People Cheated: ବାଲେଶ୍ବର ନୀଳଗିରିରେ ସୁନାଇଟା ଗୁଜବକୁ ନେଇ ଚାଞ୍ଚଲ୍ୟ, ରାଜ୍ୟରେ କାମ କରୁଛି ବଡ଼ ରାକେଟ୍

people-cheated:-ବାଲେଶ୍ବର-ନୀଳଗିରିରେ-ସୁନାଇଟା-ଗୁଜବକୁ-ନେଇ-ଚାଞ୍ଚଲ୍ୟ,-ରାଜ୍ୟରେ-କାମ-କରୁଛି-ବଡ଼-ରାକେଟ୍

ଅଧା ଦାମରେ ମିଳୁଛି ସୁନା ତା ପୁଣି ପାହାଡ଼ରୁ । ପାହାଡ଼ ଖୋଳି ସିଧା ହାତରେ ଧରାଇ ଦିଆଯିବ ସୁନାଖଣ୍ଡ। ଏମିତି ଏକ ରାକେଟ ରାଜ୍ୟରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିଛି। ଆଉ ଦୂରଦୂରାନ୍ତରୁ ଆସୁଥିବା ଲୋକ ବି ସୁନା ଇଟା ପାଇବାକୁ ଆସି ଦଲାଲଙ୍କ ଦ୍ବାରା ପହଞ୍ଚି ଯାଉଛନ୍ତି। ତେବେ ସୁନା ଇଟା ତ ପାଉ ନାହାନ୍ତି ବରଂ ଠକାମୀର ଶୀକାର ହୋଇ କାନମୁଣ୍ଡା ଆଉଁସି ଘରକୁ ଫେରୁଛନ୍ତି ।

ସ୍ବର୍ଣ୍ଣଚୂଡ଼ ପାହାଡ଼ରୁ ମିଳୁଛି ପ୍ରବଳ ସୁନା। ବଜାର ମୂଲ୍ୟଠାରୁ ପ୍ରାୟ ୫୦ ପ୍ରତିଶତ ଶସ୍ତାରେ ମିଳୁଛି। ବିଜୁଳି ବେଗରେ ଏ ଗୁଜବ ପ୍ରଘଟ ହେବା ପରେ ଲୋକଙ୍କୁ ଡାକି ଟଙ୍କା ଲୁଟୁଛନ୍ତି କିଛି ମାଫିଆ। ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନା ଅଞ୍ଚଳର ଏ କୃଷ୍ଣ ନାୟକ ସୁନାଇଟା ନେବାକୁ ନୀଳଗିରି ଆସିଥିଲେ। ହେଲେ ସୁନା ତ ପାଇଲେ ନାହିଁ ବରଂ ୧୬ ଲକ୍ଷ ହରାଇଲେ। ଶସ୍ତାରେ ସୁନା କିଣି ବାକି ଥିବା ଟଙ୍କା ସୁଝିବାକୁ ଯୋଜନା କରିଥିବା ଏ ବ୍ୟକ୍ତି ବଡ଼ ଠକାମୀର ଶୀକାର ହେଲେ। ଶେଷରେ କାନମୁଣ୍ଡା ଆଉଁସି ନୀଳଗିରି ଥାନାକୁ ଆସି ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଉଭୟ ବରହମପୁର ଓ ନୀଳଗିରି ପୋଲିସ ଘଟଣାର ତଦନ୍ତ କରି ପାଂଚ ଜଣକୁ ଗିରଫ ସହ 3 ଲକ୍ଷ 79 ହଜାର ଟଙ୍କା, ଦୁଇଟି ବାଇକ ସହ 4 ଟି ମୋବାଇଲ ଜବତ କରିଥିଲା। ଇଏତ ଗୋଟିଏ ମାତ୍ର ଉଦାହରଣ। ଏମିତି ସୁନା ଇଟା ରାକେଟ ପଛରେ ମାଫିଆ କାମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପିତ୍ତଳ ଇଟାକୁ ସୁନା ପାଣି ପିଆଇ ଟଙ୍କା ଲୁଟୁଛନ୍ତି। …

ତେବେ କାହିଁକି ଚର୍ଚ୍ଚାରେ ସ୍ବର୍ଣ୍ଣଚୂଡ଼ ପାହାଡ ? କଣ ସତରେ ଏଠାରେ ସୁନାର ସନ୍ଧାନ ମିଳିଛି କି ? ଯଦି ନା ତେବେ ମିଛ ପ୍ରଚାର କରୁଛି କିଏ ? ନୀଳଗିରି ସହର ନିକଟରେ ଏ ହେଉଛି ସ୍ବର୍ଣ୍ଣଚୂଡ଼ ପାହାଡ। ପାହାଡ ଉପରେ ଟିକେ ଖରା ପଡିଲେ ପଥର ସବୁ ଠିକ ସୁନା ଭଳି ଚକଚକ କରନ୍ତି। ଏପରିକି ସ୍ଥାନୀୟ ଲୋକଙ୍କ କହିବାର କଥା, ପ୍ରତ୍ନତତ୍ତ୍ବବିତ ବିଭାଗର ଏକ ଟିମ ଏଠାରେ ସୁନାର ସନ୍ଧାନ ନେଇ ସର୍ଭେ କରିଥିଲା।

Also Read

ଆଉ ଏହାପରେ କିଛି ମାଫିଆ ସକ୍ରିୟ ରହି ଠକିବା ଫଣ୍ଡା ଆପଣାଇଛନ୍ତି। ତେବେ ମାଫିଆଙ୍କ ମୂଳ ଚେରକୁ ଉପାଡି ଫିଙ୍ଗିବାକୁ ଦାବି କରିଛନ୍ତି ଆଇନଜୀବୀ। ଘଟଣାକୁ ନୀଳଗିରି ଏସଡିପିଓ ସ୍ବୀକାର କରିବା ସହ କାହା କଥାରେ ପଡି ଠକାମୀର ଶୀକର ନହେବାକୁ ଅପିଲ କରିଛନ୍ତି। …

ପୂର୍ବରୁ ହନୁମାନ କଏନ, ମୂର୍ତ୍ତି ରାକେଟ ଢାଞ୍ଚାରେ ଏବେ ସ୍ଥାନୀୟ ଅଞ୍ଚଳରେ ସୁନା ଇଟା ନାଁରେ ଚାଲିଛି ବଡ଼ ଠକେଇ। ରାଜ୍ୟ ତଥା ରାଜ୍ୟ ବାହାରେ କାମ କରୁଥିବା ଏଜେଣ୍ଟକୁ ବି ଲଗାଇ ଦେଇଛନ୍ତି ମାଫିଆ। ଯେଉଁଥିପାଇଁ ଲୋଭର ବଶବର୍ତ୍ତି ହୋଇ ଠକାମୀର ଶୀକାର ହେଉଛନ୍ତି ସାଧାରଣ ଲୋକେ।…

Scroll to Top