ଭୁବନେଶ୍ଵର: ସୋଆ କୃଷି ବିଜ୍ଞାନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ‘ମା ‘୨୦୨୫ । ଆମ ସଂସ୍କୃତି ପୁରୁଣା କଥା ଲୋପ ପାଇଯାଇଥିବାରୁ ଏହାକୁ ବଜାୟ ରଖିବାକୁ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ମା ‘ । ମୁଖ୍ୟ ଅତିଥିଭାବେ ସୋଆ ବିଶ୍ଵବିଦ୍ୟାଳୟର ଉପସଭାପତି ଶ୍ରୀମତୀ ଶାଶ୍ଵତୀ ଦାସ , ସୋଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଦୀପ୍ତ କୁମାର ନନ୍ଦ , ଛାତ୍ର କଲ୍ୟାଣ ମଣ୍ଡଳ ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ଦାସ , ସୋଆ କୃଷି ବିଜ୍ଞାନ ବିଭାଗର ପରୀକ୍ଷା ନିୟନ୍ତ୍ରକ ମଞ୍ଜୁଳା ଦାସ ପ୍ରମୁଖ ଉପସ୍ଥିତ ରହିଛନ୍ତି।
ସୋଆ କୃଷି ବିଜ୍ଞାନ ବିଶ୍ଵବିଦ୍ୟାଳୟର ଅନୁଷ୍ଠିତ ହୋଇଛି ଛାତ୍ର ଛାତ୍ରୀଙ୍କ ଦ୍ଵାରା କିଏଟିଭୋ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମା‘ । କୃଷି ଶିକ୍ଷା ଅନୁଷ୍ଠାନରେ ଦେଖିବାକୁ ମିଳିଛି ଓଡ଼ିଆ ଅସ୍ମିତା ଦେଖିବାକୁ ମିଳିଛି ପାରମ୍ପରିକ ନୃତ୍ୟ , ସଙ୍ଗୀତ , ସାହିତ୍ୟ , ସଂସ୍କୃତି , କଳା । ସୋଆ କୃଷି ବିଶ୍ଵବିଦ୍ୟାଳୟର ମଞ୍ଚରେ ପରିବେଷଣ ହୋଇଛି ନୃତ୍ୟବଳୀ ମାଧ୍ୟମରେ ମାର ସ୍ନେହ । ପିଲାଟି ଦିନରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମ୍ପୂର୍ଣ ଜୀବନରେ ମାର ମମତା , ଶ୍ରଦ୍ଧା , ସ୍ନେହ , ଜଳାଞ୍ଜଳି , ସମର୍ପିତ ଭାବନା କେବଳ ମା ନିକଟରେ ଦେଖିବାକୁ ମିଳିଛି ଏହାକୁ ଅତି ସୁନ୍ଦର ଭାବେ ପରିବେଷଣ କରିଛନ୍ତି ଛାତ୍ରଛାତ୍ରୀ ।
ମାର ମଧୁର ବର୍ଣ୍ଣନାକୁ ନେଇ କୃଷି ବିଜ୍ଞାନୀ ଛାତ୍ରୀମାନଙ୍କ ସ୍ଵରରେ ସଙ୍ଗୀତ ଗାନ କରି ସମସ୍ତଙ୍କ ହୃଦୟରେ ମା ପ୍ରେମକୁ ସ୍ଥାନିତ କରିଛନ୍ତି। ଓଡ଼ିଶୀ ନୃତ୍ୟର ତାଳେ ତାଳେ ଦୂର୍ଗେ ଦେବୀ ମା ନମସ୍ତେ ଚରଣେ ନୃତ୍ୟ , ପଶ୍ଚିମ ଓଡ଼ିଶା ସମ୍ବଲପୁରୀ ନୃତ୍ୟ , ଦାସ କାଠିଆ , ବାଘ୍ ନାଚ , ଖୋର୍ଦ୍ଧା ପାଇକ ସମରଭ୍ୟାସ ଛାଉ , ଚକୁଳିଆ ପଣ୍ଡା , ଚଢ଼େୟା ଚଢେୟାଣି, ଯୋଗୀଙ୍କ କେନ୍ଦ୍ରରା ବାଦ୍ୟ ବାଣୀ ଏବଂ ଗର୍ବା ନୃତ୍ୟ ସଂସ୍କୃତି ପରମ୍ପରାକୁ ମଧ୍ୟ ଏଠାରେ କୃଷି ଛାତ୍ରଛାତ୍ରୀ ସ୍ଥାନ ଦେଇଛନ୍ତି ।
ସେହିପରି ପହଲଗମ୍ ରେ ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟ ପରେ ଭାରତ କରିଥିବା ଅଜୟ ବିଜୟୀ ର କାହାଣୀ ଅପରେସନ ସିନ୍ଦୂରରେ ଭାରତୀୟଙ୍କ ଗର୍ବ ଅନୁଭବକୁ ନେଇ ମଞ୍ଚରେ ଦୃଶ୍ୟମାନ କରିଥିଲେ ଛାତ୍ର ଛାତ୍ରୀ । ଏହାସହିତ ଅଧର୍ମର ଅହଙ୍କାରକୁ ନିପାତ କରି ଧର୍ମର ଜୟ କରିଥିବା ଦେବୀ ଦୁର୍ଗା ମାଙ୍କ ମହିଶର୍ଧୁନି ନୃତ୍ୟ ପରିବେଷଣ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସୋଆ ବିଶ୍ଵବିଦ୍ୟାଳୟର ଉପସଭାପତି , ଶ୍ରୀମତୀ ଶାଶ୍ଵତୀ ଦାସ ଯୋଗ ଦେଇ କହିଛନ୍ତି କି ଅନ୍ତର୍ନିହିତ କ୍ରିଏଟିଭୋଙ୍କ ପ୍ରତିଭା ଜାଗ୍ରତ କରିଥିବାରୁ ସମସ୍ତ ଛାତ୍ର ଛାତ୍ରୀଙ୍କ ଉନ୍ନତ କାମନା କରିଛନ୍ତି।
ସୋଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଦୀପ୍ତ କୁମାର ନନ୍ଦ , ଛାତ୍ର କଲ୍ୟାଣ ମଣ୍ଡଳ ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ଦାସ , ସୋଆ କୃଷି ବିଜ୍ଞାନ ବିଭାଗର ପରୀକ୍ଷା ନିୟନ୍ତ୍ରକ ମଞ୍ଜୁଳା ଦାସ ପ୍ରମୁଖ ଉପସ୍ଥିତ ରହି ମନ ଭରି ଉପଭୋଗ କରିଥିଲେ। ଶେଷରେ ମା କାର୍ଯ୍ୟକ୍ରମରେ କ୍ରିଏଟିଭୋର ବାର୍ଷିକ ପୁସ୍ତକ ଉନ୍ମୋଚିତ କରାଯାଇଛି । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଛି ।




