୬୦ ବର୍ଷ ଟପିବା ପରେ ସୁଭଦ୍ରାରୁ ବାଦ ପଡିଛନ୍ତି କି ? ଏହି କାରଣରୁ ନାଁ କଟିଥିଲେ ଆପଣ ପେନସନ୍ ପାଇଁ ଆବେଦନ କରିପାରିବେ। ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଭତ୍ତା। ମଧୁବାବୁ ପେନସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରାର ପୂର୍ବ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିପାଇଁ କେବଳ ସେମାନେ ଆବେଦନ କରିବେ। ଯେପର୍ଯ୍ୟନ୍ତ ଭତ୍ତା ନମିଳିଛି ସେଯାଏଁ ସରକାର ସୁଭଦ୍ରା ସହାୟତା ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି। …
ପେନସନ୍ ପାଇବେ ସୁଭଦ୍ରା ହିତାଧିକାରୀ । ୬୦ ପାର୍ ହୋଇଗଲେ ଚିନ୍ତା କରନ୍ତୁନି । ଭତ୍ତା ଦେବେ ସରକାର ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି। ସେମାନଙ୍କୁ ପେନସନ୍ ଯୋଜନାରେ ସାମିଲ କରାଯିବ। ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ମଧୁବାବୁ ପେନସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ସାମିଲ କରାଯିବ।
ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖିଛି ସାମାଜିକ ନିରାପତ୍ତା ଓ ନ୍ୟାୟ ବିଭାଗ। ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ପରେ MBPY/NSAP ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ। କିନ୍ତୁ ସେମାନେ ସିଧାସଳଖ ମଧୁବାବୁ ପେନସନ୍ କି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆସିବେ ନାହିଁ। ୬୦ ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ। …
Also Read
ତୃତୀୟ କିସ୍ତି ବେଳେ ୬୦ ବର୍ଷ ବୟସ ପାଇଁ ୯୩ ହଜାର ହିତାଧିକାରୀ ବାଦ୍ ପଡିଛନ୍ତି। ସୁଭଦ୍ରା ଆବେଦନ କରିବା ବେଳେ ଏବଂ ତୃତୀୟ କିସ୍ତି ପୂର୍ବରୁ ସେମାନଙ୍କୁ ୬୦ ବର୍ଷ ହୋଇ ନଥିଲା। ଗତ ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ନମିଳିବାରୁ ଅସନ୍ତୋଷ ଜାହିର କରିଛନ୍ତି ହିତାଧିକାରୀ। ଶୀଘ୍ର ଭତ୍ତା ନହେଲେ ପୁଣି ଥରେ ସୁଭଦ୍ରାରେ ସାମିଲ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଭତ୍ତା ପାଇଁ ସେମାନଙ୍କୁ ଆଉ କୌଣସି ଦସ୍ତାବିଜ କି ପ୍ରମାଣପତ୍ର ଦେବାକୁ ପଡ଼ିବନି। କେବଳ ଆବେଦନ କରିବେ। ସାମାଜିକ ନିରାପତ୍ତା ଓ ନ୍ୟାୟ ବିଭାଗ ହିତାଧିକାରୀଙ୍କୁ ଭତ୍ତା ଦେବ। ନଚେତ୍ ପେନସନ୍ ପାଇବା ଯାଏଁ ସେମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। …
ମହିଳାଙ୍କୁ ସାମାଜିକ ସୁରକ୍ଷା ଓ ଆର୍ଥିକ ସ୍ବାଧୀନତା ଦେବାକୁ ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ସୁଭଦ୍ରା ଯୋଜନା। ବର୍ତ୍ତମାନ ସୁଦ୍ଧା ତିନିଟି କିସ୍ତିରେ କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଗଲାଣି। ଏଥିସହ ୨୧ ବର୍ଷ ହୋଇଥିବା ଯୁବତୀ ନୂଆ ଯୋଡ଼ି ବି ହେଉଛନ୍ତି। …




