Congress Moves No-Confidence Motion: ବିଧାନସଭାରେ କଂଗ୍ରେସର ଅନାସ୍ଥା ଚାଲ୍, ସଂଖ୍ୟା ଅଛି ନାହିଁର ବିତର୍କ ଭିତରେ ଅନାସ୍ଥା ନୋଟିସ୍

congress-moves-no-confidence-motion:-ବିଧାନସଭାରେ-କଂଗ୍ରେସର-ଅନାସ୍ଥା-ଚାଲ୍,-ସଂଖ୍ୟା-ଅଛି-ନାହିଁର-ବିତର୍କ-ଭିତରେ-ଅନାସ୍ଥା-ନୋଟିସ୍

ସଂଖ୍ୟା ଅଛି-ନାହିଁର ବିତର୍କ ଭିତରେ ବିଧାନସଭାରେ ଅନାସ୍ଥା ନୋଟିସ ଦେଲା କଂଗ୍ରେସ। ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ସଚିବଙ୍କୁ ଦେଲେ ଚିଠି । ଯେଉଁଥିରେ ରହିଛି ୧୪ ବିଧାୟକଙ୍କ ଦସ୍ତଖତ। ଏହାସହ ବିଜେଡିକୁ ବି ସମର୍ଥନ ମାଗିଛି କଂଗ୍ରେସ। ଦଳ ବିଚାର କରି ନିଷ୍ପତ୍ତି ଜଣାଇବ ବୋଲି କହିଛି ବିଜେଡି। କିନ୍ତୁ ବିଜେପିର ଯୁକ୍ତି, ସଂଖ୍ୟା ନାହିଁ ସରକାରଙ୍କ ଉପରେ କିଛି ପ୍ରଭାବ ପଡିବନି। ତେବେ ବିଧାନସଭାରେ ଥିବା ସଂଖ୍ୟାକୁ ନେଇ କଣ ହେବ ଅନାସ୍ଥାର ଭାଗ୍ୟ ଭବିଷ୍ୟତ ତାକୁ ନେଇ ଚର୍ଚ୍ଚା….

ବିଜେପି ସରକାର ବିରୋଧରେ କଂଗ୍ରେସର ଅନାସ୍ଥା ନୋଟିସ । ଲୋଡ଼ିଲା ବିଜେଡିର ସମର୍ଥନ ।
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନାସ୍ଥା ନୋଟିସ ଦେଇଛି କଂଗ୍ରେସ। ଶୋକ ପ୍ରସ୍ତାବ ଆଗତ ହୋଇ ଗୃହକୁ ମୁଲତବୀ କରିବା ପରେ ସଚିବଙ୍କ ଚାମ୍ବରକୁ ଯାଇଥିଲେ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଅନାସ୍ଥା ନୋଟିସ। ଆଇନ ଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ମୁଖ୍ୟ ପ୍ରସଙ୍ଗ ନେଇ ଅନାସ୍ଥା ଆଣିଥିବା କହିଛି କଂଗ୍ରେସ। ପରେ ସିଧା ବିଜେଡିର ସମର୍ଥନ ପାଇଁ ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଚାମ୍ବରକୁ ଯାଇଥିଲେ କଂଗ୍ରେସ ବିଧାୟକ।

Also Read

ନବୀନ ନଥିବାରୁ ବରିଷ୍ଠ ବିଧାୟକ ପ୍ରତାପ ଦେବ ଏବଂ ସାରଦା ପ୍ରସନ୍ନ ଜେନାଙ୍କ ସହ ଆଲୋଚନା କରିଥିଲେ। ବିଜେଡି କହିଛି ବିଚାର କରି ଦଳ ନିଷ୍ପତ୍ତି ନେବ। ବିଜେପି କହିଛି ଅନାସ୍ଥାର ପ୍ରଭାବ ସରକାରଙ୍କ ଉପରେ ପଡିବ ନାହିଁ।…

ନିୟମ ଅନୁସାରେ ବିଧାନସଭା ସଦସ୍ୟ ସଂଖ୍ୟାର ଦଶ ଭାଗରୁ ଏକ ଭାଗ ସଦସ୍ୟଙ୍କ ସମର୍ଥନ ରହିଲେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ।ଓଡିଶା ବିଧାନସଭାରେ ବିଜେପି ୭୮, ବିଜେଡି ୫୦, ୩ ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକ ଥିବା ବେଳେ ଜଣେ ସିପିଏମ୍ ବିଧାୟକ ରହିଛନ୍ତି । କଂଗ୍ରେସ ନିଜର ୧୪ ଜଣ ବିଧାୟକଙ୍କ ଦସ୍ତଖତରେ ଅନାସ୍ଥା ଆଣିଛି। ପରେ ବାଚସ୍ପତି ଏହାକୁ ଗ୍ରହଣ କରି ଗୃହରେ ବିତର୍କ ନେଇ ସମୟ ଧାର୍ଯ୍ୟ କରିବେ।

ବିତର୍କ ଏବଂ ଆଲୋଚନା ଶେଷରେ ଆବଶ୍ୟକ ପଡିଲେ ଅନାସ୍ଥା ଆଣିଥିବା କଂଗ୍ରେସ ଯଦି ବାଚନିକ ଭୋଟ ଦାବି କରେ, ତାହେଲେ ଭୋଟ ମଧ୍ୟ ହୋଇପାରେ। ଅନ୍ୟପଟେ ଯଦି ବିଜେଡି ସମର୍ଥନ ନଦିଏ ହୁଏତ ଭୋଟକୁ କଂଗ୍ରେସ ନଯାଇପରେ। ….
ପୂର୍ବରୁ ୧୯୯୭ ମସିହାର ଜାନକୀ ପଟ୍ଟନାୟକ ସରକାର ବିରୋଧରେ ଜନତା ଦଳର ବିରୋଧୀ ଦଳ ନେତା ଅଶୋକ ଦାସ, ବିଜେପି ବିଧାୟକ ବିକ୍ରମ କେଶରୀ ଦେଓ, ଜେଏମଏମ୍ ବିଧାୟକ ମନସିଦ ଏକ୍କା ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେହିପରି ୨୦୦୮ରେ କନ୍ଧମାଳ ଦଙ୍ଗାକୁ ନେଇ ବିଜେଡି-ବିଜେପି ମେଣ୍ଟ ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ଆଣିଥିଲା। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଅନାସ୍ଥାରେ ସରକାର ବଦଳିନାହିଁ।…

ଅଧିକ ପଢ଼ନ୍ତୁ: ଲାଲୁଙ୍କ ପରିବାରରେ ପୁଣି ବିବାଦ, ତେଜ ପ୍ରତାପଙ୍କ ପରେ ଏବେ ଝିଅ ରୋହିଣୀ କଲେ ଟାର୍ଗେଟ 

Scroll to Top