ଼ିଲା-ଗେରୁଆ-ପତାକା,-ଅଧ୍ୟକ୍ଷ-ସମେତ-୪ରୁ-୩-ଆସନରେ-abvp-ବିଜୟୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଏବିଭିପି ବାଜିମାତ୍ କରିଛି । ୧୭ ରାଉଣ୍ଡର ଗଣତି ପରି ଡିୟୁ ନିର୍ବାରେ ଏବିଭିପି ଅଧ୍ୟକ୍ଷ ସମେତ ତିନି ପଦରେ ବିଜୟୀ ହୋଇଛି । ଅନ୍ୟପଟେ କଂଗ୍ରେସ ଛାତ୍ର ସଂଗଠନ ଏନଏସୟୁଇ କେବଳ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇଛି । ଏବିଭିପି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦରେ ବିଜୟୀ ପତାକା ଉଡ଼ାଇଛି ।

#WATCH | Delhi | Newly elected Delhi University Students’ Union Secretary, ABVP leader Kunal Choudhary says, “I feel very good. I want to thank every student of the Delhi University for voting and supporting me. I want to assure them that I will stand with them whenever they will… pic.twitter.com/nrBrNc3yu8

— ANI (@ANI) September 19, 2025

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ​​ଏବିଭିପି ତାର ଦବାଦବା ବଜାୟ ରଖିଛି । ଏବିଭିପି ଚାରୋଟି ଆସନରୁ ତିନୋଟିରେ ବିଜୟୀ ହୋଇଥିଲା, ଯେତେବେଳେ NSUI କେବଳ ଗୋଟିଏ ପାଇଛି । ବିଦ୍ୟାର୍ଥୀ ପରିଷଦର ଆର୍ଯ୍ୟନ ମାନ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛନ୍ତି । ଏନଏସୟୁଆଇର ରାହୁଲ ଝାନସାଲା ଉପାଧ୍ୟକ୍ଷ ପଦବୀରେ ବିଜୟୀ ହୋଇଛନ୍ତି । ଏବିଭିପିର କୁନାଲ ଚୌଧୁରୀ ସମ୍ପାଦକ ପଦବୀରେ ବିଜୟୀ ହୋଇଥିବା ବେଳେ ଦୀପିକା ଝା ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଛନ୍ତି  ।

ଡିୟୁଏସୟୁ ନିର୍ବାଚନରେ ମୋଟ ୧,୫୩,୧୦୦ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୬୦,୨୭୨ ଛାତ୍ରଛାତ୍ରୀ ସେମାନଙ୍କର ଭୋଟ ଦେଇଥିଲେ ମୋଟ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏବିଭିପି ଏବଂ କଂଗ୍ରେସ ସମର୍ଥିତ ଏନଏସୟୁଆଇ ମଧ୍ୟରେ ଲଢେଇ ଥିଲା । ମତଗଣନା ପୂର୍ବରୁ ନର୍ଥ କ୍ୟାମ୍ପସ ସ୍ଥିତ ୟୁନିଭର୍ସିଟିର ସ୍ପୋର୍ଟ୍ସ ଷ୍ଟାଡିୟମରେ ମତଗଣନା କେନ୍ଦ୍ର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ଏବିଭିପି ପ୍ରାର୍ଥୀ

ଅଧ୍ୟକ୍ଷ – ଆର୍ଯ୍ୟନ ମନ-୨୮୮୪୧୦

ଉପାଧ୍ୟକ୍ଷ- ଗୋବିନ୍ଦ ତନୱାର-୨୦୫୪୭

ସମ୍ପାଦକ – କୁନାଲ ଚୌଧୁରୀ-୨୩୭୭୯

ଯୁଗ୍ମ ସମ୍ପାଦକ – ଦୀପିକା ଝା-୨୭୮୨୫

NSUI ପ୍ରାର୍ଥୀ

ଅଧ୍ୟକ୍ଷ – ଜୋସଲିନ୍ ନନ୍ଦିତା ଚୌଧରୀ-୧୨୬୪୫

ଉପାଧ୍ୟକ୍ଷ – ରାହୁଲ ଝାନସଲା-୨୯୩୩୯

ସମ୍ପାଦକ– କବୀର-୧୬୧୧୭

ଯୁଗ୍ମ ସମ୍ପାଦକ- ଲବକୁଶ ଭଡାନା-୧୭୩୮୦

दिल्ली विश्वविद्यालय छात्रसंघ चुनाव में @ABVPVoice की प्रचंड जीत पर परिषद के कार्यकर्ताओं को बधाई।

यह जीत युवाओं की राष्ट्र प्रथम की विचारधारा में अटूट विश्वास का प्रतिबिंब है। इस विजय से परिषद की छात्र शक्ति को राष्ट्र शक्ति में परिवर्तित करने की यात्रा को और अधिक गति मिलेगी। pic.twitter.com/Cm3KzqoTow

— Amit Shah (@AmitShah) September 19, 2025

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଏବିଭିପିର ପ୍ରଚଣ୍ଡ ବିଜୟ ପାଇଁ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ବିଜୟ ଯୁବପିଢିଙ୍କ ରାଷ୍ଟ୍ର ପ୍ରଥମେ ବିଚାରଧାରାରେ ଅତୁଟ ବିଶ୍ୱାସର ପ୍ରତିବିମ୍ୱ ଅଟେ । ଏହି ବିଜୟରେ ପରିଷଦର ଛାତ୍ର ଶକ୍ତିକୁ ରାଷ୍ଟ୍ର ଶକ୍ତିରେ ପରିବର୍ତ୍ତିତ କରିବାର ଯାତ୍ରାକୁ ଅଧିକ ଗତି ମିଳିବ ।  

Scroll to Top