ରିପୋର୍ଟ ଅନୁସାରେ ୨୦୨୧ ଅଗଷ୍ଟରେ ତାଲିବାନ ସତ୍ତା ହାତେଇବା ପରେ ଏହା ପ୍ରଥମ ଥର ପାଇଁ ଏଭଳି ନିଷେଧାଜ୍ଞା ଲାଗୁ କରାଯାଇଛି। ଏହି ନିଷେଧାଜ୍ଞା ବର୍ତ୍ତମାନ ବଲଖ ପ୍ରଦେଶରେ ଲାଗୁ କରାଯାଇଛି, ଯେଉଁଠାରେ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ, ସାର୍ବଜନୀନ ଅନୁଷ୍ଠାନ ଏବଂ ଘର ମାନଙ୍କରୁ ଓ୍ଵାଇଫାଇ ଇଣ୍ଟରନେଟ ହଟାଇ ଦିଆଯାଇଛି।
ଆଫଗାନିସ୍ତାନରେ ତାଲିବାନର ବଡ଼ ନିଷ୍ପତ୍ତି । ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କ ଆଦେଶରେ ଉତ୍ତରୀ ବଲଖ ପ୍ରଦେଶରେ ଫାଇବର ଅପ୍ଟିକ୍ ଇଣ୍ଟରନେଟ୍ (ୱାଇ-ଫାଇ) ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଏହି ପ୍ରତିବନ୍ଧକ ଅନୈତିକତାକୁ ରୋକିବାର ଉଦ୍ଦେଶ୍ୟରେ ଲାଗୁ କରାଯାଇଛି।
ତାଲିବାନ ଏବେ “ଅନୈତିକତା ରୋକିବା” ପାଇଁ ଫାଇବର ଅପ୍ଟିକ ଇଣ୍ଟରନେଟ ଅର୍ଥାତ୍ ଓ୍ଵାଇଫାଇ ଇଣ୍ଟରନେଟ ଉପରେ ନିଷେଧାଜ୍ଞା ଲଗାଇଛି। ଜଣେ ତାଲିବାନୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।
ରିପୋର୍ଟ ଅନୁସାରେ ୨୦୨୧ ଅଗଷ୍ଟରେ ତାଲିବାନ ସତ୍ତା ହାତେଇବା ପରେ ଏହା ପ୍ରଥମ ଥର ପାଇଁ ଏଭଳି ନିଷେଧାଜ୍ଞା ଲାଗୁ କରାଯାଇଛି। ଏହି ନିଷେଧାଜ୍ଞା ବର୍ତ୍ତମାନ ବଲଖ ପ୍ରଦେଶରେ ଲାଗୁ କରାଯାଇଛି, ଯେଉଁଠାରେ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ, ସାର୍ବଜନୀନ ଅନୁଷ୍ଠାନ ଏବଂ ଘର ମାନଙ୍କରୁ ଓ୍ଵାଇଫାଇ ଇଣ୍ଟରନେଟ ହଟାଇ ଦିଆଯାଇଛି।
Also Read
ମୋବାଇଲ ଇଣ୍ଟରନେଟ ଚାଲୁ ରହିଛି। ମୁଖପାତ୍ର ହାଜୀ ଅତାଉଲ୍ଲାହ ଜୈଦ କହିଛନ୍ତି ଯେ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କ “ସମ୍ପୂର୍ଣ୍ଣ ନିଷେଧାଜ୍ଞା” ଆଦେଶ ପରେ ବଲଖରେ ଏବେ ୱାଇ-ଫାଇ ସୁବିଧା ନାହିଁ। କହିଛନ୍ତି, “ଏହି ପଦକ୍ଷେପ ଅନୈତିକତା ରୋକିବା ପାଇଁ ନିଆଯାଇଛି ଏବଂ ଦେଶ ଭିତରେ ଆବଶ୍ୟକତା ପାଇଁ ଏକ ବିକଳ୍ପ ତିଆରି କରାଯିବ।”
ପ୍ରଶ୍ନ ଉଠୁଛି ଯେ ନିଷେଧାଜ୍ଞା ପାଇଁ କେବଳ ବଲଖକୁ କାହିଁକି ବଛାଗଲା କିମ୍ବା ଏହି ନିଷେଧାଜ୍ଞା ଅନ୍ୟ ପ୍ରଦେଶରେ ମଧ୍ୟ ଲାଗୁ ହେବ କି?
ରିପୋର୍ଟ ଅନୁସାରେ ତାଲିବାନର ଭୟରେ ନାମ ପ୍ରକାଶ ନ କରିବା ସର୍ତ୍ତରେ ବଲଖରେ ରହୁଥିବା ଜଣେ ବାସିନ୍ଦା କହିଛନ୍ତି, “ଏ ଯୁଗରେ ଇଣ୍ଟରନେଟକୁ ଅବରୋଧ କରିବା ମୋ ବୁଦ୍ଧି ବାହାରେ।” ସେ କହିଛନ୍ତି ଯେ ସେ ମୋବାଇଲ ଇଣ୍ଟରନେଟର ବ୍ୟବହାର ବହୁତ କମ କରନ୍ତି କାରଣ ଏହା ଧୀମା ଏବଂ ମହଙ୍ଗା। ତାଙ୍କ ଘରେ ଜଣେ ଛାତ୍ର ସମେତ ଛଅ ଜଣ ରହୁଛନ୍ତି, ଏବଂ ସେମାନେ ସମସ୍ତେ ଓ୍ଵାଇଫାଇର ବ୍ୟବହାର କରୁଥିଲେ ଏବଂ ଏହାର ଆବଶ୍ୟକତା ଥିଲା। ତାଙ୍କ କାମ ପାଇଁ ଦ୍ରୁତ ଏବଂ ସ୍ଥିର ଇଣ୍ଟରନେଟ ସଂଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିରେ ଆଫଗାନିସ୍ତାନ ବାହାରେ ଥିବା ଲୋକ ଏବଂ କମ୍ପାନୀମାନଙ୍କ ସହ ଡିଲ କରିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।




