ବିଶ୍ୱ ଚାମ୍ପିଅନଶିପରେ ନିରାଶ କଲେ ନୀରଜ ଚୋପ୍ରା, ୪୦CM ପାଇଁ ପଦକରୁ ବଞ୍ଚିତ ହେଲେ ସଚିନ; ୱାଲକଟ୍‌ଙ୍କୁ ସ୍ୱର୍ଣ୍ଣ

ବିଶ୍ୱ-ଚାମ୍ପିଅନଶିପରେ-ନିରାଶ-କଲେ-ନୀରଜ-ଚୋପ୍ରା,-୪୦cm-ପାଇଁ-ପଦକରୁ-ବଞ୍ଚିତ-ହେଲେ-ସଚିନ;-ୱାଲକଟ୍‌ଙ୍କୁ-ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋଓର ନୀରଜ ଚୋପ୍ରା ବିଶ୍ୱ ଚାମ୍ପିଅନଶିପରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛନ୍ତି । ଜାପାନର ରାଜଧାନୀ ଟକିଓରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଅତି ଖରାପ ରହିଥିଲା । ଫାଇନାଲରେ ସେ କେବଳ ୮୪.୦୩ ମିଟର ଦୂର ଯାଏଁ ଜାଭେଲିନ ଥ୍ରୋ କରିପାରିଥିଲେ । ନୀରଜ ଟପ୍ ୬କୁ ମଧ୍ୟ ପହଞ୍ଚିପାରି ନଥିଲେ । ଗତ ଥର ଚାମ୍ପିଅନ ନୀରଜ ଚୋପ୍ରା ଚଳିତ ଥର ୮ମ ସ୍ଥାନରେ ରହି ନିଜ ଯାତ୍ରା ଶେଷ କରିଥିଲେ ।

ଅନ୍ୟପଟେ ବିଶ୍ୱ ଚାମ୍ପିଅନଶିପରେ ପ୍ରଥମ ଥର ଅଂଶ ଗ୍ରହଣ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଓର ସଚିନ ଯାଦବ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ହେଲେ ମାତ୍ର ୪୦ ସେଣ୍ଟିମଟର ପାଇଁ ସେ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ । ସଚିନ ଯାଦବ ନିଜର ପ୍ରଥମ ପ୍ରୟାସରେ ହିଁ ୮୬.୨୭ ମିଟିର ଥ୍ରୋ ଫିଙ୍ଗିଥିଲେ । ସଚିନ ଏକଦା ବ୍ରୋଞ୍ଜ ପଦକ ଜିତିବା ସ୍ଥିତିରେ ରହିଥିଲେ । କିନ୍ତୁ କେଶର୍ନ ୱାଲକଟ୍ ଚମତ୍କାର ଥ୍ରୋ ମାରି ସଚିନଙ୍କୁ ଚତୁର୍ଥ ସ୍ଥାନକୁ ପଠାଇ ଦେଇଥିଲେ । ଆମେରିକାର କର୍ଟିସ୍ ଥମ୍ପସନ୍ ବ୍ରଞ୍ଜ ପଦକ ଜିତିଛନ୍ତି । ଥମ୍ପସନ୍ ଭାରତୀୟ ଖେଳାଳି ସଚିନଙ୍କଠାରୁ କେବଳ ୪୦ ସେଣ୍ଟିମିଟର ଆଗରେ ରହିଥିଲେ ।

ସଚିନ ଯାଦବ ଶେଷ ପର୍ଯ୍ୟନ୍ତ ପଦକ ଦୌଡ଼ରେ ରହିଥିଲେ । ସଚିନ ମୋଟ ଛଅଟି ପ୍ରୟାସ କରିଥିଲେ । ତାଙ୍କର ପ୍ରଥମ ପ୍ରୟାସ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଥିଲା । ଦ୍ୱିତୀୟରେ ଫାଉଲ୍ କରିଥିଲେ । ସଚିନ ତାପରେ ଏକ ଚମତ୍କାର ତୃତୀୟ ଥ୍ରୋ ନେଇଥିଲେ, ଯାହା ଦ୍ୱାରା ସେ ୮୫.୭୧ ମିଟର ଦୂରତା ହାସଲ କରିଥିଲେ । 

ସଚିନ ଯାଦବଙ୍କ ଥ୍ରୋ: ୮୬.୨୭ ମିଟର (୧), ଫାଉଲ୍ (୨), ୮୫.୭୧ ମିଟର (୩), ୮୪.୯୦ ମିଟର (୪), ୮୫.୯୬ ମିଟର (୫), ୮୦.୯୫ ମିଟର (୬)

ନୀରଜ ଚୋପ୍ରାଙ୍କ ଥ୍ରୋ ୮୩.୬୫ ମିଟର (୧), ୮୪.୦୩ ମିଟର (୨), ୮୩.୬୫ (୩), ୮୨.୮୬ (୪), ଫାଉଲ (୫)

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ବିଶ୍ୱ ଚାମ୍ପିଅନସିପରେ କୌଣସି ଜାଭେଲିନ୍ ଆଥଲେଟ୍ ୯୦ ମିଟର ଅତିକ୍ରମ କରି ପାରିନଥିଲେ । ଟ୍ରିନିଦାଦ ଏବଂ ଟୋବାଗୋର କେଶର୍ନ ୱାଲକଟ (୮୮.୧୬ ମିଟର) ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ଦ୍ୱିତୀୟ ଏବଂ ଆମେରିକାର କର୍ଟସ୍ ଥମ୍ପସନ୍ (୮୬.୬୭ ମିଟର) ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Scroll to Top