Dhoni: ଧୋନି କହିଲେ ବିରାଟ କୋହଲି, ଫୁଲ୍ ଏଣ୍ଟରଣ୍ଟେନମେଣ୍ଟ ପ୍ୟାକେଜ

dhoni:-ଧୋନି-କହିଲେ-ବିରାଟ-କୋହଲି,-ଫୁଲ୍-ଏଣ୍ଟରଣ୍ଟେନମେଣ୍ଟ-ପ୍ୟାକେଜ

ଧୋନୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବାସ୍ତବରେ, ବିରାଟ ମୈଦାନରେ ଅନେକ ଥର ତାଙ୍କର ଏହି ଅନ୍ଦାଜର ଝଲକ ଦେଖାଇଛନ୍ତି। ତାହା ସିରାଜଙ୍କ ନକଲ ହେଉ କିମ୍ବା ଇଶାନ କିଶନଙ୍କ ନକଲ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଖୋଲା ମନରେ ପ୍ରଶଂସା କରିଛନ୍ତି। ସେ କୋହଲିଙ୍କୁ କେବଳ ମୈଦାନରେ ନୁହେଁ, ବରଂ ମୈଦାନ ବାହାରେ ମଧ୍ୟ ଜଣେ ଉତ୍ତମ ବ୍ୟକ୍ତି ଏବଂ ମନୋରଞ୍ଜନର ଭଣ୍ଡାର ବୋଲି କହିଛନ୍ତି।

ଧୋନୀ କହିଛନ୍ତି ‘ବିରାଟ କୋହଲି ଜଣେ ବହୁତ ଭଲ ଗାୟକ, ସେ ବହୁତ ଭଲ ନାଚିବା ଜାଣନ୍ତି ଏବଂ ନକଲ କରିବାରେ ମଧ୍ୟ ପାରଙ୍ଗମ। ସେ ବହୁତ ମଜାଳିଆ ଏବଂ ସମ୍ପୂର୍ଣ୍ଣ ମନୋରଞ୍ଜନ କରିବାରେ ଧୁରନ୍ଧର’।

See this viedo pic.twitter.com/OjvWgVqoEn

Also Read

— सरिता सुलानिया (@saritasulaniya2) August 7, 2025

ଧୋନୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବାସ୍ତବରେ, ବିରାଟ ମୈଦାନରେ ଅନେକ ଥର ତାଙ୍କର ଏହି ଅନ୍ଦାଜର ଝଲକ ଦେଖାଇଛନ୍ତି। ତାହା ସିରାଜଙ୍କ ନକଲ ହେଉ କିମ୍ବା ଇଶାନ କିଶନଙ୍କ ନକଲ।

କ୍ରିକେଟ ମୈଦାନରେ ବିରାଟ କୋହଲୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଜୋଶ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଧୋନୀଙ୍କ ଏହି ଖୁଲାସା ତାଙ୍କର ବହୁମୁଖୀ ପ୍ରତିଭାର ଆଉ ଏକ ଦିଗକୁ ସାମ୍ନାକୁ ଆଣିଛି।

ଧୋନୀ ଓ କୋହଲିଙ୍କ ମଧ୍ୟରେ ବନ୍ଧୁତ୍ୱ ଏବଂ ପରସ୍ପର ପ୍ରତି ଥିବା ସମ୍ମାନ କ୍ରିକେଟ ଜଗତରେ କାହାକୁ ବି ଅଛପା ନାହିଁ । ଉଭୟ ଖେଳାଳି ଭାରତକୁ ଅନେକ ଐତିହାସିକ ବିଜୟ ଦେଇଛନ୍ତି। ୨୦୧୯ ପରେ ଯେତେବେଳେ ବିରାଟ କୋହଲି ଖରାପ ଫର୍ମରେ ଥିଲେ, ସେତେବେଳେ ବିରାଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମୋର କଷ୍ଟକର ସମୟରେ ମାହି ଭାଇ ମୋତେ ଫୋନ କରି ଉତ୍ସାହ ଦେଇଥିଲେ। କୋହଲୀଙ୍କ ଏହି ବୟାନରୁ ଆପଣ ଅନୁମାନ କରିପାରିବେ ଯେ ଉଭୟଙ୍କ ମଧ୍ୟରେ କେତେ ଦୃଢ଼ ବନ୍ଧୁତ୍ୱ ରହିଛି।

ଓଟିଭି ହ୍ଵାଟ୍ସଅପ

Scroll to Top