AI Saree Photo Trend: ଶାଢ଼ୀ ପିନ୍ଧି ଗଜରା ମାଖି ଫଟୋ ଛାଡୁଛନ୍ତି କି? ହୋଇପାରେ ଆପଣଙ୍କ ଆପତ୍ତିଜନକ ଫଟୋ ଭାଇରାଲ! ସତର୍କ କରାଇଲେ IPS ଅଫିସର୍‌

ai-saree-photo-trend:-ଶାଢ଼ୀ-ପିନ୍ଧି-ଗଜରା-ମାଖି-ଫଟୋ-ଛାଡୁଛନ୍ତି-କି?-ହୋଇପାରେ-ଆପଣଙ୍କ-ଆପତ୍ତିଜନକ-ଫଟୋ-ଭାଇରାଲ!-ସତର୍କ-କରାଇଲେ-ips-ଅଫିସର୍‌

ସୋସିଆଲ ମିଡିଆରେ ଖାଲିଲେ କେବଳ ସୁନ୍ଦରୀଙ୍କ ଫଟୋ। ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଚାରିଆଡେ ଘୁରି ବୁଲୁଛି ଭଳିକି ଭଳି କି ଭଳି ଯୁବତୀଙ୍କ ଶାଢ଼ି ପିନ୍ଧା ଫଟୋ । ଏମିତିକି ଯିଏ ହେଲଦି ସିଏ ସ୍ଲିମ୍ ଟ୍ରିମ୍ । ଆଉ ଯିଏ ଶ୍ୟାମଳି, ସିଏ ପୂରା ଗୋରା ତକତକ । ଗୁଲୁଗୁଲିଆ ସୁନ୍ଦରୀ ଫଟୋ ଏବେ ସମସ୍ତଙ୍କୁ କିମିଆ କରିଛି।

ସୋସିଆଲ ମିଡିଆରେ ଖାଲିଲେ କେବଳ ସୁନ୍ଦରୀଙ୍କ ଫଟୋ। ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଚାରିଆଡେ ଘୁରି ବୁଲୁଛି ଭଳିକି ଭଳି କି ଭଳି ଯୁବତୀଙ୍କ ଶାଢ଼ି ପିନ୍ଧା ଫଟୋ । ଏମିତିକି ଯିଏ ହେଲଦି ସିଏ ସ୍ଲିମ୍ ଟ୍ରିମ୍ । ଆଉ ଯିଏ ଶ୍ୟାମଳି, ସିଏ ପୁରା ଗୋରା ତକତକ । ଗୁଲୁଗୁଲିଆ ସୁନ୍ଦରୀ ଫଟୋ ଏବେ ସମସ୍ତଙ୍କୁ କିମିଆ କରିଛି। କିଏ ଡିପି ବଦଳାଇ ଦେଉଛି ତ ଆଉ କିଏ ଫଟୋ ପୋଷ୍ଟ କରି ବାଃ ବାଃ ନେଉଛି। ସମସ୍ତଙ୍କୁ ଚଢ଼ିଛି ଗୁଗୁଲ୍ ଜେମିନି ନାନୋ ତିଆରି AI ଫିବର୍‌। କିନ୍ତୁ ଏହାରି ଭିତରେ ଏକ ବଡ଼ ଚେତାବନୀ ଦେଇଛନ୍ତି ଜଣେ ଆଇପିଏସ୍‌ ଅଫିସର୍‌। ଯୁବପିଢ଼ୀଙ୍କୁ କରାଇଛନ୍ତି ସତର୍କ। ଏହି ଫଟୋ ଆପଣଙ୍କୁ ଯେତିକି ବାଃବାଃ ଦେଉଛି ସେତିକି ବିପଦ ପକାଇବ।

ବିଶେଷ କରି ଏବେ ସୋସିଆଲ୍ ମିଡିଆରେ ଜେମିନ୍‌ ଆଇ ଜରିଆରେ ଫଟୋ ରଖି ହାଇପର-ରିଆଲିଷ୍ଟିକ୍ ଇମେଜ୍ ତିଆରି କରୁଛନ୍ତି ଯୁବପିଢ଼ୀ । ତେବେ ଏହା କେତେ ଭଳ କେତେ ହାନିକାରକ ତାକୁ ନେଇ ଉଠିଲାଣି ପ୍ରଶ୍ନ । ଲୋକଙ୍କୁ ସତର୍କ କରାଇଲେଣି ଅନେକ । ବିଶେଷ କରି ଜଣେ IPS ଅଧିକାରୀ ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ଟ୍ରେଣ୍ଡ ଆସେ ଓ ଯାଏ । କିନ୍ତୁ ଯଦି ଆପଣଙ୍କ ଡାଟା ଥରେ ଭୁଲ ସ୍ଥାନକୁ ଯାଏ, ତେବେ ତାହାକୁ ଫେରି ପାଇବା କଷ୍ଟକର । ଏହାର ଅର୍ଥ ହେଉଛି ଫଟୋ କିମ୍ବା ବ୍ୟକ୍ତିଗତ ସୂଚନା ରଖିବା ପୂର୍ବରୁ ଶହେ ଥର ଭାବନ୍ତୁ ।

ଆଇପିଏସ୍ ଭିସି ସଜ୍ଜନାର ଟ୍ୱିଟ୍ କରି କହିଛନ୍ତି – ଇଣ୍ଟରନେଟ୍ ଟ୍ରେଣ୍ଡ ପଛରେ ପଡ଼ି କେବେବି ନକଲି ୱେବସାଇଟ୍ ଓ ଅନଧିକୃତ ଆପ୍ସରେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ କିମ୍ବା ଫଟୋ ଅପଲୋଡ୍ କରନ୍ତୁ ନାହିଁ। ଗୋଟିଏ କ୍ଲିକ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରେ। ଠକଙ୍କ ହାବୁଡରେ ଆପଣ ପଡିପାରନ୍ତି। ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରାଇବା ଠିକ୍ ନୁହେଁ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇପାରେ।

Also Read

ଗୁଗୁଲ୍ ଜେମିନିର ନାନୋ ଏଆଇ ହେଉଛି ଏକ ନୂଆ ଆଡଭାନ୍ସ ଟୁଲ୍‌, ଯାହାକୁ ଜେମିନି 2.5 ଫ୍ଲାସ୍ ଇମେଜ୍ ମଧ୍ୟ କୁହାଯାଏ। ଏହାକୁ ଫଟୋ ଏଡିଟିଂ ପାଇଁ ଡିଜାଇନ୍ କରାଯାଇଛି। ୟୁସର୍ଜମାନେ କେବଳ ସରଳ ଭାଷାରେ ଟାଇପ୍ କରି ଫଟୋକୁ କିପରି ପରିବର୍ତ୍ତନ କରିବେ ତାହା ସୂଚାଇ ପାରିବେ। ଏହା ପରେ ଏଆଇ ଫଟୋକୁ ନୂଆ ଫର୍ମାଟରେ ରୂପାନ୍ତରିତ କରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିପାଇଁ କୌଣସି ଜଟିଳ ସଫ୍ଟୱେର୍ ଶିଖିବା ଆବଶ୍ୟକ ନାହିଁ। ସରଳ ଭାବରେ କହିବାକୁ ଗଲେ, ନାନୋ ବାନାନା ଏଆଇ ହେଉଛି ଗୁଗୁଲ୍‌ର ଏକ ସ୍ମାର୍ଟ ଉପକରଣ, ଯାହା ଆପଣଙ୍କ ନିର୍ଦ୍ଦେଶ ଶୁଣେ ଏବଂ ଆପଣଙ୍କ ଫଟୋଗୁଡ଼ିକୁ ଏଡିଟ୍‌ କରେ।

Scroll to Top