Viral Wedding: ଚର୍ଚ୍ଚରେ ପଶିଗଲା ପାଣି, ଆଣ୍ଠୁଏ ପାଣିରେ ହେଲା ବିବାହ

viral-wedding:-ଚର୍ଚ୍ଚରେ-ପଶିଗଲା-ପାଣି,-ଆଣ୍ଠୁଏ-ପାଣିରେ-ହେଲା-ବିବାହ

ବନ୍ୟାଗ୍ରସ୍ତ ବାରସୋଆଇନ ଚର୍ଚ୍ଚରେ ହେଉଥିବା ଏହି ବିବାହରେ ଆସିଥିବା ଅତିଥିମାନେ ମଧ୍ୟ ଖୁସିରେ ଝୁମୁଥିବା ଓ ନାଚୁଥିବାରେ ଦେଖିବାକୁ ମିଳିଥିଲା । ପାରମ୍ପରିକ ପୋଷାକରେ ଅତିଥିମାନେ ଆସିଥିଲେ । ବନ୍ୟା ପାଣିରେ ଅତିଥିମାନେ ପ୍ୟାଣ୍ଟକୁ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଫଟୋ ପାଇଁ ପୋଜ୍ ଦେଇଥିଲେ ।

ବିବାହ ସାତ ଜନ୍ମର ବନ୍ଧନ । କାହା ସହ କେତେବେଳେ କେଉଁ ପରିସ୍ଥିତିରେ ବିବାହ ହେବ ତାହା ପୂର୍ବରୁ ସ୍ଥିର ହୋଇ ରହି ରହିଛି । ଅନେକ ସମୟରେ ବିବାହର ଅନେକ ମଜାଦାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ଫିଲ୍ମଫାଇନ୍ସର ବିବାହ ଭଳି ।

marriage marriage

ଏମିତି ବି ଏକ ବିବାହ । ଯେଉଁଠି ବର ଅଛି କନ୍ୟା ଅଛି । ସେମାନଙ୍କ ବନ୍ଧୁ ଓ ପରିବାର ଲୋକ ଅଛନ୍ତି । ଆଉ ଅଛି ଆଣ୍ଠୁଏ ଆଣ୍ଠୁଏ ପାଣି । କିନ୍ତୁ ଉତ୍ସାହ ଓ ଭଲ ପାଇବା ଯେମିତିକି ସେମିତି ରହିଛି । ଫିଲିପାଇନ୍ସରେ ଆସିଥିବା ଝଡ଼ କାରଣରୁ ସେଠାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ବିଭିନ୍ନ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପଜୁଛି । ଆଉ ଏହାରି ଭିତରେ ହୋଇଛି ଏହି ଅଭିନବ ବିବାହ ।

Also Read

marriage marriage

ଜେଡ୍ ରିକ୍ ଭର୍ଦିଲୋ ଏବଂ ଜାମାଇକା ଏଗୁଇଲରଙ୍କ ବିବାହ ତାରିଖ ପୂର୍ବରୁ ସ୍ଥିର ହୋଇଥିଲା । ଭେନ୍ୟୁ ସହ ବନ୍ଧୁଙ୍କୁ ନିମନ୍ତ୍ରଣ ସରିଥିଲା । ପ୍ରବଳ ବର୍ଷା ଓ ବନ୍ୟା ବାଦ ବି ସେମାନେ ବିବାହ ତାରିଖ ନଘୁଞ୍ଚାଇବାକୁ ନିଷ୍ପତ୍ତି ନେଲେ । ବିବାହ ପାଇଁ ସ୍ଥିର ହୋଇଥିବା ଚର୍ଚ୍ଚରେ ପାଣି ଭର୍ତ୍ତି ହୋଇଯାଇଥିଲା । ଫଟୋ ଗୁଡିକୁ ଦେଖନ୍ତୁ ସେତେବେଳେ ସେଠାରେ କିପରି ପରିବେଶ ଥିଲା

marriage marriage

ବିବାହ ରୀତିନୀତି ପାଇଁ ଉଭୟେ ପାଣିରେ ଭିତରେ ହିଁ ଚାଲିଥିଲେ । ପ୍ରତ୍ୟେକ ବିବାହରେ କିଛି ନା କିଛି ଚ୍ୟାଲେଞ୍ଜ ଥାଏ ଏବଂ ଏହି ବିବାହର ଚ୍ୟାଲେଞ୍ଜ ଥିଲା ବନ୍ୟା ପାଣି। ଜେଡ୍ ରିକ୍ ଭର୍ଦିଲୋ ଏବଂ ଜାମାଇକା ଏଗୁଇଲର ୧୦ ବର୍ଷ ଧରି ଏକାଠି ରହୁଛନ୍ତି । ଏବେ ସେମାନେ ନିଜ ସଂପର୍କକୁ ଏକ ପରିଚୟ ଦେବାକୁ ନିଷ୍ପତ୍ତି ନେଇଥିଲେ ।

marriage marriage

ଜେଡ୍ ରିକ୍ କହିଥିଲେ ଏହା କେବଳ ଏକ ପରୀକ୍ଷା। ମୋର ମନେ ହୁଏ ଚ୍ୟାଲେଞ୍ଜ ଜୀବନରେ ଶେଷ ହୁଏ ନାହିଁ। ଏହା ସେ ଭିତରୁ ଗୋଟିଏ ଯାହାକୁ ଆମେ ପାର କରିଛୁ। ନବବିବାହିତ ଦମ୍ପତି ବିବାହ ରୀତିନୀତି ସମ୍ପୂର୍ଣ୍ଣ କରିବା ପରେ ପରସ୍ପରକୁ କିସ୍ କରିଥିଲେ ।

marriage marriage

ବନ୍ୟାଗ୍ରସ୍ତ ବାରସୋଆଇନ ଚର୍ଚ୍ଚରେ ହେଉଥିବା ଏହି ବିବାହରେ ଆସିଥିବା ଅତିଥିମାନେ ମଧ୍ୟ ଖୁସିରେ ଝୁମୁଥିବା ଓ ନାଚୁଥିବାରେ ଦେଖିବାକୁ ମିଳିଥିଲା । ପାରମ୍ପରିକ ପୋଷାକରେ ଅତିଥିମାନେ ଆସିଥିଲେ । ବନ୍ୟା ପାଣିରେ ଅତିଥିମାନେ ପ୍ୟାଣ୍ଟକୁ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଫଟୋ ପାଇଁ ପୋଜ୍ ଦେଇଥିଲେ ।

ପାଣିରେ ଭର୍ତ୍ତି ଚର୍ଚ୍ଚରେ ପିଲାମାନେ ମଧ୍ୟ ବହୁତ ମଜା କରିଥିଲେ ଏବଂ ବିବାହର ଆନନ୍ଦ ଉଠାଉଥିବାର ଦେଖାଯାଇଥିଲେ। ଏବେ ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।  ଆଉ ଲୋକେ କହୁଛନ୍ତି  ସମସ୍ୟା ଭିତରେ ବି ଖୁସିକୁ ଖୋଜା ଯାଇପାରେ । ଆଉ ତାହା ମିଳେ ମଧ୍ୟ ।

ଓଟିଭି ହ୍ଵାଟ୍ସଅପ

Scroll to Top