Deadbody : ବସ୍ତା ଭିତରୁ ବାହାରିଲା ମୃତଦେହ, ମାଟି ଖୋଳି ବାହାର କଲା ପୋଲିସ

deadbody-:-ବସ୍ତା-ଭିତରୁ-ବାହାରିଲା-ମୃତଦେହ,-ମାଟି-ଖୋଳି-ବାହାର-କଲା-ପୋଲିସ

କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣା; ମାଟିତଳୁ ବାହାରିଲା ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର, ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ, ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ୍ ରିକ୍ରିଏସନ କରି ବାହାର କରାଗଲା । ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ବାହାରିଲା ମୃତଦେହ ଦୀପକ ପୋଲିସ କନଷ୍ଟେବଲ୍ ହୋଇଥିବାରୁ ଚତୁରତା ଆପଣାଇଥିଲା ।

Jnanadarsi Sahoo

  • Published: Wednesday, 17 September 2025
  • Last updated: 17 September 2025, 04:15 PM IST

Woman Constable Murder CaseCredit: OTV

Woman Constable Murder Case

କେନ୍ଦୁଝର : ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ମାମଲା । କେନ୍ଦୁଝର ଘଟଗାଁ ଜଙ୍ଗଲ କ୍ରାଇମ ସ୍ପଷ୍ଟରେ ଜେସିବି ସହାୟତାରେ ମାଟି ଖୋଳି ମୃତଦେହ ବାହାର କରିଛି ପୋଲିସ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ମାଟି ତଳେ ପୋତାଯାଇଥିଲା । ଘଟଗାଁ ସ୍ଥିତ ଜଙ୍ଗଲ କ୍ରାଇମ ସ୍ପଷ୍ଟ ଖୋଳି ମୃତଦେହ ଉଦ୍ଧାର କରିଛି କମିଶନରେଟ ପୋଲିସ । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ସଂପୂର୍ଣ୍ଣ ପ୍ରକ୍ରିୟା କରାଯାଇଛି । ପ୍ରଥମେ ଘଟଣା ସ୍ଥଳରୁ ଅଭିଯୁକ୍ତ ଦୀପକ ରାଉତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ। ଘଟଣା ସ୍ଥଳରେ କେଉଁଠି ମୃତଦେହ ପୋତିଥିଲା ତାହା ଦେଖାଇଥିଲା ଦୀପକ । ଏହାପରେ ଜେସିବି ସହାୟତାରେ ମାଟି ଖୋଳାଯାଇଥିଲା ।

Also Read

ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ମୃତଦେହ ବାହାର କରାଗଲା । ଦୀପକ ପୋଲିସ କନଷ୍ଟେବଲ୍ ହୋଇଥିବାରୁ ଚତୁରତା ଆପଣାଇଥିଲା । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଛି ଅଭିଯୁକ୍ତ ଦୀପକ। 

  • Reported by:
  • CHANDAN PAIKRAY

ଓଟିଭି ବିଜ୍ଞାପନ

Scroll to Top