ବେଆଇନ ଭାବେ ଘରେ ରଖିଥିଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ, ଜବତ କରି ଜଣକୁ ଅଟକ ରଖିଲା ପୋଲିସ

ବେଆଇନ-ଭାବେ-ଘରେ-ରଖିଥିଲେ-୧୦-ଲକ୍ଷରୁ-ଅଧିକ-ଟଙ୍କାର-ବାଣ,-ଜବତ-କରି-ଜଣକୁ-ଅଟକ-ରଖିଲା-ପୋଲିସ

ଛତ୍ରପୁର: ବେଆଇନ ଭାବେ ଘରେ ରଖିଥିବା ଲକ୍ଷାଧିକ ଟଙ୍କାର ବାଣ ଜବତ। ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ଉ କରି ସୁନ୍ଦରପୁର ଗ୍ରାମ ଟାୱାରସାହିର ପପୁନ ପାତ୍ରଙ୍କ ତିନୋଟି ଘରୁ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ଚଢ଼ାଉରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମାଜିଷ୍ଟ୍ରେଟ୍‌ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ଏବଂ ପୁଲିସ ଫୋର୍ସ ସାମିଲ ଅଛନ୍ତି l ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବୋଲି କୁହାଯାଉଛି l ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ତେବେ କେଉଁଠୁ ସେ ବାଣ ଆଣୁଥିଲେ ? ସେନେଇ ଅଧିକ ତଦନ୍ତ କରୁଛି ପୋଲିସ । ଆଗାମୀ ଦିନରେ ମଧ୍ୟ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Scroll to Top