Rewa MP: ସାଂସଦଙ୍କ ମହାନତା, ଗରିବ ପିଲାଙ୍କୁ ଗାଧୋଇଦେଲେ…ଡ୍ରେସ୍ ସଫା କଲେ

rewa-mp:-ସାଂସଦଙ୍କ-ମହାନତା,-ଗରିବ-ପିଲାଙ୍କୁ-ଗାଧୋଇଦେଲେ…ଡ୍ରେସ୍-ସଫା-କଲେ

ସାଂସଦ ପିଲାମାନଙ୍କ ପରିବାରକୁ ଡାକି ସେମାଙ୍କୁ ସ୍କୁଲ ପଠାଇବାକୁ ଅନୁରୋଧ କରିଛନ୍ତି। ଅଭିଭାବକମାନଙ୍କୁ ବୁଝାଇ ସେ କହିଛନ୍ତି, ଶିକ୍ଷା ହେଉଛି ଏକମାତ୍ର ସମ୍ପତ୍ତି ଯାହା ସେମାନଙ୍କୁ ସେବା କରିବାକୁ ଏବଂ ଦେଶର ପ୍ରଗତିରେ ଯୋଗଦାନ ଦେବାକୁ ସକ୍ଷମ କରିବ। ତେଣୁ ପିଲାନଙ୍କୁ ଶିକ୍ଷାରୁ ବଞ୍ଚିତ ନ କରିବା ପାଇଁ ସାଂସଦ ଅନୁରୋଧ କରିଛନ୍ତି।

ପ୍ରାୟତଃ ବିରୋଧୀଙ୍କୁ ଟାର୍ଗେଟ୍‌ କରୁଥିବା ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର, ପୁଣି ଥରେ କ୍ୟାମେରାରେ ଧରାପଡ଼ିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସେ ପୁଣି ଥରେ ଖବରରେ ଅଛନ୍ତି। ଏଥର କିନ୍ତୁ କାହାକୁ ଟାର୍ଗେଟ୍ କରି ନୁହେଁ, ବରଂ ତାଙ୍କର ଅନନ୍ୟ ସେବା ପାଇଁ ସେ ଭାଇରାଲ୍ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ବିଜେପି ଦେଶବ୍ୟାପୀ “ସେବା ପଖୱାଡା” ଅଭିଯାନ ସହିତ ପାଳନ କରୁଛି। ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ, ସାଂସଦ ଜନାର୍ଦ୍ଦନ ମିଶ୍ର ଏହାକୁ ନିଜସ୍ୱ ଅନନ୍ୟ ଶୈଳୀରେ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଠିକ୍ ଗୋଟିଏ ଦିନ ପୂର୍ବରୁ ବିଜେପି କର୍ମୀଙ୍କ ସହିତ ତ୍ୟୋନ୍ଥାର ବିଧାନସଭା ନିର୍ବାଚନମଣ୍ଡଳୀର ବଡ଼ଗାଁ ପଞ୍ଚାୟତରେ ପହଞ୍ଚି ସେବା ପଖୱାଡା ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ଶିକ୍ଷାଦିକ୍ଷା ନଥିବା ମୁଶହର ସମ୍ପ୍ରଦାୟର ପିଲାମାନଙ୍କୁ ଡାକି ନିଜ ହାତରେ ସେମାନଙ୍କୁ ସାବୁନ ଲଗାଇ ଗାଧୋଇ ଦେଇଛନ୍ତି। ଖାଲି ସେତିକି ନୁହେଁ ସେ ସେମାନଙ୍କ ପୋଷାକ ସଫା କରିଛନ୍ତି, ନଖ କାଟିଛନ୍ତି ଆଉ ସେମାନଙ୍କୁ ସଫା ପୋଷାକ ମଧ୍ୟ ପିନ୍ଧାଇ ଦେଇଛନ୍ତି।

Also Read

ଏହା ସହିତ ସାଂସଦ ପିଲାମାନଙ୍କ ପରିବାରକୁ ଡାକି ସେମାଙ୍କୁ ସ୍କୁଲ ପଠାଇବାକୁ ଅନୁରୋଧ କରିଛନ୍ତି। ଅଭିଭାବକମାନଙ୍କୁ ବୁଝାଇ ସେ କହିଛନ୍ତି, ଶିକ୍ଷା ହେଉଛି ଏକମାତ୍ର ସମ୍ପତ୍ତି ଯାହା ସେମାନଙ୍କୁ ସେବା କରିବାକୁ ଏବଂ ଦେଶର ପ୍ରଗତିରେ ଯୋଗଦାନ ଦେବାକୁ ସକ୍ଷମ କରିବ। ତେଣୁ ପିଲାନଙ୍କୁ ଶିକ୍ଷାରୁ ବଞ୍ଚିତ ନ କରିବା ପାଇଁ ସାଂସଦ ଅନୁରୋଧ କରିଛନ୍ତି।

ତେବେ ରେୱା ସାଂସଦଙ୍କ ଏଭଳି ଅନନ୍ୟ କାମ କାମ ସୋସିଆଲ ମିଡିଆରେ ଭାଇରାଲ ହେବା, ପ୍ରଥମ ଘଟଣା ନୁହେଁ। ପୂର୍ବରୁ ତାଙ୍କର ଅନନ୍ୟ ଶୈଳୀର ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଛି। ସେ ହାତରେ ଶୌଚାଳୟ ସଫା କରିବା ହେଉ କି ବିଛାଡ଼ି ହୋଇ ପଡିଥିବା ଜୋତା ଏବଂ ଚପଲ ସଜାଡ଼ିବା ହେଉ କିମ୍ବା ଡ୍ରେନ୍‌ରେ ପଶି ସଫେଇ ଅଭିଯାନର ଭିଡିଓ ତାଙ୍କ ସାମାଜିକ ସେବାର ଉଦାହରଣ ଦିଏ।

Scroll to Top