Odisha Govt : ଦିନକରେ କୋଟିଏରୁ ଅଧିକ ଗଛ ଲଗାଇ ରେକର୍ଡ, ଜନ୍ମଦିନରେ ପିଏମ୍ ମୋଦିଙ୍କୁ ଓଡ଼ିଶାର ବଡ଼ ଭେଟି

odisha-govt-:-ଦିନକରେ-କୋଟିଏରୁ-ଅଧିକ-ଗଛ-ଲଗାଇ-ରେକର୍ଡ,-ଜନ୍ମଦିନରେ-ପିଏମ୍-ମୋଦିଙ୍କୁ-ଓଡ଼ିଶାର-ବଡ଼-ଭେଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ରେକର୍ଡ ।  କୋଟିଏରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ଗିନିଜ ବୁକ୍ ରେକର୍ଡ କଲା ଓଡିଶା। ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ।

Manasranjan Mohanty

  • Published: Wednesday, 17 September 2025
  • Last updated: 17 September 2025, 08:52 PM IST

ODISHACredit: OTV

ODISHA

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ରେକର୍ଡ ।  କୋଟିଏରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ଗିନିଜ ବୁକ୍ ରେକର୍ଡ କଲା ଓଡିଶା। ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ୭୫ ଲକ୍ଷ ବୃକ୍ଷ ରୋପଣ ପାଇଁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସରକାର। ଆଜି ସନ୍ଧ୍ୟା ୫ଟା ସୁଦ୍ଧା କୋଟିଏ ୪୯ ଲକ୍ଷରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ପାରିଛି ଓଡିଶା। ଏହି ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ ସେପ୍ଟମ୍ବର ୩୦ ଯାଏଁ ଏହି ଅଭିଯାନ ଚାଲିଥିବାରୁ ଆହୁରି ବୃକ୍ଷରୋପଣ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।…

ଆଜି ଜନ୍ମଦିନ ଅବସରରେ ମଧ୍ୟପ୍ରଦେଶରୁ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ପିଏମ୍ ମୋଦି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ। ଦେଶ ତମାମ ସ୍ୱାସ୍ଥ୍ୟ ଶିବିର କରି ମହିଳାଙ୍କ ହେଲ୍ଥ ଚେକଅପ ସହ ୬ ପ୍ରକାର ସ୍କ୍ରିନିଙ୍ଗ କରାଯିବ । ଓଡିଶାରେ ଦେଢ କୋଟି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଡିଜିଟାଲ ଡାଟାବେସ ତିଆରି କରିବେ ସରକାର। ଅକ୍ଟୋବର ୨ ତାରିଖ ଯାଏଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରେ ୪୦ ହଜାର ଜେନେରାଲ ହେଲ୍ଥ କ୍ୟାମ୍ପ, ୫ ହଜାର ୪୭ ସ୍ପେଶାଲ କ୍ୟାମ୍ପ କରିବେ ସରକାର। ଯେଉଁଠି ଉଚ୍ଚ ରକ୍ତଚାପ, ମଧୁମେହ, ସିକିଲସେଲ, ରକ୍ତ ହୀନତା ଭଳି ରୋଗ ସହ ୩ ପ୍ରକାର କ୍ୟାନ୍ସରର ବି  ସ୍କ୍ରିନିଂ କରିପାରିବେ। ଆଉ ଯାହାକୁ ନେଇ ଡିଜିଟାଲ ଡାଟାବେସ ତିଆରି କରିବେ ସରକାର। ପରେ ତାକୁ ଟ୍ରାକିଙ୍ଗ ଏବଂ ଫୋଲଅପ ମଧ୍ୟ କରିବେ। କ୍ୟାମ୍ପ ଯାଇ ବିନା ସଙ୍କୋଚରେ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।…

Also Read

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଜି ସକାଳୁ ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ। ପରେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିରକୁ ମଧ୍ୟ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ କାର୍ଯ୍ୟଳୟ ପରିସରରେ  ମୋଦିଙ୍କ ଜୀବନୀ ଉପରେ ଆୟୋଜିତ ହୋଇଥିବା ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଲୋକାର୍ପିତ ହୋଇଛି।  ସେପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଆଜି ନିଜ ସଂସଦୀୟ କ୍ଷେତ୍ରରେ ପେଣ୍ଠରେ ବୃକ୍ଷରୋପାଣ କରିଥିଲେ । ଏଥିସହ ରାଜନଗର ମେଡିକାଲରେ ଆୟୋଜିତ  ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ବି ବୈଜୟନ୍ତ ଯୋଗ ଦେଇଥିଲେ।…

ଓଟିଭି ବିଜ୍ଞାପନ

Scroll to Top