ମୋଦୀଙ୍କୁ ଉପହାର ପଠାଇଲେ ବ୍ରିଟେନ ରାଜା, ‘X’ ରେ ଲେଖିଲେ ଏମିତି

ମୋଦୀଙ୍କୁ-ଉପହାର-ପଠାଇଲେ-ବ୍ରିଟେନ-ରାଜା,-‘x’-ରେ-ଲେଖିଲେ-ଏମିତି

ନୂଆଦିଲ୍ଲୀ ୧୮/୦୯: ବୁଧବାର ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ ତନ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଦେଶ, ବିଦେଶର ନେତା ଜଣାଇଥିଲେ ଶୁଭେଚ୍ଛା । ଏଥିରୁ ବାଦ୍ ପଡିନଥିଲେ  ବ୍ରିଟେନର କିଙ୍ଗସ ଚାର୍ଲ୍ସ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ତାଙ୍କୁ ଏକ କଦମ୍ବ ଗଛ ଉପହାର ଦେଇଛନ୍ତି । ଯାହା ‘ଏକ୍ ପେଡ ମା କେ ନାମ୍’ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ।

During his visit to the UK in July, PM Modi gifted His Majesty The King a ‘Sonoma’ tree as part of the same initiative.

Collaboration on climate and clean energy is a key pillar of the Commonwealth and the UK-India partnership as set out by the two PMs in Vision 2035. pic.twitter.com/XaFrFKeUYC

— UK in India🇬🇧🇮🇳 (@UKinIndia) September 17, 2025

ବ୍ରିଟିଶ ହାଇ କମିଶନ X ରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛି । ଏଥିରେ କୁହାଯାଇଛି, “କିଙ୍ଗ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ତାଙ୍କୁ ଏକ କଦମ୍ବ ଗଛ ପଠାଇ ଖୁସି ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଏକ୍ ପେଡ ମା କେ ନା’ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ଏହି ପଦକ୍ଷେପ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। 

ଅନ୍ୟ ଏକ ପୋଷ୍ଟରେ, ବ୍ରିଟିଶ ହାଇ କମିଶନ କହିଛି ଯେ ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକେ ଗସ୍ତ ସମୟରେ, ସେ ରାଜା ଚାର୍ଲ୍ସଙ୍କୁ ଏକ ‘ସୋନୋମା’ ଗଛ ଉପହାର ଦେଇଥିଲେ। “ଜଳବାୟୁ ଓ ସ୍ୱଚ୍ଛ ଶକ୍ତି ଉପରେ ସହଯୋଗ ହେଉଛି ରାଜ୍ୟଗୋଷ୍ଠୀ ଓ ୟୁକେ-ଭାରତ ସହଭାଗୀର ଏକ ପ୍ରମୁଖ ସ୍ତମ୍ଭ, ଯାହା ଦୁଇ ପ୍ରଧାନମନ୍ତ୍ରୀ ଭିଜନ ୨୦୨୩୫ରେ ସ୍ଥିର କରିଥିଲେ। 

Scroll to Top