ଇସ୍ରାଏଲ ସେନାର ଟାର୍ଗେଟ୍‌ରେ ଏବେ ହିଜବୁଲ୍ଲାହ , ଲୋକଙ୍କୁ ଦକ୍ଷିଣୀ ଲେବାନନ ଖାଲି କରିବାକୁ କହିଲା

ଇସ୍ରାଏଲ-ସେନାର-ଟାର୍ଗେଟ୍‌ରେ-ଏବେ-ହିଜବୁଲ୍ଲାହ-,-ଲୋକଙ୍କୁ-ଦକ୍ଷିଣୀ-ଲେବାନନ-ଖାଲି-କରିବାକୁ-କହିଲା

ନୂଆଦିଲ୍ଲୀ – ଇସ୍ରାଏଲୀୟ ସେନା ଘୋଷଣା କରିଛି ଯେ, ସେ ଖୁବ୍‌ ଶୀଘ୍ର ଦକ୍ଷିଣୀ ଲେବାନନରେ ହିଜବୁଲ୍ଲାହର ସାମରିକ ଠିକଣା ଉପରେ ଆକ୍ରମଣ କରିବ। ସେନା ସ୍ଥାନୀୟ ଲୋକଙ୍କୁ ତତ୍କାଳ କ୍ଷେତ୍ର ଖାଲି କରିବାକୁ ଅପିଲ କରିଛି। ପ୍ରବକ୍ତାଙ୍କ ଅନୁସାରେ , ଏହି କାର୍ଯ୍ୟାନୁଷ୍ଠାନ  ଇସ୍ରାଏଲର ସେହି ଦାବିର ଜବାବରେ କରାଯାଉଛି ଯେ, ହିଜବୁଲ୍ଲାହ ସୀମା ନିକଟରେ ନିଜର କାର୍ଯ୍ୟକଳାପକୁ ପୁଣି ଥରେ ସଙ୍ଗଠିତ ଓ ବିସ୍ତୃତ କରିବାକୁ ଚେଷ୍ଟା କରୁଛି।

ସେନାର ଆରବୀ ଭାଷାର ମୁଖପାତ୍ର କର୍ନଲ ଅଭିଚାୟ ଅଦ୍ରାଇ ଏକ୍ସରେ ଲେଖିଛନ୍ତି ଯେ, ସେନା ନିକଟ ଭବିଷ୍ୟତରେ ଦକ୍ଷିଣୀ ଲେବାନନର ବିଭିନ୍ନ ଅଞ୍ଚଳରେ ହିଜବୁଲ୍ଲାହ ସହ ଜଡ଼ିତ ସାମାରିକ ଗଠନ ଉପରେ ଆକ୍ରମଣ କରିବ, ଯିଏ ଏହି ଅଞ୍ଚଳରେ ନିଜର କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବାକୁ ଚେଷ୍ଟା ଚଳେଇଛି। ନିକଟବର୍ତ୍ତୀ ସପ୍ତାହରେ ଇସ୍ରାଏଲ ଓ ଇରାନ ସମର୍ଥିତ ଆତଙ୍କବାଦୀ ଆତଙ୍କବାଦୀ ଗ୍ରୁପ୍‌ ମଧ୍ୟରେ ଉତ୍ତେଜନା ବଢିଯାଇଛି,ଯେଉଁଥିରେ ବ୍ୟାପକ ସଂଘର୍ଷର ଚିନ୍ତା ବଢୁଛି, କାରଣ ଉଭୟ ପକ୍ଷ ପରସ୍ପର ଉପରେ ଅଭିଯୋଗ ଓ ଧମକ ଦେଉଛନ୍ତି।

ଉଲ୍ଲେଖନୀୟ ଯେ, କତାରର ରାଜଧାନୀ ଦୋହାରେ ପାଲେଷ୍ଟାଇନୀ ଉଗ୍ରବାଦୀ ଗୋଷ୍ଠୀ ହମାସର ରାଜନୈତିକ ନେତୃତ୍ୱ ଉପରେ  ଇସ୍ରାଏଲର ଆକ୍ରମଣ ପରେ, ହିଜବୋଲା ନେତା ନିଇମ କାସିମ କହିଛନ୍ତି ଯେ, କତାର ଉପରେ ଇସ୍ରାଏଲର ଆକ୍ରମଣ ଉପସାଗରୀୟ ଦେଶମାନଙ୍କ ପାଇଁ ଏକ ଚେତାବନୀ ଯେ , ଯଦି ଏହି ଅଞ୍ଚଳର ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ପରାସ୍ତ କରାଯାଏ , ତେବେ ଭବିଷ୍ୟତରେ ସେମାନଙ୍କୁ ମଧ୍ୟ ଛଡ଼ାଯିବ ନାହିଁ। କାସିମ କହିଛନ୍ତି , ଆମେ ଆକ୍ରମଣ ହୋଇଥିବା କତାର ସହ ଛିଡ଼ା ହୋଇଛୁ , ଆମେ ପାଲେଷ୍ଟାଇନୀ ପ୍ରତିରୋଧକୁ ମଧ୍ୟ ସମର୍ଥନ କରୁଛୁ।

ସେ କହିଛନ୍ତି , ଏହି ଆକ୍ରମଣ ମଧ୍ୟ ଏସିଆର ଏକ ବଡ଼ ଭାଗରେ ଗ୍ରେଟର ଇସ୍ରାଏଲ ସ୍ଥାପିତ କରିବାର ଇସ୍ରାଏଲର ଚେଷ୍ଟାର ଏକ ଅଂଶ। ସେ ଇସ୍ରାଏଲ ସହ ସାଧାରଣ ସଂପର୍କ ରଖିଥିବା  ବହାରିନ ଓ ସଂଯୁକ୍ତ ଆରବ ଏମିରେଟ୍‌ ଭଳି ଉପସାଗରୀୟ ଦେଶ ଆଡ଼କୁ ଇସାରା କରି କହିଥିଲେ ଯେ, ଯଦି ପ୍ରତିରୋଧ କରୁଥିବା ଲୋକକୁ ଶତ୍ରୁ ହରାଇ ଦିଏ , ତ ଆଗାମୀ ନମ୍ୱର ତୁମର ହେବ।

କହି ରଖୁଛୁ କି , ୨୭ ନଭେମ୍ୱର ୨୦୨୪ରୁ ଆମେରିକା ଓ ଫ୍ରାନ୍ସର ମଧ୍ୟସ୍ଥତାରେ ହିଜବୁଲ୍ଲାହ ଓ ଇସ୍ରାଏଲ ମଧ୍ୟରେ ଏକ ଯୁଦ୍ଧ ବିରତି ଚୁକ୍ତି ଲାଗୁ ରହିଛି, ଯାହାର ଉଦ୍ଦେଶ୍ୟ ବର୍ଷେରୁ ଅଧିକ ସମୟରୁ ଚାଲୁ ରହିଥିବା ସୀମା ପାର ବିବାଦକୁ ଶେଷ କରିବା। ଏହି ଚୁକ୍ତି ସତ୍ତ୍ୱେ, ଇସ୍ରାଏଲୀୟ ସେନା କେବେ କେବେ ଲେବାନନରେ ଆକ୍ରମଣ କରୁଛି ଏବଂ କହୁଛି ଯେ ଏହାର ଉଦ୍ଦେଶ୍ୟ ହୁଜବୁଲ୍ଲାହର ବିପଦକୁ ଶେଷ କରିବା।

Scroll to Top